Hockey: ଏସିଆ କପ୍‌ ପ୍ରସ୍ତୁତି: ଭାରତରେ ୮ ମ୍ୟାଚ୍‌ ଖେଳିବ ମାଲେସିଆ କନିଷ୍ଠ ଦଳ

1 month ago 11
ARTICLE AD BOX

ନୂଆଦିଲ୍ଲୀ:ଏସିଆ କପ୍‌ ହକି ପ୍ରସ୍ତୁତ ଲାଗି ଭାରତ ହକି ଶୃଙ୍ଖଳାର ଆୟୋଜନ କରୁଛି। ଚଳିତ ମାସ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁସ୍ଥିତ ସାଇ ନେତାଜୀ ସୁଭାଷ ଦକ୍ଷିଣ କେନ୍ଦ୍ରଠାରେ ଆୟୋଜିତ ୮ ମ୍ୟାଚ୍‌ ବିଶିଷ୍ଟ ଏକ୍ସପୋଜର ଶୃଙ୍ଖଳାରେ ମାଲେସିଆର ୨୧ ବର୍ଷର କମ୍‌ ହକି ଦଳ ଅଂଶଗ୍ରହଣ କରିବ। ଏହି ଦଳ ଭାରତ କନିଷ୍ଠ ଦଳ ବିପକ୍ଷରେ ୫ ମ୍ୟାଚ୍‌ ଖେଳିବା ପରେ ସାଇ ଦଳ ସହ ୩ଟି ମ୍ୟାଚ୍‌ ଖେଳବ।

ଉଭୟ ଦଳର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି

ଏହି ଶୃଙ୍ଖଳା ଆଗାମୀ ଅନ୍ତର୍ଜାତୀୟ ପ୍ରତିଯୋଗିତା ଉଭୟ ଦଳର ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ। ଭାରତୀୟ କନିଷ୍ଠ ପୁରୁଷ ହକି ଦଳ ପ୍ରଶିକ୍ଷକ ଫ୍ରେଡେରିକ୍ ସୋୟେଜ୍ କହିଛନ୍ତି, ‘‘ଏହି ଶୃଙ୍ଖଳା ଏସିଆ କପ୍ ପ୍ରସ୍ତୁତିର ଏକ ଅଂଶ। ପ୍ରଥମେ ଆମେ ବେଲ୍‌ଜିୟମ ଗସ୍ତରୁ ଏହି ଅଭିଯାନ ଆରମ୍ଭ କରିଥିଲୁ। ଏସିଆ କପ୍‌ ପର୍ଯ୍ୟାନ୍ତ ଏହା ମଧ୍ୟ ନିରନ୍ତର ଭାବେ ଚାଲୁ ରହିବ। ଭାରତୀୟ ଦଳ ଅଗ‌ଷ୍ଟ ୭, ୮, ୧୦, ୧୨ ଓ ୧୩ରେ ମାଲେସିଆ ବିପକ୍ଷରେ ଖେଳିବ। ଏହା ପୂର୍ବରୁ ଭ୍ରମଣକାରୀ ଦଳ ୩, ୫ ତାରିଖରେ ଏବଂ ଶୃଙ୍ଖଳା ପରେ ୧୫ରେ ସାଇ ଦଳ ସହ ଖେଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବ।

Taipei Open: ତନ୍ବୀଙ୍କୁ ଐତିହାସିକ ତାଇପେଇ ଓପନ୍‌ ଟ୍ରଫି

Read Entire Article
LEFT SIDEBAR AD

Hidden in mobile, Best for skyscrapers.