ARTICLE AD BOX
ଖପ୍ରାଖୋଲ ବ୍ଲକ ପଡ଼ିଆବାହାଳ ପଞ୍ଚାୟତ ପଚେର ଗାଁରେ ଲଗାଣ ବର୍ଷାରେ ଘର ଭାଙ୍ଗି ଦୁଇ ଗୁରୁତର ହୋଇଛନ୍ତି । ବିଗତ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଅନାଦି କୁମ୍ଭାରଙ୍କ ଘର ରାତ୍ର ସମୟରେ ଶୋଇଥିବା ବେଳେ ଭାଙ୍ଗି ଯାଇଥିଲା।
Two youths critically injured Photograph: (sambad.in)ଧଣ୍ଡାମୁଣ୍ଡା (ସରୋଜ ମିଶ୍ର): ଖପ୍ରାଖୋଲ ବ୍ଲକ ପଡ଼ିଆବାହାଳ ପଞ୍ଚାୟତ ପଚେର ଗାଁରେ ଲଗାଣ ବର୍ଷାରେ ଘର ଭାଙ୍ଗି ଦୁଇ ଗୁରୁତର ହୋଇଛନ୍ତି । ବିଗତ ଦୁଇ ଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଅନାଦି କୁମ୍ଭାରଙ୍କ ଘର ରାତ୍ର ସମୟରେ ଶୋଇଥିବା ବେଳେ ଭାଙ୍ଗି ଯାଇଥିଲା।
ସହାୟତା ପାଇଁ ଦାବି
ଫଳରେ ତାଙ୍କ ପୁଅ ଅଜିତ୍ କୁମ୍ଭାର (୨୧) ଓ ସୁଜିତ୍ କୁମ୍ଭାର ( ୧୮) ଙ୍କ ଉପରେ ଘରର ମାଟି କାନ୍ଥ ପଡ଼ିଯାଇଥିଲା। କାନ୍ଥ ପଡ଼ିବା ଫଳରେ ଉଭୟେ ଗୁରୁତର ହୋଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ଖପ୍ରାଖୋଲକୁ ଆଣିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଉଚ୍ଚତର ଚିକିତ୍ସା ପାଇଁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏନେଇ ପ୍ରଶାସନ ପକ୍ଷରୁ ଧ୍ୟାନ ଦେଇ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।
Flood: ଗନ୍ଧମାର୍ଦ୍ଦନ ପାହାଡ଼ରେ ବାଦଲଫଟା ବର୍ଷା, ହରିଶଙ୍କରରେ ବନ୍ୟା ସ୍ଥିତି
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

5 days ago
4


