Gharial crocodile: ଗଣ୍ଡକରେ ଘଡ଼ିଆଳ ସଂରକ୍ଷଣ

3 weeks ago 13
ARTICLE AD BOX

ଚଳିତ ବର୍ଷ ବିହାରର ଗଣ୍ଡକ ନଦୀ କୂଳରେ ୧୫୪ଟି ଅଣ୍ଡା ଫୁଟି ଘଡ଼ିଆଳ ଛୁଆ ଜନ୍ମ ହୋଇଛନ୍ତି। ଗଣ୍ଡକ ନଦୀର ବେତିଆ ବନ ବିଭାଗ ଅଧୀନରେ ଥିବା ଧନାହା ଅଞ୍ଚଳରେ ମୋଟ ୬ଟି ଘଡ଼ିଆଳ ବସା ଠାବ କରାଯାଇଥିଲା। ପ୍ରଥମ ବସାରୁ ୩୧ଟି ଘଡ଼ିଆଳ ଛୁଆଙ୍କୁ ସୁରକ୍ଷିତ ଭାବେ ନଦୀରେ ଛଡ଼ାଯାଇଥିଲା। ଗୋଟିଏ ବସାରେ ସ୍ୱାଭାବିକ ଭାବେ ଅଣ୍ଡା ଫୁଟିଥିବା ଦେଖାଯାଇଥିଲା। ସେହିପରି ଅନ୍ୟାନ୍ୟ ବସାରୁ ୯୨ଟି ଛୁଆ ବାହାରିବା ସହିତ ବେତିଆ ବନ ବିଭାଗ ପକ୍ଷରୁ ମୋଟ ୧୨୩ଟି ଘଡ଼ିଆଳ ଛୁଆ ସଫଳତାର ସହ ନଦୀରେ ଛଡ଼ାଯାଇଛି। ଗଣ୍ଡକ ନଦୀରେ ଗତ ଏକ ଦଶନ୍ଧି ଧରି ଚାଲିଆସୁଥିବା ଘଡ଼ିଆଳ ସଂରକ୍ଷଣ ପ୍ରୟାସର ଏହା ଆଉ ଏକ ବଡ଼ ସଫଳତା। ୨୦୧୪-୧୫ ମସିହାରୁ ୱାଇଲ୍ଡଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଏବଂ ବିହାର ସରକାର ମିଳିତ ଭାବେ ଗଣ୍ଡକ ନଦୀରେ ଘଡ଼ିଆଳ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଗଣ୍ଡକ ନଦୀ ବିଶ୍ୱରେ ଘଡ଼ିଆଳ ସଂରକ୍ଷଣର ଦ୍ୱିତୀୟ ବୃହତ୍ତମ ଆବାସସ୍ଥଳୀ ଭାବେ ପରିଚିତ। ବିଶ୍ୱରେ ଘଡ଼ିଆଳ ସଂରକ୍ଷଣରେ ଚମ୍ବଲ ନଦୀ ପ୍ରଥମ ସ୍ଥାନ ଭାବେ ସ୍ବୀକୃତି ଲାଭ କରିଛି। ଆଇୟୁସିଏନ୍ ରେଡ୍ ଲିଷ୍ଟରେ ଘଡ଼ିଆଳ କୁମ୍ଭୀରକୁ ‘ଅତ୍ୟନ୍ତ ବିଲୁପ୍ତପ୍ରାୟ’ ପ୍ରାଣୀ ଭାବେ ବର୍ଗୀକୃତ କରାଯାଇଛି।

Rath Yatra: ପୁରୀରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ‘ମନଇଚ୍ଛା କର୍ଡନ୍‌ ପାସ୍‌ ଦିଅନି’

ୱାଇଲ୍ଡଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ମୁଖ୍ୟ ଡ. ସମୀର କେ. ସିହ୍ନା କହିଛନ୍ତି, “ପ୍ରତିବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ଗବେଷକ, ବନ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମର ସ୍ବେଚ୍ଛାସେବୀମାନେ ନଦୀର ବାଲୁକା ତଟରେ ଘଡ଼ିଆଳ ବସା ଖୋଜିବା ପାଇଁ ପାଟ୍ରୋଲିଂ ଆରମ୍ଭ କରନ୍ତି। ବସା ଚିହ୍ନଟ ହେବା ପରେ ଜୁନ୍ ମାସରେ ଅଣ୍ଡା ଫୁଟି ଛୁଆ ବାହାରିବା ପର୍ଯ୍ୟନ୍ତ ତାହାର ନିରନ୍ତର ରକ୍ଷଣାବେକ୍ଷଣ କରାଯାଏ। କୁକୁର ଓ ବିଲୁଆ ଭଳି ଶିକାରୀ ପ୍ରାଣୀଙ୍କ ଆକ୍ରମଣ, ଗୃହପାଳିତ ପଶୁଙ୍କ ପାଦ ତଳେ ନଷ୍ଟ ହେବା କିମ୍ବା ନଦୀକୂଳ କ୍ଷୟ ଯୋଗୁଁ ବସା ଓ ଅଣ୍ଡାଗୁଡ଼ିକ କ୍ଷତିଗ୍ରସ୍ତ ନହେବ ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଏ। ଛୁଆମାନେ ଅଣ୍ଡାରୁ ବାହାରି ନଦୀରେ ପ୍ରବେଶ କରିବା ପର୍ଯ୍ୟନ୍ତ ପାଳିକରି ସମସ୍ତେ ବସା ଓ ଅଣ୍ଡାକୁ ଜଗିବା କାର୍ଯ୍ୟ କରନ୍ତି। ନିକଟରେ କରାଯାଇଥିବା ଗଣନା ଅନୁଯାୟୀ, ଗଣ୍ଡକ ନଦୀରେ ବର୍ତ୍ତମାନ ପ୍ରାୟ ୪୩୩ଟି ଘଡ଼ିଆଳ ବସବାସ କରୁଛନ୍ତି।’’ ଏଠାରେ ଉଲ୍ଲେଖଯୋଗ୍ୟ, ୧୯୭୫ ମସିହାରେ ଯେତେବେଳେ ଟିକରପଡ଼ାରେ ଘଡ଼ିଆଳ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହେଲା ସେତେବେଳେ ଗଣ୍ଡକ ନଦୀରୁ ସର୍ବପ୍ରଥମେ ଅଣ୍ଡା ସଂଗ୍ରହକରି ଅଣାଯାଇଥିଲା ଏବଂ ସେଥିରୁ ଅଣ୍ଡାଫୁଟି ୪୨ ଛୁଆ ବାହାରିଥିଲେ।

Admission: ୯ରୁ ଯୁକ୍ତ୨ ନାମଲେଖା: ଏଯାଏଁ ମାଟ୍ରିକ୍‌ ପିଲାଙ୍କୁ ମିଳିନି ମାର୍କସିଟ୍‌, ସାର୍ଟିଫିକେଟ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.