Hirakud Dam: ହୀରାକୁଦ ଜଳଭଣ୍ଡାରରୁ ୨୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

3 days ago 1
ARTICLE AD BOX

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ସହ ତଳମୁଣ୍ଡରେ ବର୍ଷା କମିବା ପରେ ଆଜି ଗୋଟିଏ ଦିନରେ ଏକା ସାଂଗରେ ୨୦ଟି ଗେଟ୍‌ ଖୋଲାଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଖୋଲାଯାଇଥିବା ଗେଟ୍ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଜୁଲାଇ ମାସରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୫ ଫୁଟ୍‌ ପର୍ଯ୍ୟନ୍ତ ରଖିବା ନେଇ ହୀରାକୁଦ ଜଳ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଥିଲା। ଏହାଛଡ଼ା ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ତଳ ମୁଣ୍ଡରେ, ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବନ୍ୟାସ୍ଥିତି ଜଟିଳ ଥିଲା। 

ଏସବୁକୁ ଦୃଷ୍ଟିରେ ରଖି ଗୁରୁବାର ପର୍ଯ୍ୟନ୍ତ କେବଳ ଗେଟ୍‌ ସଂଖ୍ୟା ୨ରେ ସୀମିତ ରଖାଯାଇଥିଲା। କିନ୍ତୁ ଆଜି ତଳମୁଣ୍ଡର ସ୍ଥିତି ସୁଧୁରିବା ପରେ ଦିନ ୧୦ଟାରୁ ସଂଧ୍ୟା ୬ଟା ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ୨୦ଟି ଗେଟ୍‌ ଖୋଲାଯାଇଛି। ଫଳରେ ପୂର୍ବରୁ ଖୋଲାଥିବା ୨ଟି ଗେଟ୍‌କୁ ମିଶାଇ ମୋଟ ୨୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

ବର୍ତ୍ତମାନ ହୀରାକୁଦ ବନ୍ଧ ବାମ ସ୍ପିଲ୍‌ୱେର ୧୫ ଓ ଡାହାଣ ପାର୍ଶ୍ବର ୭ଟି ଗେଟ୍‌ ଖୋଲା ରହିଛି। ଶୁକ୍ରବାର ସଂଧ୍ୟା ୬ଟା ବେଳେ ଜଳଭଣ୍ଡାରର ଜଳସ୍ତର ୬୨୫.୧୫ ଫୁଟ୍‌ ରହିଛି। ଏହି ସମୟରେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୨୨ ହଜାର ୯୬୮ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୩ ଲକ୍ଷ ୫୬ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। 

Hirakud Dam: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର; ପୁଣି ଖୋଲିଲା ୬ଟି ଗେଟ୍‌

ସ୍ପିଲଓ୍ବେ ଦେଇ ୨ ଲକ୍ଷ ୬୪ ହଜାର ୪୨୬ କ୍ୟୁସେକ, ପାଓ୍ବାରଚାନେଲ ଦେଇ ୩୧ ହଜାର ୭୮୮ କ୍ୟୁସେକ, ଶିଳ୍ପକୁ ୨୪୭ କ୍ୟୁସେକ, ବିଭିନ୍ନ କେନାଲକୁ ୨୯୯୦ କ୍ୟୁସେକ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ମହାନଦୀ ତଳମୁଣ୍ଡ ଗେଜ୍‌ ଷ୍ଟେସନ୍‌ ଗୁଡ଼ିକ ମଧ୍ୟରୁ ବେଲଗାଁରେ ୮୩ ହଜାର କ୍ୟୁସେକ, ପଥର୍ଲାରେ ୨ ଲକ୍ଷ ୬ ହଜାର ୨୪୪ କ୍ୟୁସେକ, ଖଇରମାଳରେ ୩ ଲକ୍ଷ ୩୦ ହଜାର କ୍ୟୁସେକ୍‌, ବରମୂଳରେ ୬ ଲକ୍ଷ ୨ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିରେ ୮ ଲକ୍ଷ ୨୦ ହଜାର ୮୪୩ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୬.୨୬ ମିଲିମିଟର ଓ ତଳମୁଣ୍ଡରେ ୩.୨୩ ମିଲିମିଟର ବର୍ଷାର ରେକର୍ଡ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.