ARTICLE AD BOX
ସୁନ୍ଦରଗଡ଼: ହନୁମାନ ମୁଦ୍ରା ଓ ସରକାରୀ ଚାକିରି ଯୋଗାଇଦେବା ନାଁରେ ବହୁଦିନ ଧରି ସାଧାରଣ ଲୋକଙ୍କୁ ଠକୁ ଥିବା ଏକ ପେଶାଦାର ଅପରାଧୀ ଗ୍ୟାଙ୍ଗ୍ର ୩ ସଦସ୍ୟଙ୍କୁ ସଦରଥାନା ପୁଲିସ ଗିରଫ କରିଛନ୍ତି।
ଏକ ଘଟଣାକ୍ରମେ, ହନୁମାନ ମୁଦ୍ରା ଯୋଗାଇଦେବା ପ୍ରଲୋଭନ ଦେଇ ଉକ୍ତ ଦୁର୍ବୃତ୍ତମାନେ ପ୍ରସନ୍ନ ଡନସନା ନାମକ ଜଣେ ବ୍ୟକ୍ତିଙ୍କଠାରୁ ୬ ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ସେମାନେ ଆଉ ଧରାଛୁଆଁ ଦେଇନଥିଲେ। ଏହାପରେ ଠକାମୀରେ ପଡ଼ିଥିବା ପ୍ରସନ୍ନ ସଦରଥାନାରେ ଲିଖିତ ଅଭିଯୋଗ କରିଥିଳେ। ଥାନା ଅଧିକାରୀ ସୌଦାମିନୀ ନାଗଙ୍କ ନେତୃତ୍ବରେ ପୁଲିସ ଟିମ୍ ଚଢ଼ଉ କରି କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ କିରେଇ ଛକରେ ଧରିଥିଲେ।
ଦୁଇ ଭିକାରୀଙ୍କୁ ମିିଳିଛି ସରକାରୀ ଚାକିରୀ, ଘଟଣା କ’ଣ ଜାଣନ୍ତୁ
ଗିରଫ ଅଭିଯୁକ୍ତମାନେ ହେଲେ ପଣ୍ଡରିଢିପାର ଉମେଶ ତନ୍ତୀ, ସୁବଲୟାର ମାଧବ ମିଞ୍ଜ ଓ ଟାଉଥାନା ଆଦର୍ଶନଗରର ସନି କୁମାର। ସେମାନଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ୩୧୮(୪), ୩୨୯(୨), ୧୧୨(୨), ୨୯୬, ୩୫୧ (୩), ୩(୫)ରେ ମାମଲା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି।
/filters:format(webp)/sambad/media/media_files/2026/07/04/hanuman-coin1-2026-07-04-17-52-46.jpeg)
ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଏର୍ଟିଗା କାର୍ (ଓଡି-୧୬ଏମ୍- ୬୫୬୮) ଓ ୩ଟି ମୋବାଇଲ୍ ଜବତ କରାଯାଇଛି। ପଚରାଉଚରାରେ ଜଣାଯାଇଛି, ଅଭିଯୁକ୍ତମାନେ ଏକ ଅପରାଧ ସିଣ୍ଡିକେଟ୍ ଗଠନ କରିଥିଲେ। ହନୁମାନ ମୁଦ୍ରା, ସରକାରୀ ଚାକିରି କରାଇଦେବାର ଲୋଭ ଦେଖାଇ ଝାରସୁଗୁଡ଼ା, ଧରୁଆଡିହି, ସୁନ୍ଦରଗଡ଼ ଟାଉନଥାନା ଅଞ୍ଚଳର ଅନେକ ବ୍ୟକ୍ତିଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ। ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଥାନା ଅଧିକାରୀ ସୌଦାମିନୀ ନାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଜଣଙ୍କୁ ଧରିଥିଲେ। ପୂର୍ବରୁ ଅଭିଯୁକ୍ତମାନେ ଅନେକ ମାମଲାରେ ଜଡ଼ିତ ଥିବା ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଛି। ମାମଲାରେ ସମ୍ପୃକ୍ତ ଆଉ କିଛି ସଦସ୍ୟଙ୍କୁ ଗିରଫ କରିବାକୁ ତନାଘନା ଚଲାଇଥିବା ସୂଚନା ରହିଛି।

4 weeks ago
13


