Heavy Rain: କୁଅଁରସାହିଠାରେ ବୈତରଣୀର ମୁଖ୍ୟ ବନ୍ଧ ଧସିଲା

1 month ago 10
ARTICLE AD BOX

ଦଶରଥପୁର: ବୈତରଣୀର ଦୁଦୁରାଅଣ୍ଟା ପଞ୍ଚାୟତ କୁଅଁରସାହି ଠାରେ ୧୦୦ ଫୁଟ ଲମ୍ବା ୩୦ ଫୁଟ ଚଉଡା ମୁଖ୍ୟ ବନ୍ଧଧସିଛି। କାଣୀର ତରପଦା ପଞ୍ଚାୟତ ପାଟଣା ଗ୍ରାମ ପାଖରେ ୨ ଟି ଗୋଟିଏ ୪୦ ଫୁଟ ଲମ୍ବ ୧୫ ଫୁଟ ଓସାର ଏବଂ ଦ୍ୱିତୀୟଟି ୮୦ ଫୁଟ ଲମ୍ବ ୨୦ ଓସାରରେ ବନ୍ଧ ଧସିଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତା ଜଳସମ୍ପଦ ବିଭାଗ ମରାମତି କାର୍ଯ୍ୟ ଜାରି ରହିଛି। ମାତ୍ର ଲଗାଣ ବର୍ଷା କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। 

ଅଗ୍ନିଶମ ବାହିନୀ ଉଦ୍ଧାର କରି ଉପର ସ୍ଥାନକୁ ଆଣିଛି

ଅନ୍ୟପକ୍ଷରେ ଘର ଛାତ ଉପରେ ଥିବା ଲୋକଙ୍କୁ ଦଶରଥପୁର ଅଗ୍ନିଶମ ବାହିନୀ ଉଦ୍ଧାର କରି ଉପର ସ୍ଥାନକୁ ଆଣିଛି। ସବୁଠୁ ଅଧିକ ସମସ୍ୟା ବଢିଯାଇଛି ନଦୀ ବନ୍ଧ ଉପରେ ଥିବା ଲୋକଙ୍କର। ଗୋଟିଏ ପାଲ ତଳେ ମଣିଷ, ଗାଈ, ଛେଳି, କୁକୁଡ଼ା ଏକାଠି ମୁଣ୍ଡ ଗୁଂଜିଛନ୍ତି। ବର୍ଷାରେ ବିଭିନ୍ନ ସମସ୍ୟା ସୃଷ୍ଟି କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.