Healthcare Crisis: ଅନ୍ତିମ ଶଯ୍ୟାରେ ଜିଲ୍ଲାର ସ୍ବାସ୍ଥ୍ୟସେବା: ୪୦.୪୪ ପ୍ରତିଶତ କର୍ମଚାରୀ ଅଭାବ

3 weeks ago 11
ARTICLE AD BOX

ରାଉରକେଲା(ଦେବବ୍ରତ ଗଡ଼ତିଆ): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟସେବା ଏବେ ଚରମ ବିପର୍ଯ୍ୟୟ ଦେଇ ଗତି କରୁଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସମେତ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ଗୁଡ଼ିକରେ ଡାକ୍ତରଙ୍କ ସମେତ ପାରା ମେଡିକାଲ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି। ଜିଲ୍ଲାରେ ମୋଟ୍‌ ୪୦.୪୪ ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀ ପଦବି ଖାଲିପଡ଼ିଛି। ଆବଶ୍ୟକ ବୈଷୟିକ କର୍ମଚାରୀ ଓ ବିଶେଷଜ୍ଞ ଡାକ୍ତର ନଥିବାରୁ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଭୁଶୁଡ଼ିଗଲାଣି। ଏହାଦ୍ବାରା ଜିଲ୍ଲାବାସୀ ମୌଳିକ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟ (ସୁନ୍ଦରଗଡ଼), ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌), ୨୦ଟି ସିଏଚ୍‌ସି ଓ ୫୬ଟି ପିଏଚ୍‌ସି ରହିଛି। ଏ ସମସ୍ତ ଚିକିତ୍ସାଳୟ ପାଇଁ ମୋଟ୍‌ ୧୮୭୪ଟି ଡାକ୍ତର, ଫାର୍ମାସୀ ଅଫିସର, ଲ୍ୟାବ୍‌ ଟେକ୍ନିସିଆନ, ରେଡିଓଗ୍ରାଫର, ଚକ୍ଷୁ ଚିକିତ୍ସାଧିକାରୀ ଓ ଅନ୍ୟାନ୍ୟ ପଦବି ରହିଛି। ତେବେ ଏଥିମଧ୍ୟରୁ ୧୧୧୬ ଟି ଜଣ କାର୍ଯ୍ୟରତ ଥିବାବେଳେ ୭୫୮ ଟି (୪୦.୪୪%) ପଦବି ଖାଲିପଡ଼ିଛି। ଜିଲ୍ଲାରେ ମୋଟ୍‌ ୭୨୪ଟି ଡାକ୍ତର ପଦବି ଥିବାବେଳେ ୪୦୦ (୫୫%) ପଦବି ଖାଲିପଡ଼ିଛି। ସେହିଭଳି ମୋଟ୍‌ ୮୬୪ଟି ନର୍ସିଂ ଅଫିସର ପଦବିରୁ ୨୬୭ (୩୬.୭୦%)ଟି ପଦବି ଖାଲିପଡ଼ିଥିବାବେଳେ ୧୪୨ଟି ଫାର୍ମାସୀ ଅଫିସର ମଧ୍ୟରୁ ୮୮ ଟି(୬୧.୯୭%), ୮୮ ଟି ଲ୍ୟାବ୍‌ ଟେକ୍ନିସିଆନ ମଧ୍ୟରୁ ୪୫ଟି (୫୧.୧୩%), ୩୭ଟି ରେଡିଓଗ୍ରାଫର ମଧ୍ୟରୁ ୨ଟି (୫.୪୦%), ୧୯ଟି ଚକ୍ଷୁ ଚିକିତ୍ସାଧିକାରୀ ପଦବି ମଧ୍ୟରୁ ୧୬ଟି (୮୪.୨୧%) ପଦବି ଦୀର୍ଘଦିନ ହେଲା ଖାଲିପଡ଼ିଛି।

WhatsApp Image 2026-07-13 at 8.07.36 AM

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ଥିବା ୨୦ଟି ସିଏଚ୍‌ସିରେ ୫୨ ପ୍ରତିଶତ ପଦବି ଅପୂରଣୀୟ ହୋଇରହିଛି। ସିଏଚ୍‌ସିଗୁଡ଼ିକରେ ମେଡିସିନ, ସର୍ଜରୀ, ଶିଶୁରୋଗ, ପ୍ରସୂତି ଓ ସ୍ତ୍ରୀରୋଗ ଏବଂ ଅନ୍ୟାନ୍ୟ ବିଭାଗର ଅତ୍ୟାବଶ୍ୟକ ପଦବି ଖାଲିପଡ଼ିଛି। ଜିଲ୍ଲାର ସିଏଚ୍‌ସି ପାଇଁ ମୋଟ୍‌ ୪୧୭ଟି ପଦବି ମଞ୍ଜୁର ହୋଇଛି। କିନ୍ତୁ ଏଥିମଧ୍ୟରୁ ୨୦୦ ଜଣ କାର୍ଯ୍ୟରତ ଥିବାବେଳେ ୨୧୭ (୫୨.୦୩%)ଟି ପଦବି ଖାଲିପଡ଼ିଛି। ସେହିଭଳି ଜିଲ୍ଲାର ୫୬ଟି ପିଏଚ୍‌ସିରେ ମଞ୍ଜୁରୀପ୍ରାପ୍ତ ୫୬ଟି ପଦବିରୁ ୨ଟି ଖାଲିପଡ଼ିଛି। କର୍ମଚାରୀ ସଙ୍କଟ ଯୋଗୁ ରୋଗୀ ଉପଯୁକ୍ତ ସମୟରେ ପରୀକ୍ଷା ଓ ଚିକିତ୍ସା ନପାଇ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସିଏଚ୍‌ସି/ପିଏଚ୍‌ସି‌ରେ ଚିକିତ୍ସାସେବା ପାଇଁ ମାନବ ସମ୍ବଳ ନଥିବାରୁ ବାହାରକୁ ଯାଉଛନ୍ତି, ଯାହା ସେମାନଙ୍କ ଆର୍ଥିକ ବୋଝ ଓ ମାନସିକ ଯନ୍ତ୍ରଣାକୁ ଦ୍ଵିଗୁଣିତ କରୁଛି।

Environment Panchayat: ଖାଇବା ବିଳମ୍ବରୁ ସ୍ବାମୀର ନୃଶଂସ କାଣ୍ଡ: ଟାଇଲ୍‌ରେ ଛେଚି ପତ୍ନୀଙ୍କୁ ହତ୍ୟା

Read Entire Article
LEFT SIDEBAR AD

Hidden in mobile, Best for skyscrapers.