High-risk pregnancies: ଉଚ୍ଚ-ପ୍ରତିକୂଳ ଗର୍ଭାବସ୍ଥାରେ ସତର୍କତା

5 days ago 5
ARTICLE AD BOX

ଯେତେବେଳେ ଡାକ୍ତର ଆପଣଙ୍କ ଗର୍ଭଧାରଣକୁ ‘ଉଚ୍ଚ ବିପଦପୂର୍ଣ୍ଣ’ ବୋଲି କହନ୍ତି ସେତେବେଳେ ଅନେକ ମହିଳା ତୁରନ୍ତ ଖରାପ ପରିସ୍ଥିତି ବିଷୟରେ  ଚିନ୍ତାକରି ଭୟଭୀତ ହୋଇପଡ଼ନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ପରିସ୍ଥିତି ସଂକଟଜନକ ହୋଇଯାଇଛି। ଏହାର ସରଳ ଅର୍ଥ ହେଉଛି, ଆପଣଙ୍କୁ ଗର୍ଭସ୍ଥ ଶିଶୁ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। 

Soumyaranjan Death: ଡିଏଫ୍ଓ ଜେଲ୍ ଗଲେ, ମନ୍ମଥ କେଉଁଠି? ଜାମିନବିହୀନ ପରୱାନାକୁ ଦୁଇ ବର୍ଷ ହେଲା

କେତେକ ମହିଳା ଗର୍ଭବତୀ ହେବା ପୂର୍ବରୁ ଜାଣିଥାନ୍ତି ଯେ ସେମାନେ ଅପେକ୍ଷାକୃତ ଅଧିକ ବିପଦରେ ଅଛନ୍ତି। କାରଣ ମଧୁମେହ, ଉଚ୍ଚ ରକ୍ତଚାପ, ହାଇପୋଥାଇରଏଡିଜିମ୍, ହୃଦ୍‌ରୋଗ, କିଡ୍‌ନି ରୋଗ ଓ ସିଷ୍ଟମିକ୍ ଲୁପସ୍ ଏରିଥେମାଟୋସସ୍ ପରି ଅଟୋଇମ୍ୟୁନ୍ ସମସ୍ୟାର ଶିକାର ମହିଳାଙ୍କ ସ୍ବାସ୍ଥ୍ୟ ପରିସ୍ଥିତି ଗର୍ଭଧାରଣର ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ୩୫ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ମଧ୍ୟ ଅତିରିକ୍ତ ନଜର ରଖିବା ପ୍ରୟୋଜନ। କାରଣ ବୟସ ବୃଦ୍ଧି ସହିତ କିଛି ଜଟିଳତା ସାଧାରଣ ହୋଇଯାଏ। ଯଦି ଆପଣଙ୍କର ବାରମ୍ବାର ଗର୍ଭପାତ ହୋଇଛି, ସମୟ ପୂର୍ବରୁ ପ୍ରସବ, ମୃତ ଶିଶୁ ଜନ୍ମ, ପ୍ରଚୁର ରକ୍ତସ୍ରାବ, କିମ୍ବା ଡାଉନ୍ ସିଣ୍ଡ୍ରୋମ୍, ଥାଲାସେମିଆ, କିମ୍ବା ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି ପରି ବଂଶଗତ ସମସ୍ୟା ଥିବା ଶିଶୁ ଜନ୍ମ ହୋଇଛି, ତେବେ ଡାକ୍ତର ଏଥର ଭିନ୍ନ ଯୋଜନା କରିବାକୁ ପରାମର୍ଶ ଦେଇପାରନ୍ତି। ଯାଆଁଳା କିମ୍ବା ତିନିଟି ଶିଶୁ ଗର୍ଭରେ ଥିଲେ ଅଧିକ ସାବଧାନତା ଦରକାର। କାରଣ ସମୟ ପୂର୍ବରୁ ଜନ୍ମ, ଉଚ୍ଚ ରକ୍ତଚାପ ଓ ଶିଶୁର କମ୍ ବିକାଶର ସମ୍ଭାବନା ଅଧିକ ଥାଏ।

କେତେକ କ୍ଷେତ୍ରରେ ଆରମ୍ଭରୁ ସବୁକିଛି ସାଧାରଣ ଦେଖାଯାଏ କିନ୍ତୁ ସମୟ ସହିତ ପରିବର୍ତ୍ତନ ହୁଏ। ରକ୍ତ ପରୀକ୍ଷା କ୍ରୋମୋଜୋମ୍‌ଗତ ସମସ୍ୟାର ସୂଚନା ଦେଇପାରେ। ଅଲଟ୍ରାସାଉଣ୍ଡରୁ ଜଣାପଡ଼ିପାରେ ଯେ ଶିଶୁଟି ଆଶା ଅନୁଯାୟୀ ବୃଦ୍ଧି ପାଉନାହିଁ। ଗର୍ଭାଶୟରେ ପାଣି କମ୍ କିମ୍ବା ଅଧିକ ହୋଇପାରେ। ଏଗୁଡ଼ିକ ସବୁବେଳେ ଗମ୍ଭୀର ସମସ୍ୟା ନୁହେଁ, କିନ୍ତୁ ନିୟମିତ ଯାଞ୍ଚ ଆବଶ୍ୟକ। ଆପଣଙ୍କ ଔଷଧ ଓ ଜୀବନଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଲିଥିୟମ୍ ଓ ଭାଲପ୍ରୋଏଟ୍ ପରି କିଛି ଦୀର୍ଘକାଳୀନ ଔଷଧ ଗର୍ଭାବସ୍ଥାରେ ଉପଯୁକ୍ତ ନୁହେଁ। ନିଜେ ଔଷଧ ବନ୍ଦ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଧୂମପାନ, ମଦ୍ୟପାନ ଏବଂ ନିଶାଦ୍ରବ୍ୟ ସେବନ ଗର୍ଭପାତ, ଜନ୍ମଗତ ତ୍ରୁଟି ଓ ଅକାଳ ପ୍ରସବର ବିପଦ ବଢ଼ାଇଥାଏ। ପୂର୍ବରୁ ଯୋଜନା କରିବା ଅତ୍ୟନ୍ତ ଲାଭଦାୟକ। ଗର୍ଭବତୀ ହେବା ପୂର୍ବରୁ ଡାକ୍ତରଙ୍କୁ ଭେଟି ରକ୍ତଚାପ ଓ ଶର୍କରା ନିୟନ୍ତ୍ରଣ କଲେ ପରବର୍ତ୍ତୀ ଜଟିଳତା କମିଯାଏ। ଗର୍ଭାବସ୍ଥାରେ ନିୟମିତ ଯାଞ୍ଚ, ରକ୍ତ ପରୀକ୍ଷା, ଅଲଟ୍ରାସାଉଣ୍ଡ ଓ ପ୍ରସବପୂର୍ବ ପରୀକ୍ଷା ଜେନେଟିକ୍ ସମସ୍ୟା ଚିହ୍ନଟ କରିବାରେ ସାହାଯ୍ୟ କରେ। ପ୍ରଚୁର ରକ୍ତସ୍ରାବ, ପ୍ରବଳ ପେଟ ବିନ୍ଧା, ମୁଣ୍ଡବିନ୍ଧା, ଝାପ୍‌ସା ଦୃଷ୍ଟିଶକ୍ତି, ପାଣି ବୋହିବା, ଗୋଡ଼-ମୁହଁ ଫୁଲିବା, କିମ୍ବା ଶିଶୁର ଚଳପ୍ରଚଳ କମିଯିବା ପରି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ପ୍ରସବ ପାଇଁ ଆଗୁଆ ଯୋଜନା କରି ଏନ୍‌ଆଇସିୟୁ ଥିବା ହସ୍ପିଟାଲ୍ ଚୟନ କରିବା ଉଚିତ। ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣର ଅର୍ଥ ଖରାପ ପରିଣାମ ନୁହେଁ। ଠିକ୍ ସମୟରେ ଯତ୍ନ ଓ ଚିକିତ୍ସା ପାଇ ଅନେକ ମହିଳା ସୁସ୍ଥ ଶିଶୁ ଜନ୍ମ ଦେଇଥାନ୍ତି।

Air India: ଏୟାର ଇଣ୍ଡିଆକୁ ସୁଧାରିବା ପାଇଁ ଏକ ଦଶନ୍ଧି ଲାଗିବ

- ଡାକ୍ତର ଲକ୍ଷ୍ମୀନାରାୟଣ ସାହୁ,
ଫିଟାଲ ମେଡିସିନ୍ ଓ କ୍ଲିନିକାଲ ଜେନେଟିକ୍ସ ବିଶେଷଜ୍ଞ, 
ମଣିପାଲ ହସ୍ପିଟାଲ, ଭୁବନେଶ୍ୱର

Read Entire Article
LEFT SIDEBAR AD

Hidden in mobile, Best for skyscrapers.