Health: ଡାକ୍ତର ଠାରୁ ଅଧିକ ଭରସାଯୋଗ୍ୟ କ୍ବାକ ଏବଂ ଦିଶାରୀ

3 weeks ago 15
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ା ଭଳି ଖଣି ଖାଦାନ ଭରପୁର ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ଅଭାବ ହେଉ କିମ୍ବା  ଅନ୍ଧ ବିଶ୍ବାସ ଯୋଗୁଁ  ହେଉ ଆଜି ବି ଜିଲ୍ଲାରେ ଯେ କୌଣସି ଚିକିତ୍ସା ପାଇଁ ପ୍ରଥମ ପସନ୍ଦ ହେଉଛି କ୍ବାକ୍ ଏବଂ ଦିଶାରୀ(ଗୁଣି ଗାରେଡି)। ସ୍ଥାନୀୟ ଜନସାଧାରଣ ଯେ କୌଣସି  ରୋଗ ହେଉ ଚିକିତ୍ସା ପାଇଁ ଶିକ୍ଷିତ ଓ ପ୍ରଶିକ୍ଷିତ ଡାକ୍ତର ଅପେକ୍ଷା କ୍ବାକ୍ ଏବଂ ଦିଶାରି ପାଖକୁ ଯାଉଥିବା ତଥ୍ୟରୁ ଜଣାପଡିଛି । ଫଳସ୍ବରୁପ  ଜିଲ୍ଲାରେ ଶହ ଶହ ବେଆଇନ କ୍ଲିନିକ୍ ବେଧଡକ ଚାଲିଛି। 

ଅପରପକ୍ଷରେ ମ୍ୟାଲେରିଆ, ରକ୍ତହୀନତା, ଝାଡ଼ାବାନ୍ତି, ଶିଶୁ ଓ ମାତୃ ମୃତ୍ୟୁହାର ଏବଂ ପୁଷ୍ଟିହିନତାକୁ ନେଇ ସଂଘର୍ଷ କରୁଥିବା ରାୟଗଡା ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଏକ ବିକଳ ଚିତ୍ର ରିତିମତ ଦେଖିବାକୁ ମିଳିଛି। ସେହିଭଳି ଏନେଇ ଜୈନିକ ଡାକ୍ତର ସୂଚନା ପ୍ରଦାନ କରି କହିଛନ୍ତି ଯେ ରାୟଗଡ଼ା ଜିଲ୍ଲାରେ ଡାକ୍ତରମାନଙ୍କ ରୋଜଗାର ଠାରୁ କ୍ବାକ୍ ମାନଙ୍କର ରୋଜଗାର ଅଧିକା। 

ରାୟଗଡ଼ା ଭଳି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତର ଅଭାବରୁ  କ୍ବାକମାନେ  ନିଜକୁ ବିଶେଷଞ୍ଜ ଡାକ୍ତର ଭାବେ ନିଜକୁ ପରିଚିତ କରାଇପାରିଛନ୍ତି  ଏବଂ ଆସ୍ଥାଭାଜନ ହୋଇପାରିଛନ୍ତି ଫଳରେ  ଏକ ବିପଜ୍ଜନକ  ପରିସ୍ଥିତି ଜିଲ୍ଲାରେ ବହୁଦିନ ଧରି ସୃଷ୍ଟି ହୋଇଆସିଅଛି। 

ଏନେଇ ସ୍ବାସ୍ଥ୍ୟ ବିଭାଗରେ ଡାକ୍ତର ଏବଂ କର୍ମଚାରୀ ଅଭାବ ଏବଂ ବେଆଇନ କ୍ଲିନିକ୍ ଉପରେ ଅଂକୁଶ ଲାଗୁନଥିବାରୁ ରାୟଗଡା ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ପରିବର୍ତ୍ତନ ହୋଇାପାରୁନାହିଁ। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟି ଜିଲ୍ଲାରେ ୪୫୯ ଡାକ୍ତର ଅନୁମୋଦିତ ହୋଇଥିବା ବେଳେ  ମାତ୍ର ୧୫୭ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ଏବଂ ୩୦୨ ଜଣ ଡାକ୍ତର ନାହାନ୍ତି। ୧୧ ଟିସିଏଚସି ରହିଥିବା ବେଳେ ରାମନାଗୁଡ଼ା ସିଏଚସିକୁ ଛାଡିଦେଲେ କୌଣସି ସିଏଚସିରେ ବିଶେଷଜ୍ଞ ନାହାନ୍ତିI ପିଏଚସିରେ ଡାକ୍ତର ରହୁ ନଥିବାରୁ ସ୍ଥାନୀୟ ଲୋକ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି I 

SIR: ରାୟଗଡ଼ାରେ ୯୩.୬୩% ଭୋଟର ଡିଜିଟାଲ ଭାବରେ ଅନ୍ତର୍ଭୁକ୍ତ

ଏଭଳି ସ୍ଥିତିରେ ସ୍ଥାନୀୟ ଗରିବ ଅଧିବାସୀ ଡାକ୍ତରଙ୍କ ଅପେକ୍ଷା କ୍ବାକ୍ ଏବଂ ଦିଶାରିଙ୍କ ଉପରେ ମାତ୍ରାଧିକ ଭରସା କରୁଥିବା ଦେଖିବାକୁ ମିଳିଛି। ଏପରିକି ପ୍ରାଣ ଘାତକ ମ୍ୟାଲେରିଆ ଚିକିତ୍ସା ପାଇଁ କ୍ବାକ ଏବଂ ଦିଶାରି ଉପରେ ହିଁ ସ୍ଥାନୀୟ ଲୋକ ଭରସା କରି ମୃତ୍ୟୁ ମୁଖରେ ପଡୁଛନ୍ତି।  ସରକାରଙ୍କ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟ ମାନଙ୍କରେ ମ୍ୟାଲେରିଆରେ ଆକ୍ରାନ୍ତ ହେଲାପରେ ପରିବାରବର୍ଗ ସେମାନଙ୍କ ପିଲାଙ୍କୁ ହଷ୍ଟେଲରୁ ବାହାର କରି ନିଜ ଘରକୁ ଚିକିତ୍ସା ପାଇଁ ନେଇ କ୍ବାକ୍ ଏବଂ ଦିଶାରିର ଶରଣରେ ପସିଥାନ୍ତି।

ଏଭଳି ଘଟଣାରେ ଗତ ୨ବର୍ଷ ମଧ୍ୟରେ ୭ରୁ ଊର୍ଧ୍ବ ଛାତ୍ର ଛାତ୍ରୀ ମୃତ୍ୟୁବରଣ ମଧ୍ୟ କରିଛନ୍ତି।  ଛାତ୍ର ଛାତ୍ରୀଙ୍କ ମୃତ୍ୟୁବରଣ କରିଥିବା ଘଟଣାରେ ତଦନ୍ତ କରିଥିବା ସ୍ବାସ୍ଥ୍ୟ, ଶିକ୍ଷା ଏବଂ ମଙ୍ଗଳ ବିଭାଗର ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି ମ୍ୟାଲେରିଆ ଆକ୍ରାନ୍ତ ଥରେ ଔଷଧ ଖାଇଲା ପରେ ମ୍ୟାଲେରିଆ ମୃତ୍ୟୁ ଆଶଙ୍କା ୯୫% ପ୍ରତିଶତ କମିଯାଇଥାଏ। କିନ୍ତୁ ପିଲାମାନେ ଘରକୁ ଯାଇ ଯଦି ଗୁଣିଗାରେଡି କିମ୍ବା ଦିଶାରୀ ଦେଇଥବା ଔଷଧ ସେବନ କରନ୍ତି ତେବେ ତାହାର ମୃତ୍ୟୁର କାରଣ ଅନ୍ୟପ୍ରକାର ହୋଇଥାଏ। 

ଆକ୍ରାନ୍ତ ମ୍ୟାଲେରିଆ କିଟ୍‌ଏସିଟି-ଏସ ପି(ଆର୍ଟେସୁନେଟ କମ୍ବି ପ୍ୟାକ) ଖାଇଲା ପରେ ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି କିନ୍ତୁ ପୁଷ୍ଟିକର ଖାଦ୍ୟ ଅଭାବରୁ ମ୍ୟାଲେରିଆ ଆକ୍ରାନ୍ତ ମାନେ ସଂକଟରେ ପଡିଥାନ୍ତି ବୋଲି ଡାକ୍ତର ପ୍ରଦୀପ୍ତ କୁମାର ସୁବୁଦ୍ଧି ସୂଚନା ଦେଇ ଡାକ୍ତରଙ୍କ ତତ୍ବାବଧାନରେ ରୋଗି ରହିଲେ ଗୁରୁତ୍ତର ରୋଗିଙ୍କ ଜୀବନ ବଞ୍ଚିବାରେ ଅଧିକା ସଂଭାବନା ରୁହେ ବୋଲି ଡାକ୍ତର ସୁବୁଦ୍ଧି କହିଛନ୍ତି। କିନ୍ତୁ ଜିଲ୍ଲାରେ ନିରକ୍ଷରତା ହାର ଅଧିକା ରହିଥିବା ଏବଂ ଏଥିପାଇଁ କୁସଂସ୍କାର ଏବଂ ଅନ୍ଧ ବିଶ୍ବାସ ପ୍ରଥା ଅଧିକା ପ୍ରଚଳିତ ହେଇଥିବାରୁ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ତର ପ୍ରଭାବ ପକାଉଛି ବୋଲି ସୂଚନାରୁ ଜଣାପଡିଛି। 

ରାୟଗଡା ଜିଲ୍ଲାରେ କାଶିପୁର, କଲ୍ୟାଣସିଂହପୁର, ମୁନିଗୁଡା, ବିଷମକଟକ, ଚନ୍ଦ୍ରପୁର, ଗୁଣପୁର ଭଳି ବ୍ଲକରେ ଝାଡାବାନ୍ତି ହେଉ କିମ୍ବା ମ୍ୟାଲେରିଆ  ଏହାର ଚିକିତ୍ସା ପାଇଁ ସାଧାରଣ ଲୋକଙ୍କ ପ୍ରଥମ ପସନ୍ଦ କ୍ବାକ ଏବଂ ଦିଶାରି। ଏପରିକି କାଶିପୁର ବ୍ଲକରେ ଡାଇରିଆ, କଲେରା, ଡିପଥେରିଆ ଭଳି ରୋଗରେ ଲୋକ ପ୍ରାଣ ହରାଇବା ଭଳି ଘଟଣାରେ ଆକ୍ରାନ୍ତ ମାନେ କ୍ବାକ୍ ଏବଂ ଦିଶାରି ପାଖକୁ ଯାଇ ଚିକିତ୍ସିତ ହେଉଥିବା ତଥ୍ୟ ଖୋଦ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.