Heavy Rain: ସ୍ମାର୍ଟସିଟିରେ ନାହିଁ ଜଳ ନିଷ୍କାସନ ବ୍ୟବସ୍ଥା! ବର୍ଷାଜଳ ଯୋଗୁଁ ବୈଭବନଗରବାସୀ ହୀନସ୍ତା

4 weeks ago 11
ARTICLE AD BOX

ଭୁବନନେଶ୍ୱର: ସ୍ମାର୍ଟସିଟିର ମାନ୍ୟତା ସିନା ପାଇଛି ଭୁବନେଶ୍ବର। କିନ୍ତୁ ସହର ଭତରେ ଏମିତି ଜନବସତି ଅଛି ଯାହା ଏବେ ଜଳମଗ୍ନ ଅବସ୍ଥାରେ ରହିଛି। ଏକଥା ହୁଏତେ କେହି ବିଶ୍ୱସ କରିପାରିବେ ନାହିଁ। ଏହି ସ୍ଥାନଟି ହେଉଛି  ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ୪ ନମ୍ବର ଓ୍ୱାର୍ଡର ବୈଭବନଗରର ସ୍ଥିତି। ଏବେ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ। 

ଜାତୀୟ ରାଜପଥକୁ ଲାଗିଥିବା ବୈଭବ ନଗର ଏବେ ସମ୍ପୂର୍ଣ୍ଣ ଜଳମଗ୍ନ ଅବସ୍ଥାରେ ରହିଛି।  ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ଜଳମଗ୍ନ। ଡ୍ରେନ୍ ବନ୍ଦ ହୋଇଯିବା ଏବଂ ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ରାସ୍ତା ଓ ଆବାସିକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। କେଉଁଛି ଆଣ୍ଠିଏ ତ କେଉଁଠି ପେଟେ ପାଣି। ଛାତ୍ରାଛାତ୍ରୀଙ୍କ ସ୍କୁଲ୍ କେଲେଜ ବର୍ତ୍ତମାନ ଏକ ସପ୍ତାହ ହେଲାଣି ଯାଇପାରୁନାହାନ୍ତି। ରୌଗୀଟିଏ ଡାକ୍ତରଖାନା ମଧ୍ୟ ଯିବା କଷ୍ଟକର। ଏହି ଅଞ୍ଚଳକୁ ଆମ୍ବାଲାନ୍ସ ଯାଇପାରୁନାହିଁ। ଲେକେ ଏବେ ନିଜ ଘର ଛାଡିବାକୁ ଲାଗିଲେଣି। ସ୍ଥାନୀୟ ବାସିନ୍ଦା ଏବେ ନିଜ ଘର ଛାଡି ନିଜ ନିଜ ସମ୍ପର୍କୀୟ ଓ ଗାଁ ଅଭିମୁଖେ ଯାଉଥିବା ଦେଖିବାକୁ। 

ବୈଭବନଗରବାସୀଙ୍କ କହିବା ଅନୁଯାୟୀ, ୪-୫ ଦିନ ଧରି ପାଣି ଜମି ରହିଥିବାରୁ ଡେଙ୍ଗୁ ଓ ଅନ୍ୟାନ୍ୟ ମଶାବାହିତ ରୋଗର ଆଶଙ୍କା ବଢ଼ିଯାଇଛି। ସରୀସୃପ ମଧ୍ୟ ଘରେଘରେ ପସିଲେଣି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ବିଏମ୍‌ସିର 'ଏଭାକ୍ୟୁଏସନ୍' ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ବିଏମସି ଗ୍ରିଭାନ୍ସ ସେଲରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ପିଲା ଏବଂ ବରିଷ୍ଠ ନାଗରିକମାନେ ସବୁଠୁ ଅଧିକ ଆଶଙ୍କାରେ ଅଛନ୍ତି। ଅନେକ ଅଞ୍ଚଳରେ ରାସ୍ତାରେ ଜଳମଗ୍ନ ହୋଇଥିବାରୁ ଲୋକେ ଯାତାୟତ କରିପାରୁନାହାଁନ୍ତି। ଲେକେ ଘରୁ ବାହରୁ ପାରୁନହାଁନ୍ତି। ଅନେକ ଘର ଛାଡି ନିଜ୍ ସମ୍ପର୍କୀୟଙ୍କ ଘର କିମ୍ବା ନିଜ ନିଜ ଗାଁକୁ ଚାଲିଯାଉଥିବା ଦେଖିବାକୁ ମିଳିଛି। 

9 dead as heavy rain: ବର୍ଷା ବିତ୍ପାତ: ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା, ଭୂସ୍ଖଳନରେ ୯ ମୃତ

ବିଏମ୍‌ସିର ଡ୍ରେନେଜ ଓ ଜଳନିଷ୍କାସନ ପ୍ରୟାସ ବିଫଳ ହୋଇପଡ଼ିଛି। ଅଭିଯୋଗ ସତ୍ତ୍ୱେ ସମୟରେ କାର୍ଯ୍ୟାନୁଷ୍ଠାନ ନାହିଁ। ଦୈନଦିନ ଯାତାୟତରେ ଅସୁବିଧା ବିଏମ୍‌ସି ତୁରନ୍ତ ଜଳ ନିଷ୍କାସନ, ନାଳ ସଫା ଭଳି ଜରୁରୀକାଳୀନ ପଦକ୍ଷେପ ନେଉ ବୋଲି ବାସିନ୍ଦାମାନେ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.