Horoscope 2026 September 10: ଜାଣନ୍ତୁ ଆଜିର ରାଶିଫଳ...

1 week ago 5
ARTICLE AD BOX

ମେଷ: ଆର୍ଥିକ ସମସ୍ୟା ସମାଧାନ ହେବ। ଦୃଷ୍ଟିକୋଣରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ଭୂମି ବା ଗାଡ଼ି ସମ୍ବନ୍ଧୀୟ ମକଦ୍ଦମା କୋର୍ଟରେ ଥିଲେ ତାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ‌

ବୃଷ: ଧାର୍ମିକ ଓ ଆଧ୍ୟାତ୍ମିକ ଆଡ଼କୁ ଆପଣଙ୍କର ଧ୍ୟାନକେନ୍ଦ୍ରୀତ ହେବ। ଲକ୍ଷ୍ୟ ପ୍ରତି ପୂର୍ଣ୍ଣରୂପେ ଏକାଗ୍ରଚିତ୍ତ ରହିବେ। ସମାଜରେ ନିଜର ଏକ ଅଲଗା ପରିଚୟ ବନାଇବେ। ପ୍ରେମ ଜୀବନ ଭଲ ହେବ। ‌

ମିଥୁନ: ବିଦ୍ୟାର୍ଥୀ ଓ ଯୁବାବର୍ଗ ନିଜର ସଫଳତାକୁ ନେଇ ମନରେ କୌଣସି ପ୍ରକାର ସଂଶୟ ରଖନ୍ତୁ ନାହିଁ। ନୂଆ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ନୂଆ ଚାକିରିର ସୁଯୋଗ ଆସିପାରେ। ‌

କର୍କଟ: ଅନ୍ୟମାନଙ୍କ ଉପରେ ଅଧିକ ଆଶା ନରଖି ନିଜର କାର୍ଯ୍ୟ ଦକ୍ଷତା ଓ ଯୋଗ୍ୟତା ଉପରେ ଭରସା ରଖନ୍ତୁ। ଯୁବାବର୍ଗ ଭାବନାରେ ଆସି ନିର୍ଣ୍ଣୟ ନିଅନ୍ତୁ ନାହିଁ। ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ।

ସିଂହ: ଚାକିରି, ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରାର କାର୍ଯ୍ୟକ୍ରମ ବନିପାରେ। ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବିଦ୍ୟାର୍ଥୀ ଚିତ୍ତ ଚାଞ୍ଚଲ୍ୟ ଠାରୁ ଦୂରରେ ରହି ପଢ଼ିବା ଉପରେ ପୂରା ଧ୍ୟାନ କେନ୍ଦ୍ରୀତ କରନ୍ତୁ। ‌

କନ୍ୟା: ନିକଟ ସଂପର୍କୀୟଙ୍କ ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ବ୍ୟବସାୟ ଯୋଜନା ଆରମ୍ଭ କରିବା ଲାଗି ଠିକ୍ ସମୟ। ଆପଣଙ୍କୁ କିଛି ଲୋକ ଈର୍ଷା କାରଣରୁ ବିରୋଧ କରିବେ। ଧାର ଦେଇଥିବା ଅର୍ଥ ପାଇବେ। ‌

ଆହୁରି ପଢ଼ନ୍ତୁ- Puri Jagannath: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ; ୨ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ତୁଳା: ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର ରହନ୍ତୁ ନାହିଁ। କର୍ମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସକାରାତ୍ମକ ରହନ୍ତୁ। ଅଫିସରେ ଅଧିକ ସମୟ କାମ କରିବା ଯୋଗୁଁ ଘରେ ପହଞ୍ଚିବା ବିଳମ୍ବ ହେବ।

ବିଛା: ଜୀବନ ବହୁତ ସହଜ ଓ ସରଳ ହେବ। ଯାହା ବି କାମ କରିବେ ନିଶ୍ଚୟ ପୂରା ହେବ। ଆପଣଙ୍କ ଯୋଜନା ଗୁପ୍ତ ରଖନ୍ତୁ ନହେଲେ ଅନ୍ୟମାନେ ତାର ଫାଇଦା ନେବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

ଧନୁ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଜମି ବ୍ୟବସାୟୀଙ୍କ ଲାଗି ଲାଭଦାୟକ ସ୍ଥିତି ଅଛି। ଅଫିସ କାମରେ ସଫଳତା ପାଇବେ। ଈଶ୍ବରଙ୍କ ପ୍ରତି ବିଶ୍ବାସ ବଢ଼ିବ।

ମକର: ପରିସ୍ଥିତିକୁ ଦେଖିବାର ଦୃଷ୍ଟିକୋଣ ବଦଳାନ୍ତୁ। ଅଧୁରା କାମ ପୂରା କରିବା ଲାଗି ଉଚିତ ସମୟ। ସମସ୍ୟାକୁ ସକାରାତ୍ମକ ଉପାୟରେ ସମାଧାନ କରନ୍ତୁ। ବଡ଼ ଉପଲବ୍ଧି ମିଳିବା ଯୋଗୁଁ ଉତ୍ସାହିତ ରହିବେ। 

କୁମ୍ଭ: ଦାମ୍ପତ୍ୟ ଜୀବନ ତଥା ଘରର ବ୍ୟବସ୍ଥାରେ ମଧୁରତା ଓ ଆପୋସୀ ସାମଞ୍ଜସ୍ୟ ବଜାୟ ରହିବ। ଆପଣଙ୍କ ଉପରେ କାମର ଭାର ଅଧିକ ରହିବ। ଯୁବାବର୍ଗ ବ୍ୟର୍ଥ କାର୍ଯ୍ୟରେ ସମୟ ବରବାଦ କରନ୍ତୁ ନାହିଁ।

ମୀନ: ଜୀବନସାଥୀ ବା ପରିଜନଙ୍କ ସହଯୋଗ ଆପଣଙ୍କ ଆତ୍ମବଳକୁ ବଢ଼ାଇ ରଖିବ। ସକାରାତ୍ମକ ହୋଇ କାମରେ ଧ୍ୟାନ ଲଗାଇବେ। କାହାରି ପ୍ରଲୋଭନରେ ପଡ଼ନ୍ତୁ ନାହିଁ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.