GOBARdhan: ‘ଗୋବରଧନ’ ଯୋଜନା ପାଇଁ ମୋଟ୍‌ ଅଟକଳ ୨୩,୭୩୧ କୋଟି

56 minutes ago 1
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ କମ୍ପ୍ରେସ୍‌ଡ ବାୟୋଗ୍ୟାସ୍‌ ପାଇଁ ଗୋବରଧନ ଯୋଜନାକୁ ଅନୁମୋଦନ କରାଯାଇଛି। ୨୦୨୬-୨୭ରୁ ୨୦୩୫-୩୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ମୋଟ୍‌ ଅଟକଳ ୨୩,୭୩୧ କୋଟି ଟଙ୍କା ରହିଛି। 

ଏହି ଯୋଜନାରେ କୃଷି ବଳକା, ଗୋବର, ମୁନିସପାଲିଟି ଅର୍ଗାନିକ ବର୍ଜ୍ୟ ଆଦିରୁ ସ୍ବଚ୍ଛ ଇନ୍ଧନ ଉତ୍ପାଦନ କରାଯିବ। ଏହା ଅଧୀନରେ ଘରୋଇ କମ୍ପ୍ରେସଡ୍‌ ବାୟୋଗ୍ୟାସ୍‌ ଉତ୍ପାଦନରେ ୧୦ ଗୁଣା ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। 

ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ପ୍ରାକୃତିକ ଗ୍ୟାସ୍‌ ଭଳି ସମାନ ଭାବେ ବାୟୋଗ୍ୟାସ୍‌ ପ୍ରଭାବଶାଳୀ। ‌ତେଣୁ ଏହା ଘରେ ଅନ୍ୟ ଗ୍ୟାସ୍‌ର ସ୍ଥାନ ନେଇପାରିବ। ପ୍ରତିଟି କମ୍ପ୍ରେସ୍‌ଡ ବାୟୋଗ୍ୟାସ୍‌ (ସିବିଜି) ପ୍ଲାଣ୍ଟ୍‌ ଦ୍ବାରା ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହି ଯୋଜନାରେ ପ୍ରକଳ୍ପ ପାଇଁ ପୁଞ୍ଜି ସହାୟତା ପ୍ରଦାନ କରିବା, ପାଇପ୍‌ଲାଇନ ଭିତ୍ତିଭୂମି ବିକାଶ କରିବା ଓ ଋଣ ଗ୍ୟାରେଣ୍ଟି ସହାୟତା ମଧ୍ୟ ଦିଆଯିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.