Heavy Rain: ଲଗାଣ ବର୍ଷାରେ ବ୍ୟାପକ କ୍ଷତି: ପାଚେରି ପଡ଼ି ୪ ବାଇକ୍‌ ଓ ସ୍କୁଟି ଚୁର୍‌ମାର

1 week ago 6
ARTICLE AD BOX

ରାଉରକେଲା/ବେଦବ୍ୟାସ: ଗତକାଲି ରାତିରେ ମୂଷଳଧାରାରେ ବର୍ଷା ବ୍ୟାପକ କ୍ଷୟକ୍ଷତି କରିଛି। ବେଦବ୍ୟାସ ଦାଣ୍ଡିଆପାଲି, ବିଶ୍ବକର୍ମା ବିହାର ବର୍ଷା ପାଣିରେ ଉବୁଡୁବୁ ହୋଇଥିଲା। ଡ୍ରେନେଜ୍‌ ବ୍ୟବସ୍ଥା ନଥିବାରୁ ଅଧିକାଂଶ ଘରେ ବର୍ଷା ପାଣି ଲହଡି ମାରିଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବର୍ଷା ପାଣି ଘରୁ ବାହାର କରିବାକୁ ସ୍ଥାନୀୟ ଲୋକଙ୍କୁ ନାକେଦମ ହେବାକୁ ପଡ଼ିଥିଲା।

ଦଣ୍ଡିଆପାଲିରେ ଡ୍ରେନ୍‌ଗୁଡ଼ିକ ଅଧପନ୍ତରିଆ ହୋଇ ପଡ଼ିଥିବାରୁ ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହେବା ସମ୍ଭାବନା ରହିଛି। କେବଳ ଏତିକି ନୁହେଁ, ଟିସିଆଇ ରାସ୍ତାରେ ସମ୍ପୂର୍ଣ୍ଣ ବୁଡ଼ି ଯିବାରୁ ଯାତାୟତ କିଛି ସମୟ ପାଇଁ ଠପ୍‌ ହୋଇଯାଇଥିଲା। ସେମିତି କଲୁଙ୍ଗା ଗୋଇଭଙ୍ଗାରେ ଏକ କାରଖାନାର ପାଚେରି ପଡ଼ିଯିବାରୁ କର୍ମଚାରୀଙ୍କ ୪ଟି ବାଇକ୍ ଓ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିଲା। କେବଳ ଦାଣ୍ଡିଆପାଲି, ବିଶ୍ବକର୍ମା ବିହାର ନୁହେଁ ସହର ତଳିଆ ଅଞ୍ଚଳରେ ଲୋକଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡ଼ିଥିଲା।

Death: ଗଛରେ ଝୁଲିପଡ଼ିଲେ ହଷ୍ଟେଲ ଛାତ୍ରୀ, କାରଣ ଅସ୍ପଷ୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.