Healthcare facilities: ଖଣିଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ; ଏନ୍‌ଆର୍‌ସି, ମା’ଗୃହ ଓ ପିଏଚ୍‌ସି ଲୋକାର୍ପିତ

6 days ago 6
ARTICLE AD BOX

କାଳିଆପାଣି (ରବି ନାରାୟଣ କର): କ୍ରୋମ୍‌ ଉପତ୍ୟକାର ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ପୂରଣ ହୋଇଛି। କାଳିଆପାଣିରେ ଆଜି ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆର୍‌ସି), ମା’ଗୃହ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି) ଓ ଜିନ୍ଦଲ ସ୍ବ‌ାସ୍ଥ୍ୟ ପ୍ରତିଷ୍ଠା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଗୋଟିଏ କୋଠାତଳେ ଥିବା ଏହି ୪ ଜନହିତକର ପ୍ରକଳ୍ପକୁ ସମବାୟ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ଉଦ୍‌ଘାଟନ କରି ଲୋକାର୍ପଣ କରିଛନ୍ତି। ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଓ ଜିଲ୍ଲାପାଳ ଅମ୍ବର କୁମାର କର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଖଣି ପାରିପାର୍ଶ୍ବିକ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟସେବା ପାଇଁ ତାଙ୍କ ସେବା ଅବ୍ୟାହତ ରହିବ ବୋଲି ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ। 

କଳିଙ୍ଗନଗର ଅତିରକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ସୁକିନ୍ଦା ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି, ଦାନଗଦୀ ବିଡିଓ ପ୍ରଦୀପ କୁମାର ସେଠୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ, ଡିପିଏମ୍‌ ବିଶ୍ବରଞ୍ଜନ ରଥ, ଡିଏମ୍‌ଏଫ୍‌ ଟିମ୍ ଲିଡର ଡ. ସତ୍ୟ ସ୍ବରୂପ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଆଶିଷ କୁମାର ବିଶ୍ବାଳ, ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ଓଡ଼ିଶା ମାଇନିଂ ୱାର୍କର୍ସ ୟୁନିଅନ୍ ସଭାପତି ଇଂ ସବ୍ୟସାଚୀ ବଳସାମନ୍ତ, ସାଧାରଣ ସମ୍ପାଦକ ଅମଳେନ୍ଦୁ ବେହୁରା, କାର୍ଯ୍ୟକାରୀ ସଭାପତି ନାରାୟଣ ଚନ୍ଦ୍ର ଧୀର, ସୁଧାଂଶୁ ଶେଖର ଭଞ୍ଜ, ବିଦ୍ୟାଧର ପାତ୍ର, ଡାକ୍ତର ଶୁଭାଶିଷ ଜେନା, ଡାକ୍ତର ପ୍ରଦୀପ କୁମାର ରାଉତରାୟ, ପିଏଚ୍‌ଇଓ ରଶ୍ମିପ୍ରଭା ଖଟୁଆ, ଜିନ୍ଦଲ ସହଯୋଗୀ ଉପସଭାପତି ବସନ୍ତ କୁମାର ମହାପାତ୍ର, ଖଣିମୁଖ୍ୟ ରମିୟ ରଞ୍ଜନ ରାୟ, ଶକ୍ତି ପ୍ରସାଦ ବିଶ୍ବାଳ, ବାଲୁଙ୍କେଶ୍ବର ଦାଶ, ବିଜେପି ସଂଗଠକ ପୁଷ୍ପକ ମହାପାତ୍ର, ମାନସ ମହାନ୍ତି, ବେଣୁଧର ମହାନ୍ତ, ମନୋଜ କୁମାର ନାୟକ, ରବୀନ୍ଦ୍ର କୁମାର ସାହୁ, ଦୀପକ ପାତ୍ର, ଅଭିଜିତ ପାତ୍ର, ବେଣୁଧର ମହାକୁଡ଼, ବିପିଏମ୍ ବିଶ୍ବଜିତ ସ୍ବାଇଁ, ନର୍ସିଂ ଅଫିସର ଶଶୀରେଖା ସାହୁ, ଫାର୍ମାସିଷ୍ଟ୍‌ ବବିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। 

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ କରଙ୍କ ଅଧ୍ୟକ୍ଷତାରେ କାଳିଆପାଣିରେ ଅନୁଷ୍ଠିତ ସାଧାରଣ ସମାବେଶରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ମୁଖ୍ୟଅତିଥି ଓ ସାଂସଦ ଶ୍ରୀ ବେହେରା ସମ୍ମାନିତ ଅତିଥି ଭାବେ ଜନସାଧାରଣଙ୍କ ମୌଳିକ ସୁବଧା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ। ବିଡିଓ ଶ୍ରୀମତୀ ପୃଷ୍ଟି ଧନ୍ୟବାଦ ଦେଇଥିଲେ। ଶତାଧିକ ଅଙ୍ଗନବାଡ଼ି ଓ ଆଶାକର୍ମୀ ଉପସ୍ଥିତ ଥିଲେ।

Jharkhand mines: ଝାଡ଼ଖଣ୍ଡ ଖଣିରୁ ରାଜସ୍ବ ଆଦାୟ କରିପାରିଲା, ଓଡ଼ିଶା ଚୁପ୍‌ କାହିଁକି

ପିପିପି ମୋଡ୍‌ରେ ପରିଚାଳିତ ପିଏଚ୍‌ସିରେ ଜଣେ ଲେଖାଏଁ ଏମ୍‌ବିବିଏସ୍ ଡାକ୍ତର, ଆୟୁଷ ଡାକ୍ତର, ଫାର୍ମାସିଷ୍ଟ୍‌, ଷ୍ଟାଫ୍‌ ନର୍ସ, ଲାବୋରେଟୋରି ଟେକ୍ନିସିଆନ ଓ ଆଟେଣ୍ଡାଣ୍ଟ୍ ଏବଂ ନିର୍ମଳ ଯୋଜନାରେ ୩ ଜଣ ନିରାପତ୍ତାରକ୍ଷୀ ଓ ସ୍ବଚ୍ଛସାଥୀ ନିୟୋଜିତ ହୋଇଛନ୍ତି। ୧୦ ଶଯ୍ୟା ବିଶିଷ୍ଟ ଏନ୍‌ଆର୍‌ସିରେ ଜଣେ ପରାମର୍ଶଦାତା, ୪ ଜଣ ଏଏନ୍‌ଏମ୍‌ ଓ ୩ ଜଣ ପାଚିକା-ସହାୟିକା ଏବଂ ୮ ଶଯ୍ୟା ଥିବା ମା’ଗୃହରେ ଜଣେ ଏଏନ୍‌ଏମ୍‌-ସଂଯୋଜିକା, ୩ ଜଣ ସ୍ବାସ୍ଥ୍ୟ ସହାୟିକା ଓ ଜଣେ ପାଚିକା-ସହାୟିକା ନିଯୁକ୍ତ ହୋଇଛନ୍ତି। ୩ଟି ଘରୋଇ ସଂସ୍ଥାରେ ମୋଟ୍‌ ୨୫ ଜଣ ଠିକା ନିଯୁକ୍ତି ପାଇଥିବା ବିଭାଗୀୟ ସୂଚନା ମିଳିଛି।          

Read Entire Article
LEFT SIDEBAR AD

Hidden in mobile, Best for skyscrapers.