ARTICLE AD BOX
ଡେରାଡୁନ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ତାଙ୍କର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ହରିଶ ରାୱତ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପୂର୍ବତନ ଓଏସଡି ଏବଂ ପିଏ ଚନ୍ଦନ ସିଂହ ଜିନାଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ପରେ ହରିଶ ରାୱତ ଇସ୍ତଫା ଦେଇଛନ୍ତି।ହରିଶ ରାୱତ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଜିନାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟ ଆଗାମୀ ସମୟରେ ପ୍ରକାଶ ପାଇବ। ସେ କହିଛନ୍ତି ଯେ ଜିନା ଜଣେ ଭଦ୍ର,ସଚ୍ଚୋଟ ଏବଂ ପରିଶ୍ରମୀ ବ୍ୟକ୍ତି। ସେ କହିଛନ୍ତି, ଯଦି ଗ୍ରାମ ସେବକ ନିଯୁକ୍ତିରେ ଓଏମଆର ସିଟ୍ ସହିତ ହେରଫେର ହୋଇଥିବାର ପ୍ରମାଣ ଅଛି ଏବଂ ଯଦି ସେ ଏପରି କୌଣସି ଭୁଲ୍ କରିଛନ୍ତି, ତେବେ ମୁଁ ତାଙ୍କର ଏହି କାର୍ଯ୍ୟ ପାଇଁ ଲଜ୍ଜିତ ହେବି।
ନୂଆ କାହାଣୀ ସୃଷ୍ଟି କରିବାକୁ ଚେଷ୍ଟା
ମୋ ପିଏଙ୍କ ଘରେ ଚଢ଼ାଉ କରି ନୂଆ କାହାଣୀ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ଟିଭି ରିପୋର୍ଟରେ ଦେଖାଯାଉଛି, ଡେରାଡୁନରେ ମୋ ପିଏଙ୍କ ଘରୁ ବିପୁଳ ପରିମାଣର ନଗଦ ଏବଂ ଅଳଙ୍କାର ଜବତ କରାଯାଇଛି। ମୁଁ ଏହି ଅଭିଯୋଗକୁ ଆଦୌ ବିଶ୍ୱାସ କରୁ ନାହିଁ। ଏହା ସତ୍ୟ ଯେ, ଜିନା ମୋର ଏଏଡି ଥିଲେ ଏବଂ ମୁଁ ଯେତେବେଳେ ସରକାରରେ ଥିଲି ସେତେବେଳେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିଲେ। ଉତ୍ତରାଖଣ୍ଡରେ ସିବିଆଇ ଏବଂ ଇଡି ଚଢ଼ାଉ ହେଲେ ନିର୍ବାଚନ ସମୟ ଆସିଗଲା ବୋଲି ଜଣାପଡ଼ିଥାଏ। ବର୍ତ୍ତମାନର ଆକ୍ରୋଶମୂଳକ ରାଜନୀତିରୁ ଜଣାପଡୁଛି ନିର୍ବାଚନ ଆସନ୍ତା ବର୍ଷ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବ।
BRICS Summit: 'ବ୍ରିକ୍ସ' ପାଇଁ କୋରାପୁଟିଆ କଫି ଡ୍ରିଂକ୍ସ
କଂଗ୍ରେସ ଦଳ ଏବଂ କର୍ମୀମାନେ ଏକତ୍ରିତ ଭାବରେ ଦୁର୍ନୀତି ବିରୋଧରେ ଲଢୁଛନ୍ତି। ସେ ଆହୁରି କହିଛନ୍ତି ଯେ ଏପରି ସମୟରେ ମୋର କୌଣସି କାର୍ଯ୍ୟ ଦଳର ସଂଘର୍ଷକୁ ଦୁର୍ବଳ କରୁ ବୋଲି ମୁଁ ଚାହେଁନା। ତେଣୁ ମୁଁ ଉତ୍ତରାଖଣ୍ଡ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଏବଂ ଜାତୀୟ ସ୍ତରରେ କଂଗ୍ରେସ କାର୍ଯ୍ୟନିର୍ବାହୀ କମିଟିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବରେ ମୋ ପଦରୁ ଇସ୍ତଫା ଦେଇଛି।

5 days ago
7


