government neglect ପାରିଲେନି, କୁଆରମୁଣ୍ଡା ଡାଏରି ଫାର୍ମର ୧୮୪ ଏକର ଜମି ବାଣ୍ଟିଦେଲେ

1 week ago 3
ARTICLE AD BOX

ରାଉରକେଲା/କୁଆରମୁଣ୍ଡା:  ପଶ୍ଚିମ ଓଡ଼ିଶାର ଏକଦା ପ୍ରତିଷ୍ଠିତ କୁଆରମୁଣ୍ଡା ସରକାରୀ ଡାଏରି ଫାର୍ମ ଆଜି ଅବହେଳିତ। ଫାର୍ମର ୩୬୫ ଏକର ଜମି ମଧ୍ୟରୁ ବର୍ତ୍ତମାନ ୧୮୧ ଜମି ହିଁ ଦେଖିବାକୁ ମିଳୁଛି। ବଳକା ଜମି ନିଜ ପରିଚାଳନାଗତ ଅପାରଗତା ପାଇଁ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଇଛି। 

ପଶ୍ଚିମ ଓଡ଼ିଶାର ୪ ସରକାରୀ ଡାଏରି ଫାର୍ମ ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ଼ ପରେ କୁଆରମୁଣ୍ଡା ଅନ୍ୟତମ। ପ୍ରାୟ ୩୬୫ ଏକର ପିରମିତ ଜାଗାରେ ପ୍ରତିଷ୍ଠିତ ୬୦ ବର୍ଷର ଡାଏରି ଫାର୍ମ ପ୍ରଶାସନିକ ଅବହେଳାରୁ ଅସ୍ତିତ୍ବ ହରାଇବାକୁ ବସିଛି। ଦିନ ଥିଲା ଏହି ଡାଏରୀ ଫାର୍ମରୁ ଉତ୍ପାଦିତ ଦୁଗ୍ଧ କେବଳ ସୁନ୍ଦରଗଡ ଜିଲ୍ଲା ନୁହେଁ ପଡୋଶୀ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳବାସୀଙ୍କ ଥିଲା ପ୍ରଥମ ପସନ୍ଦ। ସରକାରଙ୍କ ଅବହେଳାରୁ ୧୯୬୬ର ଏହି ଡାଏରି ଫାର୍ମ ମାତ୍ର ୧୮୧ ଜାଗାରେ ସୀମିତ। ଅବଶିଷ୍ଟ ଜାଗାକୁ ଘରୋଇ ସଂସ୍ଥାକୁ ଟେକିଦିଆଯାଇଛି। 

Diary Farm govt

ଫାର୍ମ କାର୍ଯ୍ୟାଳୟ ଓ ଗାଈଗୋରୁଙ୍କ ଦେଖାରେଖା କରିବାକୁ ୨୯ରୁ ଅଧିକ କର୍ମଚାରୀ ଆବଶ୍ୟକତା ଥିଲାବେଳେ ଏବେ ଅଛନ୍ତି ମାତ୍ର ୪ ଜଣ। ଯେଉଁମାନେ ମାସକ ୩୦ ଦିନ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏମିତିକି ଜାତୀୟ ଛୁଟି ଦିବସରେ ମଧ୍ୟ ସେମାନଙ୍କୁ ଛୁଟି ମିଳୁନି। ସ୍ଥାୟୀ ଅଧୀକ୍ଷକ ନାହାନ୍ତି। ଲାଠିକଟା ବ୍ଲକର ପ୍ରାଣୀଧନ ଅଧିକାରୀଙ୍କୁ ଫାର୍ମର ଅଧୀକ୍ଷକ ଦାୟିତ୍ବ ଦିଆଯାଇଛି। ସେମିତି ଅଧିକାରୀ ଓ କର୍ମଚାରୀ ରହିବାକୁ ଫାର୍ମ ପରିସରେ ସରକାରୀ କ୍ବାର୍ଟର୍ସଗୁଡ଼ିକ ନିର୍ମାଣ ହୋଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ ଲକ୍ଷ ଟଙ୍କାର ନିର୍ମିତ କ୍ବାର୍ଟର୍ସ ଏବେ ଭୂତକୋଠୀ ପାଲଟିଛି। ଯେଉଁ କେତୋଟି କ୍ବାର୍ଟର୍ସ ରହିଛି, ତା’ ବାସଉପଯୋଗୀ ସ୍ଥିତିରେ ନାହିଁ। 

Milk: ଜୁଲାଇରେ ପୁଣି ବଢ଼ିବ କ୍ଷୀର ଦର

୧୮୨ ହରିୟାନା ଗାଈ ଓ ୪୦ ମଇଁଷି ରହିବାକୁ ୭ରୁ ଅଧିକ ଆଜବେଷ୍ଟସ୍‌ ଗୁହାଳ ଜରାଜୀର୍ଣ୍ଣ ଅବସ୍ଥାରେ। ବିକଳ୍ପ ବ୍ୟବସ୍ଥା ପାଇଁ ଗତ ଦୁଇ ବର୍ଷ ତଳେ ୩ କୋଟି ୫୬ ଲକ୍ଷର ଗୁହାଳ ନିର୍ମାଣ ହୋଇଛି। ଠିକାସଂସ୍ଥା ଅଧାପନ୍ତରିଆ କାମ କରି ଛାଡ଼ି ପଳାଇଛି। ନିର୍ମାଣାଧୀନ ଗୁହାଳ ଦୁଇଟି ସେମିତି ପଡ଼ିଥିଲେ ହେଁ, ସମ୍ପୂର୍ଣ୍ଣ କରାଯାଉନି। ଫାର୍ମର ଅଧିକାରୀ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖି କାମ ସାରିଦେଇଛନ୍ତି। ଜିଲ୍ଲାପାଳ ସ୍ଥିତି ବୁଲି ଦେଖିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ହେଁ ଫଳ ଶୂନ। ଗାଈଗୋରୁ ରହିବା ଅନ୍ୟ କିଛି ବ୍ୟବସ୍ଥା ନଥିବାରୁ ଭଙ୍ଗାଦଦରା ଗୁହାଳ ଭିତରେ ଖରା ଓ ବର୍ଷାରେ ମାସ ମାସ ଧରି ରହୁଛନ୍ତି। 

Milk story: କ୍ଷୀର କାହାଣୀ: କେଉଁ କ୍ଷୀର କେତେ ଉପକାରୀ

କେବଳ ଏତିକି ନୁ‌ହେଁ, ଫାର୍ମ ପରିସରରେ ପୁରୁଷ ଓ ମହିଳା ଚାଷୀଙ୍କ ପାଇଁ ୫୦ ଶଯ୍ୟା ଲେଖାଏଁ ଦୁଇଟି କୃ୍ଷି ତାଲିମକେନ୍ଦ୍ର ନିର୍ମାଣ ହୋଇଛି। ପାଖାପାଖି ୭୦ ଲକ୍ଷରୁ ବ୍ୟୟରେ ନିର୍ମିତ ବିଲ୍‌ଡିଂ ଦୁଇବର୍ଷରୁ କାମ ସରିଥିଲେ ହେଁ, ଆଜି ପର୍ଯ୍ୟନ୍ତ ତାଲା ଝୁଲୁଛି। ଫାର୍ମ ପରିସରରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ ହେଉଛି ଏବଂ ଅଧାରୁ ବନ୍ଦ ହୋଇ ଯାଉଛି। ନିର୍ମାଣ କାମ ସରିଥିଲେ ହେଁ କାର୍ଯ୍ୟକ୍ଷମ ହେଉ ନଥିବାରୁ, ଫାର୍ମ ଆଗାମୀ ଦିନରେ ବନ୍ଦ ହୋଇଯିବ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.