Gulzar: ମେକଅପ୍ ଦେଖି ରାଗି ଯାଉଥିଲେ ଗୁଲଜାର, ଅଭିନେତ୍ରୀଙ୍କୁ ପ୍ରଥମେ ମୁହଁ ଧୋଇବାକୁ କହୁଥିଲେ

5 days ago 6
ARTICLE AD BOX

ନୂଆଦିଲ୍ଲୀ: ଧଳା କୁର୍ତ୍ତା ଓ ନିଜର ନିଆରା ଶୈଳୀ ପାଇଁ ପରିଚିତ ଗୁଲଜାର। ହିନ୍ଦୀ ସିନେମାରେ ସେ କେବଳ ଜଣେ ଲେଖକ କିମ୍ବା ଗୀତିକାର ନୁହେଁ, ଜଣେ ପ୍ରତିଭାବାନ ନିର୍ଦ୍ଦେଶକ ଭାବେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି।। ତେବେ ସିନେମା ଦୁନିଆରେ ପାଦ ରଖିବା ପୂର୍ବରୁ ସେ ଗ୍ୟାରେଜ୍‌ରେ ମେକାନିକ୍‌ ଭାବେ କାମ କରୁଥିଲେ। ଏବେ ଝିଅ ମେଘନା ଗୁଲଜାରଙ୍କ ଆଗାମୀ ଫିଲ୍ମ ‘ଦାୟରା’ର ପ୍ରମୋସନ୍‌ ସମୟରେ ତାଙ୍କ ଜୀବନ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ଅନେକ ରୋଚକ କଥା ସାମ୍ନାକୁ ଆସିଛି।

କାମକୁ ନେଇ ବେଶ୍‌ କଠୋର ଥିଲେ ଗୁଲଜାର

‘ଦାୟରା’ର କାହାଣୀ ଗୁଲଜାର, ଯଶ କେସୱାନୀ ଓ ସୀମା ଅଗ୍ରୱାଲ ମିଶି ଲେଖିଛନ୍ତି। ପ୍ରମୋସନ୍‌ ସମୟରେ ମେଘନା ତାଙ୍କ ବାପାଙ୍କ ସେଟ୍‌ରେ କାମ କରିବାର ଅନେକ ଅନୁଭୂତି ସେୟାର କରିଥିଲେ। ଗୁଲଜାର କହିଛନ୍ତି, କଳାକାରମାନେ ଭଲ ଶଟ୍‌ ଦେଲେ ସେ ନିଜ ପକେଟ୍‌ରୁ ଟଫି ବାହାର କରି ଦେଉଥିଲେ। ଟେକ୍ନିସିଆନ୍‌ମାନଙ୍କୁ ମଧ୍ୟ ସେ ଟଫି ଦେଉଥିଲେ। ତେବେ କଳାକାରଙ୍କ ମନୋବଳ ବଢ଼ାଇବାରେ ନରମ ଥିବା ଗୁଲଜାର କାମକୁ ନେଇ ବେଶ୍‌ କଠୋର ଥିଲେ। ବିଶେଷକରି ମେକଅପ୍‌କୁ ନେଇ ତାଙ୍କ ନିୟମ ଥିଲା ଅଲଗା। କୌଣସି କଳାକାର ଅଧିକ ସଜବାଜ ହୋଇ ସୁଟିଂ ସେଟ୍‌କୁ ଆସିଲେ, ସେ ପ୍ରଥମେ ତାଙ୍କୁ ମୁହଁ ଧୋଇ ଆସିବାକୁ କହୁଥିଲେ। ଗୁଲଜାରଙ୍କ ମତରେ ପରଦାରେ କଳାକାର ଯେତେ ସ୍ୱାଭାବିକ ଦେଖାଯିବେ, ଦର୍ଶକଙ୍କ ଉପରେ ତାଙ୍କ ପ୍ରଭାବ ସେତେ ଅଧିକ ରହିବ। 

ChatGPT Image Sep 12, 2026, 10_46_36 AM

ମେଘନା କହିଛନ୍ତି, ତାଙ୍କ ସେଟ୍‌କୁ କୌଣସି ଅଭିନେତ୍ରୀ ଆବଶ୍ୟକତାଠାରୁ ଅଧିକ ମେକଅପ୍‌ କରି ଆସିଲେ ଗୁଲଜାର ତାଙ୍କୁ ମେକଅପ୍‌ କମାଇବାକୁ ପଠାଇ ଦେଉଥିଲେ। ଏପରିକି ମେକଅପ୍‌ ହଟାଇବା ପାଇଁ ସେ କେତେବେଳେ ଦୃଶ୍ୟକୁ ମଧ୍ୟ ସେହି ଅନୁସାରେ ଲେଖି ଦେଉଥିଲେ। ଅର୍ଥାତ୍‌, ଅଭିନେତ୍ରୀଙ୍କ ମୁହଁ ଧୋଇବା ଦୃଶ୍ୟ ମଧ୍ୟ କାହାଣୀର ଅଂଶ ହୋଇଯାଉଥିଲା। ଗୁଲଜାର ଏହି ଅଭ୍ୟାସ ସମ୍ପର୍କରେ କହିବା ବେଳେ ମଜାଳିଆ ଢଙ୍ଗରେ କହିଥିଲେ ଯେ, ଅଧିକ ମେକଅପ୍‌ ହୋଇଥିଲେ ସେଟ୍‌ରେ କାମ ଆରମ୍ଭ ପୂର୍ବରୁ ‘ମୁହଁ-ହାତ ଧୋଇ ଆସନ୍ତୁ’ ବୋଲି କୁହାଯାଉଥିଲା। ଧୀରେ ଧୀରେ ଅଭିନେତ୍ରୀମାନେ ମଧ୍ୟ ଏହି ନିୟମ ବୁଝିଯାଇଥିଲେ ଏବଂ ଆବଶ୍ୟକ ହେଲେ ମେକଅପ୍‌ ଧୋଇବା ପାଇଁ ଅତିରିକ୍ତ ୫-୧୦ ମିନିଟ୍‌ ସମୟ ନେଉଥିଲେ।  ଏହି କାରଣରୁ ଗୁଲଜାରଙ୍କ ନିର୍ଦ୍ଦେଶନାରେ ତିଆରି ଅନେକ ଫିଲ୍ମରେ ଚରିତ୍ରମାନଙ୍କ ଲୁକ୍‌ ଓ ପରିବେଶରେ ଏକ ସରଳତା ଦେଖିବାକୁ ମିଳିଥାଏ। ତାଙ୍କ ପାଇଁ ଅଭିନେତାଙ୍କ ଚେହେରାର ଚମକ ଅପେକ୍ଷା ଚରିତ୍ରର ଭାବନା ଓ କାହାଣୀର ପ୍ରଭାବ ଅଧିକ ଗୁରୁତ୍ୱ ରଖୁଥିଲା।

Actor: ଦୁଇ ଦଶକରେ ନାୟକ-ନାୟିକା

Read Entire Article
LEFT SIDEBAR AD

Hidden in mobile, Best for skyscrapers.