Himesh Reshammiya: ପଞ୍ଚମ ଥର ପାଇଁ ଯୋଡ଼ି ହେଲେ ସଙ୍ଗୀତକାର ହିମେଶ ରେଶମିୟା ଓ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ

2 days ago 1
ARTICLE AD BOX

ମୁମ୍ବାଇ: ଲୋକପ୍ରିୟ  ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା  ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ହରର୍ ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି। ଏହାର ଟାଇଟଲ୍ ରହିଛି1920: Cold Winter । ଏଥର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଚାହୁଁଥିଲେ ଯେ ଫିଲ୍ମର ସଙ୍ଗୀତ ବିଶେଷ ଭାବେ ଆକର୍ଷଣୀୟ ହେଉ। ତେଣୁ ସେ ହିମେଶଙ୍କ ସହ ଯୋଗାଯୋଗ କରିଥିଲେ। ଦୀର୍ଘ ସମୟ ପରେ ବିକ୍ରମଙ୍କ ସହ ପୁଣିଥରେ କାମ କରିବାର ସୁଯୋଗ ପାଇ ହିମେଶ ମଧ୍ୟ ବେଶ ଖୁସି ହୋଇଥିଲେ ଏବଂ ଫିଲ୍ମରେ ସାଇନ୍ କରିଥିଲେ।”

1920: Cold Winter ବିକ୍ରମ ଭଟ୍ଟ ଓ ହିମେଶ ରେଶମିୟାଙ୍କ ଯୋଡ଼ିର ପଞ୍ଚମ ଫିଲ୍ମ ହେବ। ଏହା ପୂର୍ବରୁ ଦୁହେଁ ଫୁଟପାଥ୍ (୨୦୦୩), ଫିଅର୍ (୨୦୦୭), ରେଡ୍ ଦ ଡାର୍କ ସାଇଡ୍ (୨୦୦୭) ଏବଂ ଡେଞ୍ଜରସ୍ ଇଶ୍କ (୨୦୧୨) ଫିଲ୍ମରେ ଏକାଠି କାମ କରିଛନ୍ତି।

ସୂତ୍ରରୁ ଆହୁରି ଜଣାପଡ଼ିଛି, “ହିମେଶ ରେଶମିୟାଙ୍କ ମ୍ୟୁଜିକ୍ ଲେବଲ୍ ‘Himesh Reshammiya Melodies’ ଏହି ଫିଲ୍ମର ମ୍ୟୁଜିକ୍ ରାଇଟ୍ସ ହାସଲ କରିଛି। 

 ବିକ୍ରମ ଭଟ୍ଟ ତାଙ୍କର ଅନେକ ଫିଲ୍ମର ସୁଟିଂ ଉଟିରେ କରିଛନ୍ତି। କିନ୍ତୁ 1920: Cold Winter ପାଇଁ ସେ ମସୁରୀରେ ସୁଟିଂ କରିବେ। ଏହାସହ ଫିଲ୍ମର ସୁଟିଂ ବର୍ଷ ଶେଷ ଭାଗରେ ଶୀତ ଋତୁରେ ହେବ। ଫିଲ୍ମର କାହାଣୀ ଓ ପରିବେଶ ଅନୁଯାୟୀ ଏହି ସମୟ ସୁଟିଂ ପାଇଁ ଉପଯୁକ୍ତ ହେବ।”

1920: Cold Winter ବିଷୟରେ

Haunted – Echoes Of The Past (2026) ରିଲିଜ୍ ହେବା ପରେ ଏବଂ ବକ୍ସ ଅଫିସରେ ଆଶାଠାରୁ ଭଲ ପ୍ରଦର୍ଶନ କରିବାର କିଛି ସପ୍ତାହ ପରେ 1920: Cold Winter ଘୋଷଣା କରାଯାଇଥିଲା। ମିମୋହ ଚକ୍ରବର୍ତ୍ତୀ ଅଭିନୀତ ଫିଲ୍ମ ଭଳି 1920: Cold Winter ମଧ୍ୟ ଆନନ୍ଦ ପଣ୍ଡିତଙ୍କ ଦ୍ୱାରା ପ୍ରଯୋଜିତ ହେଉଛି।

ଏହି ଫିଲ୍ମରେ ଅହାନ୍ ସେଟ୍ଟୀଙ୍କୁ ମୁଖ୍ୟ ପୁରୁଷ ଚରିତ୍ରରେ ଚୟନ କରାଯାଇଛି। ରୋଚକ କଥା ହେଉଛି, ଅହାନ୍ ସେଟ୍ଟୀ ଓ ଅନ୍ୟା ସିଂହ ଚଳିତ ବର୍ଷର ସୁପରହିଟ୍ ଯୁଦ୍ଧଭିତ୍ତିକ ଫିଲ୍ମ Border 2ରେ ମଧ୍ୟ ଏକାଠି ଅଭିନୟ କରିଥିଲେ। ଅହାନ୍ ଏଥିରେ ଲେଫ୍ଟନାଣ୍ଟ କମାଣ୍ଡର ମହେନ୍ଦ୍ର ସିଂହ ରାୱତଙ୍କ ଭୂମିକାରେ ଥିବା ବେଳେ ଅନ୍ୟା ତାଙ୍କ ପତ୍ନୀ ସୁଧା ରାୱତଙ୍କ ଭୂମିକାରେ ନଜର ଆସିଥିଲେ।

ତେଣୁ 1920: Cold Winter ଏହି ଦୁଇ କଳାକାରଙ୍କ ଯୋଡ଼ିର ଦ୍ୱିତୀୟ ଫିଲ୍ମ ହେବ, ଯେଉଁଥିରେ ଅହାନ୍ ସେଟ୍ଟୀ ଓ ଅନ୍ୟା ସିଂହ ପୁଣିଥରେ ଏକାଠି ନଜର ଆସିବେ।

Death: ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.