ARTICLE AD BOX
ନୂଆଦିଲ୍ଲୀ: ଆଜିକାଲି ବାହାଘରକୁ ସ୍ମରଣୀୟ କରିବା ପାଇଁ ଲୋକେ କେବଳ ସାଜସଜ୍ଜା କିମ୍ବା ଦାମୀ ଭେନ୍ଯୁ ଉପରେ ଧ୍ୟାନ ଦେଉନାହାନ୍ତି, ବରଂ ନୂଆ ନୂଆ ତରିକା ଆପଣାଉଛନ୍ତି। ସେଥିମଧ୍ୟରୁ ହେଲିକପ୍ଟରରୁ ଫୁଲ ବର୍ଷା କରିବା ଅନ୍ୟତମ। ପୂର୍ବରୁ ଏହା କେବଳ ଫିଲ୍ମ, ରାଜକୀୟ ବାହାଘର କିମ୍ବା ବଡ଼ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା, କିନ୍ତୁ ଏବେ ଭାରତର ଅନେକ କମ୍ପାନୀ ଏହି ସେବା ଯୋଗାଇ ଦେଉଛନ୍ତି।
ମିଳିଥିବା ସୂଚନା ମୁତାବକ କେବଳ ବାହାଘର ନୁହେଁ, ବରଂ ବରର ଏଣ୍ଟ୍ରି (Groom Entry), ରିସେପ୍ସନ,ବାହାଘର ବାର୍ଷିକୀ, ବାର୍ଥଡେ, ବେବି ଶାୱାର୍, ମନ୍ଦିର କିମ୍ବା ଗୁରୁଦ୍ୱାରର ଧାର୍ମିକ ଉତ୍ସବ, ରାଜନୈତିକ ରାଲି, ଉଦ୍ଘାଟନୀ ସମାରୋହ, କର୍ପୋରେଟ୍ ଇଭେଣ୍ଟ ଓ ଶ୍ରଦ୍ଧାଞ୍ଜଳି ସଭାରେ ଏଭଳି କରାଯାଇପାରିବ |
ଆହୁରି ପଢନ୍ତୁ: ATM looting: ପୁରୁଣା ଜଗନ୍ନାଥ ସଡ଼କରେ ଲୁଟେରା ଆତଙ୍କ: ଲୁଟିପାରିଲେନି ଏଟିଏମ୍, ବାଇକ୍ ଚୋରିକରି ଛୁ’
ଫୁଲ ବର୍ଷା କିପରି ହୋଇଥାଏ?
୨୦୦ ରୁ ୪୦୦ ଫୁଟ୍ ଉଚ୍ଚତାରୁ ୩୦ ରୁ ୬୦ ସେକେଣ୍ଡ ମଧ୍ୟରେ ୫,୦୦୦ ରୁ ୫୦,୦୦୦ ପାଖୁଡ଼ା ତଳକୁ ଖସାଯାଇଥାଏ। ମ୍ୟୁଜିକ୍ କିମ୍ବା ମନ୍ତ୍ରୋଚାରଣ ସହ ସଠିକ୍ ସମୟ (Timing) ମିଶାଇ ଏହା କରାଯାଏ। ଖୋଲା ପଡ଼ିଆ, ଫାର୍ମହାଉସ୍, ରାଜପ୍ରାସାଦ କିମ୍ବା ବଡ଼ ଧାର୍ମିକ ସ୍ଥଳରେ ଏହାର ପ୍ରଭାବ ଅଧିକ ସୁନ୍ଦର ଦେଖାଯାଏ। କୁହାଯାଏ ଯେ ହେଲିକପ୍ଟରରୁ ଫୁଲ ବର୍ଷା ପାଇଁ ଲାଲ୍ ଓ ଗୋଲାପୀ ଗୋଲାପ ପାଖୁଡ଼ା ବ୍ୟବହାର କରାଯାଏ | ଗେଣ୍ଡୁ, ଜୁଇ, ମଲ୍ଲୀ, ଧଳା ଅର୍କିଡ୍ଏବଂ ମିଶ୍ରିତ ରଙ୍ଗର ଫୁଲ ବ୍ୟବହାର କରାଯାଏ |
ଆହୁରି ପଢନ୍ତୁ: Impossible traffic: ପଳାଶୁଣୀରେ ଅସମ୍ଭାଳ ଟ୍ରାଫିକ୍
ଯଦି ଆପଣ ବି ଆପଣଙ୍କ କାର୍ଯ୍ୟକ୍ରମରେ ହେଲିକପ୍ଟରରୁ ଫୁଲ ବର୍ଷା କରିବାକୁ ଚାଁହୁଛନ୍ତି ତେବେ କେତେ ଟଙ୍କା ଖର୍ଚ୍ଚ କରିବାକୁ ହେବ ତାହା ଜାଣି ନିଅନ୍ତୁ | ଛୋଟ କାର୍ଯ୍ୟକ୍ରମ ଯେଉଁଥିରେ ୧୦ ରୁ ୧୫ କିଲୋଗ୍ରାମ ଫୁଲ ବ୍ୟବହାର ହୁଏ ସେଥିପାଇଁ ହେଲିକପ୍ଟର ଭଡା ବାବଦକୁ ଆପଣଙ୍କୁ ₹୭୫,୦୦୦ ରୁ ₹୧.୨୫ ଲକ୍ଷ ଖର୍ଚ୍ଚ କରିବାକୁ ପଡିବ | ସେହିପରି ସାଧାରଣ ବାହାଘର ଯେଉଁଥିରେ ୨୫ ରୁ ୫୦ କିଲୋଗ୍ରାମ ଫୁଲ ବ୍ୟବହାର ହୁଏ ସେଥିପାଇଁ ₹୧.୫୦ ଲକ୍ଷ ରୁ ₹୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | ବଡ଼ କାର୍ଯ୍ୟକ୍ରମ ଯେଉଁଥିରେ ୧୦୦ କିଲୋଗ୍ରାମ କିମ୍ବା ଅଧିକ ଫୁଲ ବ୍ୟବହାର ହୁଏ ସେଥିପାଇଁ ₹୩.୫୦ ଲକ୍ଷ କିମ୍ବା ତା'ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ |

1 hour ago
2


