Heavy Rain: ନଦୀକୁଦକୁ ଗୋରୁ ଚରାଇବାକୁ ଯାଇ ଫସିଗଲେ ୨ଯୁବକ, ଉଦ୍ଧାର ପାଇଁ ଉଦ୍ୟମ ଜାରି

4 weeks ago 15
ARTICLE AD BOX

ଦେଓଗାଁ (କିଶୋର ସାହୁ): ସମଗ୍ର ଓଡ଼ିଶାରେ ଲଘୁଚାପଜନିତ ବର୍ଷା ଚାରି ଦିନ ହେଲା ଜାରି ରହିଛି। ଏହି ସମୟ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷାର ସାମ୍ନା କରିଥିବା ଲୋକେ ବିଭିନ୍ନ ସମସ୍ୟାର ସାମ୍ନା ମଧ୍ୟ କରୁଛନ୍ତି। ବଲାଙ୍ଗୀରଜିଲ୍ଲା ସଇଁତଳା ନିକଟ ଦେଇ ପ୍ରବାହିତ ଲାନ୍ଥ ନଦୀରେ ବନ୍ୟାଜଳ କାରଣରୁ ୨ଜଣ ଗୋରୁ ଚରାଳି ଏବଂ ପ୍ରାୟ ୩୦ ଗୋରୁ ଫସିଛନ୍ତି। 

ସଇଁତଳା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତରର ଟୁର୍ଚ୍ଚା ଗାଁର ୨ ଜଣ ଯୁବକ ଆଜି ସକାଳୁ ପ୍ରାୟ ୩୦ରୁ ଅଧିକ ଗୋରୁ ନେଇ ଲାନ୍ଥ ନଦୀକୁଦକୁ ଯାଇଥିଲେ। ନଦୀ ଶୁଖିଲା ଥିବାରୁ କୁଦକୁ ଗାଈ ନେଇ ପହଞ୍ଚିବାରେ କୌଣସି ଅସୁବିଧା ନଥିଲା। ମାତ୍ର ବର୍ଷା ଯୋଗୁଁ ନଦୀରେ ଧୀରେଧୀରେ ଜଳସ୍ତର ବଢ଼ିବାରେ ଲାଗିଥିଲା। ଜଳସ୍ତର ଅପରାହ୍‌ଣ ବେଳକୁ ପ୍ରାୟ ୪ ଫୁଟରେ ପ୍ରବାହିତ ହେଉଥିଲା। କୂଳର ଉଭୟ ପାର୍ଶ୍ବକୁ ବନ୍ୟାଜଳ ସ୍ପର୍ଶ କରିଥିଲା। କୁଦରେ ଗାଈମାନେ ଚରୁଥିବା ସମୟରେ ଅଚାନକ ଜଳସ୍ତର ବୃଦ୍ଧି ପାଇଥିଲା। 

Rain: ପ୍ରଥମ ଲଘୁଚାପ ବର୍ଷାରେ ବେହାଲ ଗ୍ରାମ୍ୟ ରାସ୍ତା, ଅନେକ ସ୍ଥାନରେ ଜମି ରହିଛି ବର୍ଷାଜଳ

ତେବେ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ୨ଜଣ ଗୋରୁ ଚରାଳିଙ୍କର ଚିନ୍ତା ବଢ଼ିଯାଇଥିଲା। ଅନ୍ୟପଟରେ ସେମାନେ ମଧ୍ୟାହ୍ଣ ଭୋଜନ କରି ନଥିବାରୁ ପରିବାର ଲୋକଙ୍କର ଚିନ୍ତା ମଧ୍ୟ ବଢ଼ି ଯାଇଥିଲା। ପରିବାର ଲୋକଙ୍କର ସୂଚନା କ୍ରମେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ୨ଜଣ ଗୋରୁ ଚରାଳିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ନଦୀର ଏହି ବନ୍ୟା ସ୍ରୋତରେ ବାଲି ଚୋରି କରୁଥିବା ଏକ ଜେସିବି ଗାଡ଼ି ମଧ୍ୟ କାନ୍ଦୁଲସର ଗାଁ ନିକଟରେ ଭାସି ଯାଇଥିବାର ସୂଚନା ହସ୍ତଗତ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.