Heavy rain: ନବରଂଗପୁରରେ ଦୁଇଦିନରେ ୯୨୭.୮ମିମି ବର୍ଷା, ଡାବୁଗାଁରେ ସର୍ବାଧିକ

5 days ago 6
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ଗତକାଲି ଓ ଆଜି ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ୱୋଲୋ ୱାର୍ଣ୍ଣିଂ ଜାରୀ କରିଛି। ଗତକାଲି ଜିଲ୍ଲାରେ ୪୩୩.୨ମିଲିମିଟର ବର୍ଷା ହୋଇଥିବା ବେଳେ ଆଜି ୪୯୪.୬ମିମି ଏଭଳି ଦୁଇ ଦିନରେ ୯୨୭.୮ମିମି ବର୍ଷା ହୋଇଛି। ଜିଲ୍ଲାରେ ଗତକାଲି ଝରିଗାଁ ବ୍ଲକରେ ସର୍ବାଧିକ ୬୭.୪ମିମି ଓ ଆଜି ୨୭.୨ମିମି ଏଭଳି ୯୪.୬ମିମି ବର୍ଷା ହୋଇଛି। 

ତେବେ ଆଜି ଡାବୁଗାଁ ବ୍ଲକରେ ୧୩୫.୨ମିମି ଓଗତ କାଲି ୫୭.୨ମିମି ଏଭଳି ଦୁଇ ଦିନରେ ସର୍ବାଧିକ ୧୯୨.୪ମିମି ବର୍ଷା ହୋଇଛି। ଏହି ଦୁଇ ଦିନରେ ପାପଡାହାଣ୍ଡି ବ୍ଲକରେ ୧୧୮ମିମି, ଉମରକୋଟରେ ୧୧୨ମିମି, କୋଷାଗୁମୁଡାରେ ୧୦୬.୮ମିମି,ନବରଙ୍ଗପୁରରେ ୬୫ମିମି, ନନ୍ଦାହାଣ୍ଡି ୬୩ମିମି, ତେନ୍ତୁଳିଖୁଣ୍ଟିରେ ୬୬.୪ମିମି, ରାଇଘରରେ ୫୨ମିମି ବର୍ଷା ରେକର୍ଡ କରାଯାଇଛି। ଓଚନ୍ଦାହାଣ୍ଡି ବ୍ଲକରେ ବର୍ଷ ତମାମ ଭଲ ବର୍ଷା ହୋଇନି। ଗତକାଲି ୪୩ମିମି ଓ ଆଜି ୧୪.୬ମିମି ଏଭଳି  ୫୭.୬ମିମି ବର୍ଷା ହୋଇଛି। କମ୍ ବର୍ଷା ଏହି ବର୍ଷ ଚାଷୀଙ୍କ ଉପରେ ବିଶେଷ ପ୍ରଭାବ ପଡିବ‌ ବୋଲି ଚନ୍ଦାହାଣ୍ଡି ବ୍ଲକର ଚା‌ଷୀ ମୋହିତ ବାଗ କହିଛନ୍ତି। 

ଅପରପକ୍ଷରେ ଜିଲ୍ଲାର ବର୍ଷା ବଢ଼ିବା ଏବଂ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ପାଣିପାଗ ବିଭାଗ ପ୍ରବଳ ବର୍ଷା ତାଲିକାରେ ରଖିଥିଲେ। ଏହା ସହ ଥୁଆମୂଳରାମପୁରରେ ୧୧୭ମିମି ବର୍ଷା ହେଉଥିବା ଦେଖିବା ପରେ ବିଦ୍ୟୁତ ଉତ୍ପାଦନ ଇନ୍ଦ୍ରାବତୀ ଜଳବିଦ୍ୟୁତ ପାୱାର ହାଉସ୍ କର୍ତ୍ତୃପକ୍ଷ ବଢ଼ାଇଛନ୍ତି। ୪ଟି ଟରବାଇନ୍ ଗତ ୧୨ଦିନ ହେବ ଲଗାଥାର ଭାବେ ବୁଲିବା ସହ ସବୁ ଦିନ ବିଦ୍ୟୁତ ଉତ୍ପାଦନ ବଢ଼ିବାରେ ଲାଗିଛି। ଏହି କ୍ରମରେ ଆଜି ୫୯୩,୦୬୩ମେଘାୱାଟ ଘଣ୍ଟା ବିଦ୍ୟୁତ ଉତ୍ପାଦନ ହୋଇଛି। 

ସେଭଳି ଜଳଭଣ୍ଡାର ମଧ୍ୟକୁ ୩୪୮.୧୨୩କ୍ୟୁମେକ୍ସ ପାଣି ପଶୁଥିବା ବେଳେ ୨୦୬.୪୯୨ କ୍ୟୁମେକ୍ସ ନିଷ୍କାସନ ହେଉଛି। ସେହିପରି ହାତୀନଦୀ ବେରେଜରୁ ମହାନଦୀ ବେସିନକୁ ୧୯୭.୬୮୪କ୍ୟୁମେକ୍ସ ପାଣି ଛଡାଯାଉଛି। ଜୁନାଗଡରେ ୧୩୬.୮ମିମି, ଏମ ରାମପୁରରେ ୧୪୦ମିମି, ଓ ଗୋଲାମୁଣ୍ଡାରେ ୧୫୯ମିମି ବର୍ଷା ପରେ ହାତୀନଦୀରେ ପାଣି ବଢ଼ିବା ସମ୍ଭାବନା ଅଧିକା ରହିଛି। ଏହି କ୍ରମରେ ଆସନ୍ତାକାଲି ଠାରୁ ବିଦ୍ୟୁତ ଉତ୍ପାଦନର ଧାରା ଏଭଳି ବଜାୟ ରହିବ କି ବୋଲି ପ୍ରଶ୍ନ ଉଠିଛି। ବିଦ୍ୟୁତ ଉତ୍ପାଦନ ବଢ଼ିବା ପରେ ପାଣି ହାତୀନଦୀକୁ ଛଡାଯାଉଛି। ଯଦି ହାତୀନଦୀ ପୁଲିବ ତେବେ ମୁଖିଗୁଡା ପାୱାରହାଉସରୁ ବିଦ୍ୟୁତ ଉତ୍ପାଦନ ପରେ ସେହି ଅନୁପାତରେ ପାଣି ଛଡାଯିବ ନାହିଁ। ଏହି ସ୍ଥିତିରେ ଜଳଭଣ୍ଡାରର ଗଚ୍ଛିତ ଜଳର ପରିଧି ବଢ଼ିବ। ୬୪୦.୫୦ମିଟରରେ ପହଚିଂଲେ ସେତେବେଳେ ବାଧ୍ୟ ହୋଇ ଇନ୍ଦ୍ରାବତୀ ଗେଟ୍ ଖୋଲିବା ସମ୍ଭାବନା ରହିଛି ବୋଲି ପୋଡାଗଡ ଡ୍ୟାମ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ.ସୁଶାନ୍ତ ପଟ୍ଟନାୟକ କହିଛନ୍ତି।   

Read Entire Article
LEFT SIDEBAR AD

Hidden in mobile, Best for skyscrapers.