Heavy Rain: ହିମାଚଳରେ ପ୍ରବଳ ବର୍ଷା, ୩ ମୃତ

1 month ago 13
ARTICLE AD BOX

ସିମ୍‌ଲା: ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ଗୁରୁବାର ସନ୍ଧ୍ୟାରୁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏଥିସହ ଚଳିତ ମୌସୁମୀରେ ହିମାଚଳରେ ‌ମୋଟ୍‌ ୧୨ ଜଣଙ୍କର ମୃତ୍ୟୁ ହେଲାଣି। କାଙ୍ଗ୍ରା ଏବଂ ସିମ୍‌ଲା ଜିଲ୍ଲାରେ ବିଦ୍ୟୁତ୍‌ ଆଘାତରେ ଜଣେ ଲେଖାଏ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ମଣ୍ଡି ଜିଲ୍ଲାରେ ଉଚ୍ଚ ସ୍ଥାନରୁ ପଡ଼ି ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। 

ବର୍ଷା ‌ଯୋଗୁ ହିମାଚଳରେ ଏଯାବତ ୧୫୨୭ ଲକ୍ଷ ଟଙ୍କାର କ୍ଷୟକ୍ଷତି ହେଲାଣି। ବର୍ଷା ଯୋଗୁ ରାଜ୍ୟରେ ଅନେକ ରାସ୍ତା ବନ୍ଦ ରହିଛି। ରାଜ୍ୟ ଇମର୍ଜେନ୍ସି ଅପ‌ରେସନ୍‌ କେନ୍ଦ୍ର ଅନୁଯାୟୀ କୁଲ୍ଲୁରେ ୩୦ ରାସ୍ତା ବନ୍ଦ ଥିବାବେଳେ ଚାମ୍ବାରେ ୧୦, ସିରମୌରରେ ୩ , ଲାହଲ ଏବଂ ସ୍ପିଟି, ମଣ୍ଡି ଏବଂ ଉନା ଜିଲ୍ଲାରେ ୨ ଲେଖାଏ ରାସ୍ତା ବନ୍ଦ ରହିଛି। 

ଚାମ୍ବା ଜିଲ୍ଲାରେ ଭାରମୌର ସବ୍‌ ଡିଭିଜନ୍‌ରେ ବୁଧବାର ଠାରୁ ଫସି ରହିଥିବା ପ୍ରାୟ ୨୪ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଗୁରୁବାର ସନ୍ଧ୍ୟରେୁ ହିମାଚଳରେ ବିଭିନ୍ନ ଅଂଶରେ ପ୍ରବଳ ବର୍ଷା ଲାଗି ରହିଛି। ଶିମଲା ଏବଂ ସୁନ୍ଦରନଗ‌ରରେ ଝଡ଼ତୋଫାନ ଏବଂ ବଜ୍ରପାତ ହୋଇଛି।

Low pressure formed: ସୃଷ୍ଟି ହେଲା ଲଘୁଚାପ: ୨ ଦିନ ପ୍ରବଳ ବର୍ଷା

Read Entire Article
LEFT SIDEBAR AD

Hidden in mobile, Best for skyscrapers.