Good rains: ଆଗକୁ ଦୁଇଟି ଲଘୁଚାପ: ଜୁଲାଇରେ ଭଲ ବର୍ଷିବ

3 weeks ago 11
ARTICLE AD BOX

ଭୁବନେଶ୍ବର: ଆସୁଛି ଦୁଇ ଦୁଇଟି ଲଘୁଚାପ। ଏଣୁ ଆସନ୍ତା ସପ୍ତାହରେ ରାଜ୍ୟରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ ଗତି କରୁଛି। ଆସନ୍ତା ୧୩ ଓ ୧୪ ତାରିଖରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଉତ୍ତର ବଙ୍ଗୋପସାଗର ନିକଟରେ ଏକ ଘୂର୍ଣ୍ଣିବଳୟର ସୃଷ୍ଟି ହେବ। ଏହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଏକ ଦୁର୍ବଳ ଲଘୁଚାପର ରୂପ ନେବ। ଫଳରେ ୧୩ ଓ ୧୪ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ବିଶେଷ କରି ୧୩ ତାରିଖ‌ରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଓ ନୟାଗଡ଼ ଜିଲ୍ଲାରେ ଝଡ଼ବର୍ଷା ସହ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ୧୪ ତାରିଖ ଦିନ ବର୍ଷାର ପରିମାଣ ଅଧିକ ରହିବ। 

Rain: କାଳ ହେଲା ଲଗାଣ ବର୍ଷା: ଜଳଭଣ୍ଡାର ଭିତରେ ପଡ଼ିରହିଛି ୫ କୋଟିର ମାଖନ

ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୧୫ ଓ ୧୬ ତାରିଖରେ ବର୍ଷା କମିପାରେ। କିନ୍ତୁ ମୌସୁମୀ ବର୍ଷା ଜାରି ରହିବ। ଡ. ପଶୁପାଳକଙ୍କ ସୂଚନା ମୁତାବକ, ଆସନ୍ତା ୧୮-୧୯ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପ୍ରାଥମିକ ସଙ୍କେତ ମିଳୁଛି। ଯଦି ଲଘୁଚାପ ସୃଷ୍ଟି ହେବ ତେବେ ସାରା ଓଡ଼ିଶାରେ ଭଲ ବର୍ଷା ହେବ। ଜୁଲାଇରେ ଭଲ ବର୍ଷା ସମ୍ଭାବନା ରହିଥିବାରୁ ଚାଷୀମାନେ ପ୍ରସ୍ତୁତ ରହିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି। ଆମେରିକାର ଜଳବାୟୁ ସଂସ୍ଥା ‘କ୍ଲାଇମେଟ୍‌ ପ୍ରେଡିକ୍‌ସନ ସେଣ୍ଟର’(ସିପିସି) ପକ୍ଷରୁ ୯ ଜୁଲାଇରେ ପ୍ରକାଶିତ ସୂଚନା ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ଏକ ଅତି ଭୟଙ୍କର ଏଲ୍ ନିନୋ ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଆସନ୍ତା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହା ଏକ ଅତି ଶକ୍ତିଶାଳୀ ରୂପ ନେବାର ପ୍ରାୟ ୮୧% ସମ୍ଭାବନା ଅଛି। ଏହାଫଳରେ ଶୀତ କମିବ। ଶୀତଦିନ‌ରେ ତାପମାତ୍ରା ବଢ଼ିବ। ଫଳରେ ଶୀତଦିନିଆ ଫସଲ ଭଲ ହେବ ନାହିଁ। ଏକ ‘ଅତି ଶକ୍ତିଶାଳୀ’ ଏଲ୍‌ନିନୋର ଅର୍ଥ ହେଉଛି, ପ୍ରଶାନ୍ତ ମହାସାଗରର ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣସ୍ତର ଅପେକ୍ଷା ଅତିକମରେ ୨ ଡିଗ୍ରି ଅଧିକ ରହିବ। ସେପଟେ ଏଲ୍‌ନିନୋ ସରୁ ସରୁ ଯେଉଁ ଗ୍ରୀଷ୍ମଋତୁ ଆସିବ ତାହା ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମଲହରି ନେଇ ଆସିବ ବୋଲି ଡ. ପଶୁପାଳକ କହିଛନ୍ତି।

Heavy Rain: ରାସ୍ତା ପାଲଟିଲା ନଦୀ, ଘର ଭୁଶୁଡ଼ି ୩ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.