ARTICLE AD BOX
ୱାସିଂଟନ: ବିଶ୍ବର ପ୍ରମୁଖ ସର୍ଚ୍ଚ ଇଞ୍ଜିନ ଗୁଗଲ୍ର ପରିଚାଳନା କରୁଥିବା ସଂସ୍ଥା ଆଲ୍ଫାବେଟ୍ ଲାଭ କରିବାରେ ଇତିହାସ ସୃଷ୍ଟି କରିଛି। କମ୍ପାନିର ଦ୍ବିତୀୟ ତ୍ରୈମାସିକ ଲାଭ ପ୍ରଥମ ଥର ପାଇଁ ୧୦୦ ବିଲିଅନ ଡଲାରରୁ ଅଧିକ ହୋଇଛି। ଏହା ୧୧୨.୧ ବିଲିଅନ ଡଲାର ଲାଭ କରିଛିି ଯାହା ପୂର୍ବବର୍ଷର ସେହି ସମୟରେ ହୋଇଥିବା ଲାଭ ତୁଳନାରେ ୮୦ ପ୍ରତିଶତ ଅଧିକ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଆଲ୍ଫାବେଟ୍ ଏକାକୀ ଯେତିକି ଲାଭ କରିଛି ତାହା ‘ଫର୍ଚୁନ ୫୦୦’ ତାଲିକାରେ ସ୍ଥାନ ପାଇଥିବା ଶ୍ରେଷ୍ଠ ୪୫୯ଟି କମ୍ପାନିର ବର୍ଷତମାମ ମିଳିତ ଲାଭଠାରୁ ମଧ୍ୟ ଅଧିକ।
ପୌରସଂସ୍ଥାଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି କଲେ ରାଜ୍ୟ ସରକାର
ଏଆଇ କମ୍ପାନି ଆନ୍ଥ୍ରୋପିକ୍ ଓ ଏଲନ ମସ୍କଙ୍କ ସଂସ୍ଥା ସ୍ପେସ୍ଏକ୍ସରେ ନିବେଶ କରିବା ଆଲ୍ଫାବେଟ୍ ପାଇଁ ଲାଭଦାୟକ ହୋଇଛି। କମ୍ପାନିର ମୋଟ୍ ଆୟ ମଧ୍ୟରୁ ୯୯ ପ୍ରତିଶତ ‘ଅନ୍ୟାନ୍ୟ ଆୟ’ ଆକାରରେ ଆସିଛି। ଅର୍ଥାତ ଏହା ବିଭିନ୍ନ ପ୍ରକାର ନିବେଶରୁ ସେହି ଆୟ କରିଛି। ୨୦୨୩ରେ ଆନ୍ଥ୍ରୋପିକ୍ରେ ଆଲ୍ଫାବେଟ୍ ୩୦୦ ନିୟୁତ ଡଲାର ନିବେଶ କରିଥିଲା। ଏହି ସଂସ୍ଥା ଏଆଇ ଟୁଲ୍ କ୍ଲାଉଡ୍ ଆଣିବା ପରେ ତାହାର ମୂଲ୍ୟାୟନ ଯଥେଷ୍ଟ ବଢ଼ିଯାଇଛି। ସେହିପରି, ମସ୍କଙ୍କ ସଂସ୍ଥା ସ୍ପେସ୍ଏକ୍ସର ୬ ପ୍ରତିଶତ ଅଂଶଧନ ମଧ୍ୟ ଆଲ୍ଫାବେଟ୍ ପାଖରେ ରହିଛି। କମ୍ପାନି ନିକଟରେ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜାରି କରିବାରୁ ଆଲ୍ଫାବେଟ୍କୁ ବଡ଼ ଧରଣର ଲାଭ ମିଳିଛି।

1 week ago
4


