Gurugram: ଗୁରୁଗ୍ରାମରେ ମହିଳା ବାଇକରଙ୍କୁ ପିଛା କରି ଧକ୍କା ଦେଲା କାର୍‌, ଭିଡିଓ ଭାଇରାଲ

3 days ago 3
ARTICLE AD BOX

ଗୁରୁଗ୍ରାମ: ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡ୍‌ରେ ରବିବାର ଜଣେ ମହିଳା ବାଇକରଙ୍କୁ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଧକ୍କା ଦେବା ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ମହିଳା ବାଇକର ଆହତ ହୋଇଛନ୍ତି। ତାଙ୍କ ବାଇକ୍‌ରେ ଲାଗିଥିବା ଆକ୍ସନ୍‌ କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି।

ମହିଳା ଜଣକ ଅନ୍ୟ ବାଇକରଙ୍କ ସହ ରବିବାର ରାଇଡ୍‌ରେ ବାହାରିଥିବା ବେଳେ ଏକ ଧଳା ସେଡାନ୍‌ କାର୍‌ ତାଙ୍କୁ ପିଛା କରୁଥିବା ଅଭିଯୋଗ କରିଛନ୍ତି। କାର୍‌ଟି ଦ୍ରୁତଗତିରେ ଓ ଆକ୍ରମଣାତ୍ମକ ଭାବେ ଚଳାଯାଉଥିବା ସେ କହିଛନ୍ତି। ଦୂରତା ରଖି ଗାଡ଼ି ଚଳାଇବାକୁ ସେ କାର୍‌ ଚାଳକଙ୍କୁ କହିଥିଲେ। ତେବେ ଚାଳକ ତାଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ। କାର୍‌ରେ ଥିବା ଲୋକମାନେ ମଦ୍ୟପ ଥିବା ଭଳି ଲାଗୁଥିଲା। କାର୍‌ଟି ତାଙ୍କ ବାଇକ୍‌ ଆଗକୁ ଆସି ରାସ୍ତା କାଟିବାକୁ ଚେଷ୍ଟା କରିବାରୁ ସେ ଆଗରେ ରହିବାକୁ ଚେଷ୍ଟା କରିଥିଲେ। ହଠାତ୍‌ କାର୍‌ଟି ପାର୍ଶ୍ୱରୁ ବାଇକ୍‌କୁ ଧକ୍କା ଦେଇଥିଲା। ମହିଳା ଜଣକ ରାସ୍ତାରେ ପଡ଼ିଯାଇଥିବା ବେଳେ ବାଇକ୍‌ଟି ରାସ୍ତାରେ ଘୋଷାଡ଼ି ହୋଇଯାଇଥିଲା। ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇ ଚିକିତ୍ସା କରାଯାଇଛି।

କାର୍‌ର ମାଲିକ ମନୀଷ କହିଛନ୍ତି ଯେ ସେ ଭାରତୀୟ ସେନାରେ କାର୍ଯ୍ୟରତ ଥିବାରୁ ସହର ବାହାରେ ଅଛନ୍ତି। ସେ ତାଙ୍କ ସ୍କୁଲ୍‌ ସାଙ୍ଗ କଲ୍ୟାଣ ବାଇଁସ୍‌ଲାଙ୍କୁ ଦୁଇ ଦିନ ପାଇଁ କାର୍‌ ଦେଇଥିଲେ। ପରେ କଲ୍ୟାଣ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କୁ କାର୍‌ ଦେଇଥିବା ମନୀଷ କହିଛନ୍ତି। ଘଟଣା ପରେ ଅଭିଯୁକ୍ତ ଓ କାର୍‌ର ଖୋଜଖବର ମିଳୁନଥିବା ସେ କହିଛନ୍ତି।

ଆହୁରି ପଢନ୍ତୁ: Fire Breaks Out ଅଗ୍ନିକାଣ୍ଡରେ ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଘଟଣାରେ ଗୁରୁଗ୍ରାମ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ଅଭିଯୁକ୍ତ ଚାଳକଙ୍କ ପରିଚୟ ଜଣାପଡ଼ିଛି। ତାଙ୍କୁ ଧରିବାକୁ ୩ଟି ଟିମ୍‌ ଗଠନ କରାଯାଇଛି। ତାଙ୍କ ଘରେ ଚଢ଼ଉ କରାଯାଇଥିଲେ ମଧ୍ୟ ସେ ମିଳିନଥିଲେ। ଘଟଣାସ୍ଥଳ ଆଖପାଖର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଭିଡିଓଟି ଭାଇରାଲ ହେବା ପରେ ସାମାଜିକ ଗଣମାଧ୍ୟମରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜାଣିଶୁଣି ଧକ୍କା ଦିଆଯାଇଥିବାରୁ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଅନେକେ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.