ARTICLE AD BOX
ସମ୍ବଲପୁର: ଶନିବାର ଦୁଇଟି ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ବନ୍ଦ କରାଯାଇଛି। ଏଥିସହିତ ଖୋଲାଥିବା ଗେଟ୍ ସଂଖ୍ୟା ୩କୁ ହ୍ରାସ ପାଇଛି। ଶନିବାର ରାତି ୯ଟା ବେଳକୁ ବାମ ପାର୍ଶ୍ବର ୨ ଓ ଡାହାଣ ପାର୍ଶ୍ବର ଗୋଟିଏ ଗେଟ୍ ଖୋଲା ରହିଥିଲା। ସେହି ସମୟରେ ହୀରାକୁଦ ଜଳସ୍ତର ୬୧୧.୫୪ ଫୁଟକୁ ଖସି ଆସିଥିଲା। ଜଳଭଣ୍ଡାରକୁ ହାରାହାରି ୬୦ ହଜାର ୪୪୫ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୯୨ ହଜାର ୫୪୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ସ୍ପିଲ୍ୱେ ଦେଇ ୬୩ ହଜାର ୭୩୩ କ୍ୟୁସେକ୍, ପାୱାର୍ ଚ୍ୟାନେଲ୍ ଦେଇ ୨୫ ହଜାର ୦୩୨ କ୍ୟୁସେକ୍, ଶିଳ୍ପସଂସ୍ଥା ପାଇଁ ୨୪୭ କ୍ୟୁସେକ୍ ଓ ବିଭିନ୍ନ କେନାଲ୍ ଦେଇ ୩୫୩୦ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା।
Hirakud Dam: ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି
ସେହି ସମୟରେ ହୀରାକୁଦ ତଳମୁଣ୍ଡ ମହାନଦୀର ପର୍ଥଲାଠାରେ ୧୭ ହଜାର ୪୫୦ କ୍ୟୁସେକ୍, ଖଇରମାଳରେ ୧ ଲକ୍ଷ ୮୨ ହଜାର କ୍ୟୁସେକ୍, ବରମୂଳରେ ୧ ଲକ୍ଷ ୭୭ ହଜାର ୫୦୦ କ୍ୟୁସେକ୍ ଏବଂ ମୁଣ୍ଡଳିରେ ୮୭ ହଜାର ୭୦୦ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପର ମୁଣ୍ଡରେ ହାରାହାରି ୧.୪୦ ମିଲିମିଟର ଏବଂ ତଳମୁଣ୍ଡରେ ୨.୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।
Hirakud Dam: ହୀରାକୁଦ ବନ୍ଧ ପ୍ରତି ବିପଦ! ଛତିଶଗଡ଼ରୁ ଆସୁନି ବନ୍ୟାର ଉପଯୁକ୍ତ ତଥ୍ୟ

3 weeks ago
15


