ARTICLE AD BOX
ହ୍ୟାରୀ ପୋଟର୍ ସିନେମା ସିରିଜ୍ରେ ଦୀର୍ଘ ଏକ ଦଶନ୍ଧି ଧରି ମୁଖ୍ୟ ଭୂମିକା ତୁଲାଇ ବିଶ୍ୱବ୍ୟାପୀ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଡାନିଏଲ୍ ରାଡ୍କ୍ଲିଫ୍ ଏବେ ପୁଣି ଥରେ ଆଲୋଚନାକୁ ଆସିଛନ୍ତି। ଏଚ୍ବିଓ ପକ୍ଷରୁ ଆସୁଥିବା ନୂଆ 'ହ୍ୟାରୀ ପୋଟର୍' ୱେବ୍ ସିରିଜ୍କୁ ସେ ଦେଖିବେ କି ନାହିଁ, ସେ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଆହୁରି ପଢ଼ନ୍ତୁ: କବିତା ଶରତର ନଈ ଆଉ ଯୁଦ୍ଧ ବିରତି: କବି ଚିରଶ୍ରୀ ଇନ୍ଦ୍ରସିଂଙ୍କ କଲମରୁ ନିଃସୃତ...
"୮ ଘଣ୍ଟା କୌଣସି ଜିନିଷ ଦେଖିବା ବହୁତ ଅଧିକ"
ନୂଆ ଆଡାପ୍ଟେସନ୍ ଦେଖିବା ପ୍ରଶ୍ନରେ ଡାନିଏଲ୍ ହସି ହସି କହିଥିଲେ, "ସତ କହିଲେ, ମୁଁ ଏହା ଦେଖିବି କି ନାହିଁ ଜାଣିନି। ମୁଁ ପୂର୍ବରୁ 'ହ୍ୟାରୀ ପୋଟର୍'ର ବହୁତ କାମରେ ରହିସାରିଛି। ଆଉ ଗୋଟିଏ କଥା ହେଉଛି, ମୁଁ ଟିଭି କିମ୍ବା ୱେବ୍ ସିରିଜ୍ ଆଦୌ ଦେଖେନାହିଁ। ମୁଁ ଏପର୍ଯ୍ୟନ୍ତ 'ବ୍ରେକିଙ୍ଗ୍ ବ୍ୟାଡ୍' କିମ୍ବା 'ମ୍ୟାଡ୍ ମେନ୍' ଭଳି କ୍ଲାସିକ୍ ଶୋ' ମଧ୍ୟ ଦେଖିନାହିଁ। କୌଣସି ଜିନିଷକୁ ୮ ଘଣ୍ଟା ଧରି ଦେଖିବା ମୋ ପାଇଁ ବହୁତ ଅଧିକ।"
ନୂଆ 'ହ୍ୟାରୀ'କୁ ଡାନିଏଲ୍ଙ୍କ ନିଆରା ସନ୍ଦେଶ
ଏହି ନୂଆ ସିରିଜ୍ରେ 'ହ୍ୟାରୀ ପୋଟର୍' ଭୂମିକାରେ ନଜର ଆସିବେ ଡୋମିନିକ୍ ମ୍ୟାକ୍ଲାଫଲିନ୍। ଡାନିଏଲ୍ ନୂଆ ଅଭିନେତାଙ୍କୁ ସୁଭେଚ୍ଛା ଜଣାଇ ଏକ ଚିଠି ଲେଖିଛନ୍ତି, କିନ୍ତୁ କୌଣସି ଉପଦେଶ ଦେବାକୁ ମନା କରିଦେଇଛନ୍ତି।
ସେ କହିଛନ୍ତି, "ତାଙ୍କର କୌଣସି ଉପଦେଶର ଆବଶ୍ୟକତା ନାହିଁ। ଯଦି ମୁଁ ତାଙ୍କୁ କିଛି ଉପଦେଶ ଦେବି, ତେବେ ଗଣମାଧ୍ୟମ ତାଙ୍କୁ ସବୁବେଳେ ମୋ କଥାକୁ ନେଇ ପ୍ରଶ୍ନ ପଚାରିବ। ମୁଁ ସେହି ଛୋଟ ପିଲାଟି ପଛରେ ବୋଝ ହୋଇ ରହିବାକୁ ଚାହେଁନାହିଁ। ସେ ଚମତ୍କାର ଅଭିନୟ କରିବେ। ଭବିଷ୍ୟତରେ ତାଙ୍କୁ ସାକ୍ଷାତ କରିବାକୁ ମୁଁ ଉତ୍ସାହିତ।"
ନୂଆ ସିରିଜ୍ର କଳାକାର ଓ ରିଲିଜ୍ ଡେଟ୍
ଏଚ୍ବିଓ ର ଏହି ନୂଆ ୱେବ୍ ସିରିଜ୍ର ପ୍ରଥମ ସିଜନ୍ରେ ୮ଟି ଏପିସୋଡ୍ ରହିବ, ଯାହା ଜେକେ ରୋଲିଂ ଙ୍କ ପ୍ରଥମ ବହି 'ଦ ଫିଲୋସୋଫରସ୍ ଷ୍ଟୋନ୍' ଉପରେ ଆଧାରିତ। ଭାରତରେ ଏହି ସିରିଜ୍ଟି ଆସନ୍ତା ଡିସେମ୍ବର ୨୫ ରେ ଜିଓହଟ୍ଷ୍ଟାର୍ ରେ ମୁକ୍ତିଲାଭ କରିବାକୁ ଯାଉଛି।
ଆହୁରି ପଢ଼ନ୍ତୁ: ଅର୍ବାନ୍ ଆଣିଲା ନୂଆ ଫିଟନେସ୍ ବ୍ୟାଣ୍ଡ, ୪୫ ଘଣ୍ଟା ଚାଲିବ ବ୍ୟାଟେରି; ସାଙ୍ଗରେ ଆସିଲା ନୂଆ ଇୟରବଡ୍ସ...
ଅଧିକ ଦେଖନ୍ତୁ:

2 days ago
4


