Guard Wall: ୪ ଲକ୍ଷର ଗାର୍ଡୱାଲ କେଇ ଦିନରେ ଧରାଶାୟୀ, ବ୍ଲକ ପ୍ରଶାସନର ତଦାରଖ ଉପରେ ବଡ଼ ପ୍ରଶ୍ନ

1 week ago 7
ARTICLE AD BOX

ଲଇକେରା:  ସରକାରୀ ଯୋଜନାରେବ୍ୟୟହେଉଥିବା ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟର ମାନ ଓ ତଦାରଖକୁ ନେଇ ଲଇକେରା ବ୍ଲକରେ ପୁଣି ପ୍ରଶ୍ନ ଉଠିଛି । ପାକେଲପଡ଼ା ପଞ୍ଚାୟତ ଅନ୍ତର୍ଗତ ତାଲମୁଣ୍ଡା ସୁନାପଡ଼ା ଗ୍ରାମର ବସ୍ତି ପୋଖରୀରେ ପ୍ରାୟ ୪ ଲକ୍ଷ ଟଙ୍କା ଅଟକଳରେ ନିର୍ମିତ ଗାର୍ଡୱାଲ କାମ ସରିବାର କେଇ ଦିନ ମଧ୍ୟରେ ଭୁଶୁଡ଼ି ପଡ଼ିଛି । ଏହାକୁ ନେଇ ନିର୍ମାଣର ଗୁଣବତ୍ତା ସହ ବ୍ଲକ ପ୍ରଶାସନର ତଦାରଖ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠିଛି । ଗ୍ରାମବାସୀଙ୍କ ଅଭିଯୋଗ, ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ଯୋଗୁଁ ଗାର୍ଡୱାଲ ଭୁଶୁଡ଼ିଛି । ତେବେ ନିର୍ମାଣ ସମୟରେ ଦାୟିତ୍ୱରେ ଥିବା ଯନ୍ତ୍ରୀ, ଏଇ, କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କ ତଦାରଖ କେଉଁଠି ଥିଲା ବୋଲି କହିଛନ୍ତି ଗ୍ରାମର ଜନସାଧାରଣ । ଯଦି ନିୟମିତ ତଦାରଖ ହୋଇଥିଲା ତେବେ ଏଭଳି କାମ କିପରି ଅନୁମୋଦନ ପାଇଲା ? 

ଘଟଣା ସମ୍ପର୍କରେ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ମାଝୀ ତଦନ୍ତ କରାଯିବ ବୋଲି କହିଛନ୍ତି 

ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ମାଝୀ ତଦନ୍ତ କରାଯିବ ବୋଲି କହିଛନ୍ତି। ତଦନ୍ତ ହେବ’ କହି ଦାୟିତ୍ୱ ଶେଷ ନକରି, ଦୋଷ ନିର୍ଦ୍ଧାରଣ କରି ଦାୟୀ ଠିକାଦାର ଓ ତଦାରଖରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି । ଅନ୍ୟପକ୍ଷରେ, ବନ୍ୟା କ୍ଷତିଗ୍ରସ୍ତ ମରାମତି ଯୋଜନାରୁ ପୋଖରୀରେ ଗାର୍ଡୱାଲ ନିର୍ମାଣ ପାଇଁ କେଉଁ ନିୟମରେ ଅନୁମୋଦନ ମିଳିଲା, ତାହା ସ୍ପଷ୍ଟ କରିବାକୁ ମଧ୍ୟ ଦାବି ହୋଇଛି । ଘଟଣାରେ ଜିଲ୍ଲାପାଳ ହସ୍ତକ୍ଷେପ କରି ବ୍ଲକ ବାହାରର ସ୍ୱାଧୀନ ବୈଷୟିକ ଟିମ୍‌ ଦ୍ୱାରା ଯାଞ୍ଚ କରାଇବା ସହ ଅନିୟମିତତା ପ୍ରମାଣିତ ହେଲେ ଠିକାଦାରଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଓ ଦାୟୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସରକାରୀ ଅର୍ଥ ହେରଫେର ପ୍ରମାଣିତ ହେଲେ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.