ARTICLE AD BOX
ଭଣ୍ଡାରିପୋଖରୀ: ଭଦ୍ରକଜିଲ୍ଲା ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ନାମରେ ଗୁରୁତର ଅଭିଯୋଗ ଆସିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଭଗବାନ ପ୍ରଧାନ ଜନୈକ ଶିକ୍ଷୟତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ସହିତ ବିଭିନ୍ନ ସମୟରେ ଅସଦାଚରଣ କରୁଥିଲେ। ପ୍ରଧାନଶିକ୍ଷକ ଯୌନ ନିର୍ଯାତନା ଭଳି ବ୍ୟବହାର ପ୍ରଦର୍ଶନ କରୁଥିବାରୁ ଶିକ୍ଷୟତ୍ରୀ ଜଣକ ବାରମ୍ବାର ଏହାକୁ ପ୍ରତିରୋଧ କରିଥିଲେ। ଏହାସତ୍ୱେ ପ୍ରଧାନଶିକ୍ଷକ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣୁନଥିଲେ। ପରିଶେଷରେ ଶିକ୍ଷୟତ୍ରୀ ଜଣକ ଅତିଷ୍ଠ ହୋଇ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସମେତ ସ୍ଥାନୀୟ ଥାନାରେ ଗତ ୩୦ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ।
Tree Plantation: ଆମ ଓଡ଼ିଶା ସମ୍ବାଦ ଏବଂ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବୃକ୍ଷରୋପଣ
ପଞ୍ଚାୟତବାସୀଙ୍କ ତୀବ୍ର ବିରୋଧ
ଅଭିଯୋଗର ପାଞ୍ଚ ଦିନ ପରେ ପୁଲିସ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ପାଇ ସ୍ଥାନୀୟ ଦୁଇଶହରୁ ଅଧିକ ମହିଳା ସ୍କୁଲ ପ୍ରାଙ୍ଗଣରେ ପହଞ୍ଚିଥିଲେ। ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରିଥିଲେ। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ ନାକେଦମ ହୋଇଥିଲା। କିଛି ସମୟ ପରେ ପୁଲିସ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ଏନେଇ ପୁଲିସ ଉପଖଣ୍ଡ ଅଧିକାରୀଙ୍କ ମତାମତ ନେବାରୁ ଅଭିଯୋଗକୁ ନେଇ ସମ୍ପୃକ୍ତ ଶିକ୍ଷକ ଏବେ ପୁଲିସ ହେପାଜତରେ ଥିବା ବେଳେ ଏନେଇ ତଦନ୍ତ ଜାରି ରହିଥିବା କହିଛନ୍ତି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଅବିଭାବକଙ୍କ ସମେତ ପଞ୍ଚାୟତବାସୀମାନେ ତୀବ୍ର ବିରୋଧ କରୁଥିବା ଜଣାପଡିଛି।

3 weeks ago
13


