ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲାରେ ୧୩ଲକ୍ଷ ୬୭ହଜାର ଜନସଂଖ୍ୟା ମଧ୍ୟରୁ ଏପ୍ରିଲ ୨୦୨୫ରୁ ଏଯାଏଁ ଉଚ୍ଚରକ୍ତଚାପରେ ୪ଲକ୍ଷ ୧୯ହଜାର ୦୦୧ଜଣ, ମଧୁମେହରେ ୪ଲକ୍ଷ ୩୧ହଜାର ୨୯୬ଜଣ ଓ ୧୫୦ଜଣ ବିଭିନ୍ନ କର୍କଟରେ ଆକ୍ରାନ୍ତ ଔଷଧ ଖାଉଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଜାତୀୟ ଅଣସଂକ୍ରାମକ ରୋଗ ସେଲ ପକ୍ଷରୁ ସୂଚନା ମିଳିଛି। ସେହିପରି ଗତ ୬ମାସ ମଧ୍ୟରେ ଅକ୍ଟୋବର ୨୦୨୬ ଶେଷ ସୁଦ୍ଧା ଜିଲ୍ଲାରେ ଉଚ୍ଚରକ୍ତଚାପ ଚିହ୍ନଟ ନିମନ୍ତେ ୨,୪୩,୫୦୯ ଜଣଙ୍କର ସ୍କ୍ରିନିଂ କରାଯିବା ପରେ ୮୧୪୨୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ମଧୁମେହ ରୋଗ ଚିହ୍ନଟ ନିମନ୍ତେ ୨,୫୧,୨୯୬ ଜଣଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ପରେ ୪୩,୭୮୪ଜଣ ଚିହ୍ନଟ ହେବା ସହ ସ୍ବାସ୍ଥ୍ୟ ବିଭାଗରୁ ଔଷଧ ଖାଉଛନ୍ତି। ମୁଖ କର୍କଟର ୧୨ ଜଣ, ସ୍ତନ କର୍କଟର ୧ ଜଣ ଏବଂ ଗର୍ଭାଶୟ ଗ୍ରୀବା କର୍କଟର ୨ ଜଣ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।
ଏହି ସଂଖ୍ୟା ଆହୁରିଅଧିକା ହେବ ବୋଲି ଚର୍ଚ୍ଚା ହେଉଛି।ବହୁ ରୋଗୀ ଡିଏଚଚ୍ କିମ୍ବା ସରକାରୀ ଡାକ୍ତରଖାନାକୁ ଯିବା ବଦଳରେ ସ୍ଥାନୀୟ ଘରୋଇ କ୍ଲିନିକ କିମ୍ବା ରାଜ୍ୟବାହାରକୁ ବିଶାଖାପାଟଣା, ରାୟପୁର, ହାଇଦ୍ରାବାଦ, ଚେନ୍ନାଇ, ମୁମ୍ବାଇ ଯାଇ ଚିକିତ୍ସିତ ହେଉଛନ୍ତି। କିମ୍ବା ନିଜେ ଘରେ ପରୀକ୍ଷା କରୁଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଘରକୁ ଘର ବୁଲି ସର୍ଭେ କରିବା ନିହାତି ଆବଶ୍ୟକତା ରହିଛି। ଗତ ୬ମାସରେ ରାଇଘର ବ୍ଲକରେ ସର୍ବାଧିକ ଉଚ୍ଚରକ୍ତଚାପ ୨୨,୬୪୫,ମଧୁମେହ ୧୪,୬୩୭ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଚନ୍ଦାହାଣ୍ଡିରେ ଉଚ୍ଚରକ୍ତଚାପ ୩୩୫୫, ମଧୁମେହ୧୫୯୧, ଡାବୁଗାଁରେ ୫୨୪୪ ଓ ୨୭୫୫,ଝରିଗାଁରେ ୭୬୪୧ ଓ ୩୪୪୦, କୋଷାଗୁମୁଡାରେ ୮୭୩୮ ଓ ୨୫୭୬, ସାନମସିଗାଁ (ନବରଙ୍ଗପୁର ବ୍ଲକ)ରେ୬୦୧୯ ଓ ୨୭୮୬, ନନ୍ଦାହାଣ୍ଡିରେ ୩୩୭୨ ଓ ୧୫୯୯, ପାପଡାହାଣ୍ଡିରେ ୭୭୮୮ଓ ୪୨୬୫,ପୁଜାରୀଗୁଡା(ଉମରକୋଟ ବ୍ଲକ)ରେ ୮୪୯୫ ଓ ୪୮୩୧, ତେନ୍ତୁଳିଖୁଣ୍ଟି ୩୩୭୫ ଓ ୧୩୨୭, ନବରଙ୍ଗପୁର ପୌରପାଳିକା ୩୫୦୦ ଓ ୩୨୪୫, ଉମରକୋଟ ପୌରପାଳିକାରେ ୧୨୫୧ ଓ ୭୩୨ଜଣ ଚିକିତ୍ସାଧୀନ।
ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗକୁ ଠିକ୍ ସମୟରେ ଚିହ୍ନଟ କରାଯାଇ ନିୟମିତ ଚିକିତ୍ସା କରାଗଲେ ହୃଦ୍ରୋଗ, ଷ୍ଟ୍ରୋକ୍, ବୃକକ୍ ଜନିତ ସମସ୍ୟା ଓ ଅନ୍ୟାନ୍ୟ ଜଟିଳତାକୁ ରୋକାଯାଇପାରିବ ବୋଲି କହିଛନ୍ତି ସିଡିଏମଓ ଡ.ପ୍ରମୋଦ କୁମାର ପାଢ଼ୀ। ଏହି ରୋଗଗୁଡ଼ିକର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ଏବଂ ଠିକ୍ ସମୟରେ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି ସିଡିଏମଓ। ନିଜ ନିକଟସ୍ଥ ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଉଚ୍ଚ ରକ୍ତଚାପ, ମଧୁମେହ ଓ ବିଭିନ୍ନ ପ୍ରକାର କର୍କଟ ରୋଗର ସ୍କ୍ରିନିଂ କରାଇବାକୁ ସିଡିଏମଓ ଅନୁରୋଧ କରିଛନ୍ତି। ଉଭୟ କାର୍ଯ୍ୟକ୍ରମର ସ୍କ୍ରିନିଂ ପାଇଁ ଲକ୍ଷ୍ୟ ୭,୩୨,୪୪୫ ରହିଛି।
Amit Shah: ସୀମାନ୍ତ ଜିଲ୍ଲା ଉପରେ ଅଧ୍ୟୟନ କରିବାକୁ ଜନସଂଖ୍ୟାଗତ ପରିବର୍ତ୍ତନ କମିଟିକୁ ନିର୍ଦ୍ଦେଶ
ସ୍କ୍ରିନିଂ ମାଧ୍ୟମରେ ରୋଗୀଙ୍କୁ ଚିହ୍ନଟ କରିବା ସହ ଆବଶ୍ୟକ ଚିକିତ୍ସା ଓ ନିୟମିତ ଔଷଧ ସେବନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଉଛିବୋଲି କହିଛନ୍ତି ସିଡିଏମଓ। ଅନେକ ସମୟରେ ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗର ପ୍ରାରମ୍ଭିକ ଅବସ୍ଥାରେ ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ନିଜକୁ ସୁସ୍ଥ ମନେ କରୁଥିଲେ ମଧ୍ୟ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାଇବା ଆବଶ୍ୟକ। ରୋଗ ଶୀଘ୍ର ଚିହ୍ନଟ ହେଲେ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ରୋଗର ଜଟିଳତାକୁ କମାଇବା ସମ୍ଭବ ବୋଲି ଏନସିଡି ସେଲ୍ ପରାମର୍ଶଦାତା ତରୁଣ କୁମାର ସାହୁ କହିଛନ୍ତି।

1 hour ago
3


