Health: ହସ୍‌ପିଟାଲରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସରେ ଶିଶୁକନ୍ୟାକୁ ଜନ୍ମଦେଲେ ମହିଳା

3 weeks ago 11
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା):ଆମ୍ବୁଲାନ୍ସକୁ ନେଇ ସଦାବେଳେ ଅଭାବନୀୟ ଚିତ୍ର ଆସୁଥିବା ଖବର ସହିତ ରାୟଗଡାବାସୀଙ୍କ ଜୀବନ ଜଡ଼ିତ। ଜିଲ୍ଲାର ଯାତାୟତ ବ୍ୟବସ୍ଥା ହେଉ କି ପ୍ରଶାସନିକ ଅବହେଳା ହେଉ ଗର୍ଭବତୀ ମହିଳାମାନେ ଯନ୍ତ୍ରଣା ପାଇବା ଏକ ସାଧାରଣ କଥା ହୋଇଯାଇଛି। କିନ୍ତୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମୟୋଚିତ ତ୍ବରିତ ପଦକ୍ଷେପ ଯୋଗୁଁ ଆଜି ଜଣେ ମହିଳା ସୁରକ୍ଷିତ ଭାବେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।  

ଆଜି ସକାଳୁ ରାୟଗଡ଼ାଜିଲ୍ଲା ଗୁଡାରି ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ଗ୍ରାମର ଭାନୁ ଜାଗାରଙ୍ଗାଙ୍କୁ ହଠାତ୍ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ସୂଚନା ପାଇବା ମାତ୍ରେ ପଦ୍ମପୁରରୁ ୧୦୮ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉକ୍ତ ଟିମ୍‌ରେ ରହିଥିଲେ ଇଏମଟି (ଏମାରଜେନ୍ସି ମେଡିକାଲ ଟେକ୍ନିସିଆନ) ଯୁଗଳ କିଶୋର ଶବର, ଡ୍ରାଇଭର ଏମ୍‌  ମାଧବ ଏବଂ ସହାୟକ  ରବି ଶବର। ସେମାନଙ୍କ ସହିତ ଥିଲେ ଆଶା କର୍ମି ଜ୍ୟୋତି ମାଝି।

WhatsApp Image 2026-07-07 at 16.56.22

ଆମ୍ବୁଲାନ୍ସରେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବା ସମୟରେ ରାସ୍ତାରେ ହିଁ ଭାନୁ ଜାଗରଙ୍ଗାଙ୍କ ପ୍ରସବ ବେଦନା ବଢ଼ିଯାଇଥିଲା। ପ୍ରସବ ବେଦନା ଏପରି ବଢ଼ିଯାଇଥିଲା ଯେ ଆମ୍ବୁଲାନ୍ସ କର୍ମଚାରୀ ୧୦୮ ଆମ୍ବୁଲାନ୍ସକୁ ବାଧ୍ୟ ହୋଇ ବଡନାଳ ନିକଟରେ ରଖିଥିଲେ। ଏଭଳି ପରିସ୍ଥିତିରେ ଇଏମ୍‌ଟି ଯୁଗଳ କିଶୋର ଶବର ନିଜର ଅଭିଞ୍ଜତା ଆଶା କର୍ମୀ ଜ୍ୟୋତିଙ୍କ ସହାୟତାରେ ସମୟୋଚିତ ପଦକ୍ଷେପ ନେଇ ଆମ୍ବୁଲାନ୍ସ ଭିତରେ ହିଁ ଶିଶୁକନ୍ୟାକୁ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ। ପ୍ରସବ ପରେ ଆମ୍ବୁଲାନ୍ସ ଟିମ୍‌ ମା' ଓ ନବଜାତକ ଶିଶୁକୁ ନେଇ ତୁରନ୍ତ ପଦ୍ମପୁର ସିଏଚସିରେ  ଭର୍ତ୍ତି କରାଇଥିଲେ। ସେଠାରେ ଉପସ୍ଥିତ ଡାକ୍ତର ପରୀକ୍ଷା କରି ଉଭୟ  ମା' ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ବୋଲି ସୂଚନା ପ୍ରଦାନ କରିଛନ୍ତି। 

Traffic pain is unbearable: ଟ୍ରାଫିକ ଯନ୍ତ୍ରଣା ଅସମ୍ଭାଳ: ଫସିଲା ଆମ୍ବୁଲାନ୍ସ, ଅପରାହ୍ନରୁ ରାତି ସାଢ଼େ ୧୦ଟା ଯାଏ ଜାମ

ରାୟଗଡା ଭଳି ଉପାନ୍ତ ଅଞ୍ଚଳରେ କେତେବେଳେ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ପହଁଚି ପାରୁନଥିବା ବଳେ  ଖଟରେ ଗର୍ଭବତି ମହିଳା ବୁହାହେବା ଭଳି ଅଭାବନୀୟ ଘଟଣା  ଚର୍ଚ୍ଚାରେ ରହୁଛି। ଏପରିକି ରାୟଗଡ଼ା ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁହାର ବର୍ଧିତ ସଂଖ୍ୟା ପାଇଁ ଜିଲ୍ଲାର ଚିତ୍ର ଖରାପ ଥିବା ବେଳେ ୧୦୮ ଆମ୍ବୁଲାନ୍ସ  ଟିମ ସୁରକ୍ଷିତ ପଦକ୍ଷେପ ଯୋଗୁଁ ଉଭୟ ମା’ ଓ ଶିଶୁର ଜୀବନ ବଞ୍ଚିଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ପଦକ୍ଷେପ ଯୋଗୁଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଗର୍ଭବତୀଙ୍କ କଷ୍ଟ ଦେଖି ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେବା ଛଡ଼ା ଅନ୍ୟ କିଛି ଉପାୟ ନଥିଲା ବୋଲି ସୂଚନା ଦେଇଛନ୍ତି ଯୁଗଳ କିଶୋର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.