Home remedies: ହାଣ୍ଡିଶାଳ ବୈଦ୍ୟ: ଫୁସ୍‌ଫୁସ୍‌କୁ ଡିଟକ୍‌ସ କରିବାର ଘରୋଇ ଉପାୟ

1 week ago 6
ARTICLE AD BOX

ଆଜିକାଲି ଧୂଳି, ଧୂଆଁ, ପ୍ରଦୂଷଣ ଓ ସିଗାରେଟ୍‌ ଧୂଆଁ ଅତି ସାଧାରଣ କଥା। ଏହାଯୋଗଁୁ ଶରୀରର ଅନ୍ୟ ଅଙ୍ଗ ସହିତ ଫୁସ୍‌ଫୁସ୍‌ର ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ଏପରି ସ୍ଥିତିରେ ଅନେକ ଲୋକ ଫୁସ୍‌ଫୁସ୍‌ର ଡିଟକ୍‌ସ ବା ବିଷମୁକ୍ତତା ପାଇଁ ବିଭିନ୍ନ ପାନୀୟ ପିଇଥାନ୍ତି। ଯଦିଓ ଶରୀରରେ ଫୁସ୍‌ଫୁସ୍‌କୁ ସଫା କରିବା କାମ କୌଣସି ଗୋଟିଏ ପାନୀୟ ଦ୍ବାରା ହୋଇ ନଥାଏ, ପର୍ଯ୍ୟାପ୍ତ ପାଣି ପିଇବା ଓ ପୌଷ୍ଟିକ ଆହାର ଶରୀର ଓ ଶ୍ବାସକ୍ରିୟାର ସ୍ବାସ୍ଥ୍ୟ ପାଇଁ ଭଲ। କିନ୍ତୁ ଘରେ ବସି ଫୁସ୍‌ଫୁସ୍‌କୁ ଡିଟକ୍‌ସ କରିବା ପାଇଁ କିଛି ଘରୋଇ ସାମଗ୍ରୀର ସାହାଯ୍ୟ ନେଇପାରିବା। 

Lashkar-e-Taiba: ଲସ୍କର-ଏ-ତୋଏବାର ନୂଆ ଧମକ: ‘ଚାକିରି ଛାଡ଼ ନଚେତ୍‌ ମୃତ୍ୟୁ’

ଉଷୁମ ପାଣି ଶରୀରକୁ ହାଇଡ୍ରେଟ୍ ରଖିବା ସହିତ ଫୁସ୍‌ଫୁସ୍‌ ଓ ଶ୍ୱାସନଳୀରେ ଥିବା ଚିପ୍‌ଚିପା ପଦାର୍ଥକୁ ପତଳା ରଖିବାରେ ସାହାଯ୍ୟ କରେ। ଏହାଦ୍ୱାରା କଫ ବାହାର କରିବା ସହଜ ହୋଇଥାଏ ଓ ଶ୍ୱାସନଳୀ ସଫା ରଖିବାରେ ସାହାଯ୍ୟ ମିଳେ। ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଫୁସ୍‌ଫୁସ୍‌ର ପ୍ରାକୃତିକ ସଫେଇ ପ୍ରକ୍ରିୟାକୁ ସାହାଯ୍ୟ କରୁଥିବା ଏକ ସହଜ ଅଭ୍ୟାସ। ସେହିପରି ଅଦାରେ ଥିବା ପ୍ରାକୃତିକ ତତ୍ତ୍ୱ ଶରୀରରେ ପ୍ରଦାହ କମାଇବାରେ ସାହାଯ୍ୟ କରେ। ଅଦାକୁ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା ଗଳାକୁ ଆରାମ ମିଳେ ଓ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସାମାନ୍ୟ ସମସ୍ୟାରୁ ଉପଶମ ମିଳିପାରେ। ଏହି ଅଦା ଡ୍ରିଙ୍କ୍‌ ଫୁସ୍‌ଫୁସ୍‌କୁ ଡିଟକ୍‌ସ କରିବାରେ ମଧ୍ୟ ସାହାଯ୍ୟ କରିପାରେ। ଲେମ୍ବୁରେ ଭିଟାମିନ୍-ସି ମିଳିଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ଲେମ୍ବୁପାଣି ଶରୀରରେ ଜଳୀୟ ଅଂଶର ଅଭାବ ପୂରଣ କରିବାର ମଧ୍ୟ ଏକ ସହଜ ଉପାୟ। ଭଲ ହାଇଡ୍ରେସନ୍ ଶରୀରର ପ୍ରାକୃତିକ ସଫେଇ ପ୍ରକ୍ରିୟାରେ ସାହାଯ୍ୟ କରେ, ତେଣୁ ଲେମ୍ବୁପାଣିକୁ ଫୁସ୍‌ଫୁସ୍‌ର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପାନୀୟ ଭାବେ ଧରାଯାଏ। ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବା ପାଇଁ ବାଷ୍ପ ନେବାକୁ ଏକ ସହଜ ଘରୋଇ ଉପଚାର ଭାବେ ଗ୍ରହଣ କରାଯାଇପାରେ। ଏହିଭଳି ଘରୋଇ ଉପାୟରେ ଆମେ ଫୁସ୍‌ଫୁସ୍‌କୁ ସୁରକ୍ଷିତ ରଖିପାରିବା।

Neglect: ୪ ମାସରେ ୩ ଜୁଆଙ୍ଗ ଶିଶୁ ମୃତ, କାରଣ ଖୋଜି ପାରୁନି ପ୍ରଶାସନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.