ARTICLE AD BOX
ଗାଜିଆବାଦ: ଉତ୍ତର ପ୍ରଦେଶରେ ଗାଜିଆବାଦରେ ଗୁରୁବାର ପ୍ରବଳ ବର୍ଷା ହୋଇଥିବାବେଳେ ବିଭିନ୍ନ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିଲା। ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ସାଧାରଣ ଜୀବନ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଗାଜିଆବାଦରେ ଘର ବାହାରେ ଜମା ହୋଇଥିବା ବର୍ଷା ପାଣିରେ ପଡ଼ିଯାଇ ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ହେବା ପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ବିଜୟନଗର ପୁଲିସ ଷ୍ଟେସନ ଅନ୍ତର୍ଗତ ସର୍ବୋଦୟ ନଗର ଅଞ୍ଚଳରେ ଶିଶୁଟିର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।
POK rebellion: ପିଓକେ ବିଦ୍ରୋହରେ ନିର୍ଣ୍ଣାୟକ ମୋଡ଼: ୩୮ ଦଫା ଦାବି, ୪୮ ଘଣ୍ଟାର ଚେତାବନୀ
ସରକାରୀ ସ୍କୁଲ ଛୁଟି ଘୋଷଣା
ବିଜୟନଗର ଏସିପି ଉପାସନା ପାଣ୍ଡେ କହିଛନ୍ତି, ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବ ଓ ସମସ୍ତ ଆବଶ୍ୟକୀୟ ଆଇନଗତ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁନିଶ୍ଚିତ କରିବ। ଘର ବାହାରେ ଜମା ହୋଇଥିବା ପାଣିରେ ଶିଶୁଟି ପଡ଼ିଯାଇଥିଲା। ଶିଶୁଟିର ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକ ଉତ୍କ୍ଷୀପ୍ତ ଥିବା ପୁଲିସ କହିଛି। ଗୁରୁବାର ରାଜଧାନୀ ଦିଲ୍ଲୀ ଓ ଏନ୍ସିଆର୍ ନୋଏଡା, ଗାଜିଆବାଦ, ଗୁରୁଗ୍ରାମରେ ବର୍ଷା ଯୋଗୁ ବେହାଲ ହୋଇଯାଇଥିଲା। ନୋଏଡାର ସେକ୍ଟର ୧୬, ୩୩ ଓ ୧୨ରେ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇରହିଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଲୋକମାନେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ। ଗାଜିଆବାଦରେ ସ୍ଥାନୀୟ ପ୍ରଶାସନ ସରକାରୀ ସ୍କୁଲ ପାଇଁ ଛୁଟି ଘୋଷଣା କରିଥିଲା।

3 weeks ago
14


