ARTICLE AD BOX
ଭଦ୍ରକ : ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା । ଜନଜୀବନ ଅସ୍ତବ୍ୟସ୍ତ । ଏହାକୁ ଦୃଷ୍ଟିରେ ରଖି ଶିଶୁ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆଜି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ସମେତ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରଖାଯାଇଛି।
ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀ, ଭଦ୍ରକଙ୍କ ନିର୍ଦ୍ଦେଶକ୍ରମେ ଏହି ଆଦେଶ ଜାରି କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଭାବକ, ଶିକ୍ଷକ ଓ ସମସ୍ତ ସମ୍ପୃକ୍ତଙ୍କୁ ସତର୍କ ରହିବା ସହ ପାଣିପାଗ ସମ୍ପର୍କିତ ସରକାରୀ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।
ଅଧିକ ପଢନ୍ତୁ: Bhadrak Flood: ସାଳନ୍ଦୀ ନଦୀର ପ୍ରଥମ ବନ୍ୟା, ଧସିଲା ୬୦ ଫୁଟର ନଦୀବନ୍ଧ
ଏପଟେ ସାଳନ୍ଦୀ ନଦୀରେ ପ୍ରଥମ କରି ବନ୍ୟା ଜଳ ପ୍ରବେଶ କରିଛି। ଗତକାଲି ଠାରୁ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଦଗଡ଼ ଡ୍ୟାମ ରୁ ଗେଟ ଖୋଲା ଯାଇଥିଲା। ଡ୍ୟାମ ଗେଟ ଖୋଲିବାରୁ ୧୫ କ୍ୟୁସେକ ଜଳ ନଦୀକୁ ଛଡା ଯାଉଥିଲା। ଫଳରେ ନଦୀର ପାଳିଆ ଅଞ୍ଚଳ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ର ଅନେକ ଚାଷ ଜାମିରେ ବନ୍ୟା ଜଳ ପ୍ରବେଶ କରିଛି। ଏହି ନଦୀର ସ୍ରୋତ ଏତେ ପ୍ରଖର ଥିଲା ରେ ସାଳନ୍ଦୀର ବିଲନା ଲଞ୍ଜା ଠାରେ ନଦୀ ବନ୍ଧ ୬୦ ଫୁଟ ଧସି ଯାଇଛି। ଫଳରେ ବନ୍ୟା ଜଳ ଚାଷ ଜମି ଆଡ଼କୁ ମାଡି ଯାଉଛି । ସାଳନ୍ଦୀର ବନ୍ୟା ଜଳ ଏହି ଅଞ୍ଚଳର ଶହ ଶହ ଏକର ଚାଷ ଜମିରେ ମାଡ଼ି ଯାଇଛି। ଏହି ବନ୍ୟା ପାଇଁ ଉଜୁଡି ଯାଇଛି ଚାଷ ଜମି।

6 days ago
3


