Health: ଆୟୁଷ୍ମାନ କାର୍ଡରେ ମିଳିବ ଅତ୍ୟାଧୁନିକ କର୍କଟ ଚିକିତ୍ସା; ଯୋଡ଼ି ହେବ ୧୨୧ଟି ପ୍ୟାକେଜ୍‌

2 weeks ago 8
ARTICLE AD BOX

ଭୁବନେଶ୍ବର: ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟୁଷ୍ମାନ କାର୍ଡରେ ମିଳିବ ଅତ୍ୟାଧୁନିକ କର୍କଟ ଚିକିତ୍ସା। ଏହି ଚିକିତ୍ସା କ୍ଷେତ୍ରରେ ୧୨୧ଟି ପ୍ୟାକେଜ୍‌ ଯୋଡ଼ିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉପଲବ୍ଧ ଚିକିତ୍ସା ତୁଳନାରେ ନୂଆ ପ୍ୟାକେଜ୍‌ଗୁଡ଼ିକ ରୋଗୀଙ୍କ ପାଇଁ ବେଶ୍‌ ଫଳପ୍ରଦ ହେବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି, ସରକାର କର୍କଟ ଚିକିତ୍ସା ଯୋଜନାକୁ ଆହୁରି ବ୍ୟାପକ କରି ଜନସାଧାରଣଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ଯାହାଫଳରେ କର୍କଟ ରୋଗୀଙ୍କୁ ଆଉ ଅଧାରୁ ଚିକିତ୍ସା ଛାଡ଼ିବାକୁ ପଡ଼ିବ ନାହିଁ। ନୂଆ ପ୍ୟାକେଜ୍‌ରେ କେମୋ, ରେଡିଏସନ୍‌ ଓ ଅନ୍ୟ ଜଟିଳ ଅସ୍ତ୍ରୋପଚାରକୁ ସାମିଲ କରାଯାଇଛି। କର୍କଟ ସହ ଲଢ଼ୁଥିବା ହଜାର ହଜାର ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ଘୋଷଣା ଆଶ୍ବସ୍ତି ଆଣିଛି।

ଶ୍ରୀ ମହାଲିଙ୍ଗ କହିଛନ୍ତି, ସର୍ବଭାରତୀୟ ସ୍ତରରେ ଆୟୁଷ୍ମାନ ଭାରତ ଯୋଜନାରେ ୧୯ଶହ ପ୍ୟାକେଜ୍‌ ଥିବା ବେଳେ ଓଡ଼ିଶାରେ ୨୧ଶହରୁ ଅଧିକ ପ୍ୟାକେଜ୍‌ ରହିଛି। ଚଳିତବର୍ଷଠାରୁ ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନା ଆରମ୍ଭ ହୋଇଛି। ୧୨୧ଟି ପ୍ୟାକେଜ୍‌କୁ ଗୋପବନ୍ଧୁ ଆରୋଗ୍ୟ ଯୋଜନା(ଜିଜେଏୱାଇ)ରେ ସାମିଲ କରାଯିବ। ଚିକିତ୍ସା ବାବଦ ଅର୍ଥ ରାଜ୍ୟ ପାଣ୍ଠିରୁ ଭରଣା କରାଯିବ। କୌଣସି ଗରିବ ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେବେ ସେଥିପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ।

Weight loss: ସ୍ତନ କର୍କଟର ପ୍ରତିରୋଧ କରୁଛି ଓଜନ ହ୍ରାସକାରୀ ଔଷଧ!

ଉଲ୍ଲେଖ ଯେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର-ରାଜ୍ୟ ସରକାରଙ୍କ ଭିତରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ ଓ ଜିଜେଏୱାଇ ଜରିଆରେ ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.