Gold Business Fraud ଲାଭଦାୟକ ସୁନା ବ୍ୟବସାୟ ନାଁରେ ଠକେଇ, ୧୧ଲକ୍ଷ ଟଙ୍କା ଠକିନେଲେ

3 days ago 2
ARTICLE AD BOX

ଭଦ୍ରକ:  ସୁନା ବ୍ୟବସାୟରେ ବିନିଯୋଗ କରାଇ, ଅଧିକ ଲାଭ ଯୋଗାଇଦେବାର ପ୍ରଲୋଭନ ‌ଦେଇ ପ୍ରାୟ ୧୧ଲକ୍ଷ ଟଙ୍କା ନେଇ ଠକି ନେଇଥିବା ଅଭିଯୋଗ ‌ ହୋଇଛି। ଅଭିଯୋଗ ପରେ ଭଦ୍ରକ ଟାଉନ ଥାନା ପୁଲିସ ୩ ଜଣଙ୍କ ନାମରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବରଗଡ଼ରେ ସୁନା ଠକେଇ; ୮କିଲୋ ନକଲି ସୁନା ଗୁଣ୍ଡ ସହ ୨ ଅଭିଯୁକ୍ତ ଗିରଫ

ଅଭିଯୋଗକାରୀ ନୂଆବଜାର ଅଞ୍ଚଳର ରାଜେନ୍ଦ୍ର କୁମାର ବେହେରାଙ୍କ ଅଭିଯୋଗ ଅନୁସ‌ାରେ, ଭଦ୍ରକ ଟାଉନସ୍ଥିତ ଏକ ସୁନା ବ୍ୟବସାୟୀ ଓ ତାର କର୍ମଚାରୀ ମାନେ ଏହି ଠକେଇ ସଂପୃକ୍ତ ଅଛନ୍ତି ବୋଲି  ଅଭିଯୋଗ ହୋଇଛି। ସୁନା ବ୍ୟବସାୟରେ ଟଙ୍କା ବିନିଯୋଗ କଲେ ଲାଭ ମିଳିବ ବୋଲି କହି ଅଭିଯୁକ୍ତମାନେ ରାଜେନ୍ଦ୍ରଙ୍କଠାରୁ ୧୦.୮୦ ଲକ୍ଷ ଟଙ୍କା ନେଇଥିଲେ। ପରେ ଟଙ୍କା ଫେରସ୍ତ ନକରିବା ସହ ପ୍ରତିଶ୍ରୁତି ମୁତାବକ ସୁବିଧା ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି।
ଘଟଣାକୁ ନେଇ ରାଜେନ୍ଦ୍ର ଭଦ୍ରକ ଏସ୍‌ଡିଜେଏମ୍  କୋର୍ଟରେ  ସିସି   ନମ୍ବର ୨୮୬/୨୬ରେ ମାମଲା ଦାଏର କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ସେପ୍ଟେମ୍ବର ୧୨ରେ ଭଦ୍ରକ ଟାଉନ ଥାନାରେ କେସ୍ ନମ୍ବର ୦୫୬୧/୨୦୨୬ରେ ବିଏନ୍‌ଏସ୍‌ର  ଧାରା ୩୧୮(୪) ଓ ୩(୫)ରେ ମାମଲା ରୁଜୁ କରାଯାଇଛି।

Gold Chain Snatched ଘର ଭିତରେ ପଶି ମହିଳାଙ୍କ ବେକରୁ ଲକ୍ଷାଧିକ ଟଙ୍କାର ସୁନା ଚେନ ଛଡ଼ାଇନେଲେ ଦୁର୍ବୃତ୍ତ

ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏସ୍‌ ଆଇ  ଚମ୍ପାବତୀ ମାର୍ଣ୍ଡି ମାମଲାର ତଦନ୍ତ କରୁଛନ୍ତି। ତଦନ୍ତ ପରେ ଅଭିଯୋଗର ସତ୍ୟତା ଓ ଟଙ୍କା କାରବାରର ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବ ବୋଲି ତଦନ୍ତାଧିକାରୀ କହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.