ARTICLE AD BOX
ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତିଲେଇକାନୀ ପଂଚାୟତର ବନୁଯୋର ଗ୍ରାମରେ ଗତକାଲି ରାତିରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ଝଡତୋଫାନ ହୋଇଥିଲା। ଏଥିରେ ବନୁଯୋର ଗ୍ରାମର କୈଳାଶ କିସାନଙ୍କ ଘରଟି ଭାଙ୍ଗି ଯାଇ ଚୁରମାର ହୋଇଯାଇଛି। କୈଳାସଙ୍କ ସ୍ତ୍ରୀ ଓ ୩ ଛୁଆ ଏପରି ୫ ପ୍ରାଣୀ କୁଟୁମ୍ବ ଅଛନ୍ତି। ଏମାନେ ବର୍ଷା ପବନ ହେବା କ୍ଷଣି ନିଜ ଘର ଛାଡି ପଡୋଶୀଙ୍କ ଘରକୁ ଚାଲିଯାଇଥିଲେ। ସେଥିପାଇଁ ଏହି ବଡ ବିପଦରୁ ରକ୍ଷା ପାଇଥିଲେ।
କୈଳାଶ କିସାନ ଜଣେ ଆଦିବାସୀ ଓ ଛୋଟ ଚାଷୀ ପରିବାରର ଅଟନ୍ତି। ବର୍ଷାରେ ଘରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯିବା ଦ୍ୱାରା ସେ ଭାଙ୍ଗି ପଡ଼ିଛନ୍ତି। ଏବେ ଚାଷ କାର୍ଯ୍ୟ ଆରମ୍ଭ କରିବେ କି ଗୃହ ନିର୍ମାଣ କରିବେ ସେ ଚିନ୍ତାରେ ରହିଛନ୍ତି କୈଳାସ କିସାନ। ସେ ଏବାବଦରେ ବାଲିଶଙ୍କରା ତହସିଲଦାର ଏବଂ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି। ତାଙ୍କର ଲିଖିତ ଅଭିଯୋଗ ପାଇଲା ପରେ ତହସିଲଦାର ନିଜ ଅଂଚଳର ଆରଆଇଙ୍କୁ ନିରୀକ୍ଷଣ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି। କୈଳାସ କିସାନ ସରକାରଙ୍କୁ ନିବେଦନ କରିଛନ୍ତି କି ଯୁଦ୍ଧକାଳୀନ ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ଅନ୍ତର୍ଭୁକ୍ତ କରି ଗୃହ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
Gajapati:ପ୍ରବଳ ବର୍ଷାରେ ଉପୁଡ଼ିଲା ବିରାଟ ତେନ୍ତୁଳି ଗଛ, ଦୁଇ ପରିବାରର ଘର କ୍ଷତିଗ୍ରସ୍ତ

2 months ago
25


