ARTICLE AD BOX
ଭୁବନେଶ୍ବର: ଓଡ଼ିଶାର ପ୍ରତିଷ୍ଠିତ ଧାବକ ଅନିମେଷ କୁଜୁର ବିଦେଶ ମାଟିରେ ନିଜ ଯାଦୁ ଦେଖାଇଛନ୍ତି। ପୁଣି ଥରେ ତାଙ୍କ ଦ୍ରୁତଗତିର ପ୍ରମାଣ ଦେଇ ଜର୍ମାନୀର ୱେଟ୍ଜଲାର୍ସ୍ଥିତ ଏନୱାଗ୍ ଷ୍ଟାଡିୟମରେ ଆୟୋଜିତ ପୁମା ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍-୨୦୨୬ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ୧୦୦ ମିଟର ଫାଇନାଲକୁ ୧୦.୧୪ ସେକେଣ୍ଡରେ ଶେଷ କରି ରୌପ୍ୟ ପଦକ ଜିତି ନେଇଛନ୍ତି। ତା’ ସହିତ ବିଦେଶ ମାଟିରେ କୌଣସି ଭାରତୀୟଙ୍କ ଦ୍ୱାରା ସବୁଠୁ ଦ୍ରୁତ ୧୦୦ ମିଟର ଦୌଡ଼ିବାର ରେକର୍ଡ ସ୍ଥାପନ କରିଛନ୍ତି। ୧୦୦ ମିଟରରେ ଅନିମେଷଙ୍କ ୧୦.୧୪ ସେକେଣ୍ଡର ଟାଇମିଂ ମଧ୍ୟ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ଏହା ଭାରତୀୟଙ୍କ ମଧ୍ୟରେ ସର୍ବକାଳୀନ ଦ୍ୱିତୀୟ ଦ୍ରୁତତମ ସମୟ। ସଂପ୍ରତି ସେ କେବଳ ଜାତୀୟ ରେକର୍ଡଧାରୀ ଗୁରିନ୍ଦରବୀର ସିଂହ (୧୦.୦୯ ସେକେଣ୍ଡ) ତାଙ୍କଠାରୁ ଆଗରେ ରହିଛନ୍ତି।
Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା
ଫାଇନାଲ ପୂର୍ବରୁ ହିଟ୍ରେ ମଧ୍ୟ ଅନିମେଷ ଚମତ୍କାର ପ୍ରଦର୍ଶନ କରି ୧୦.୧୯ ସେକେଣ୍ଡରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପରେ ଫାଇନାଲରେ ସେ ନିଜର ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠ ୧୦.୧୫ ସେକେଣ୍ଡକୁ ଅତିକ୍ରମ କରି ସଫଳତାର ନୂଆସ୍ତର ଛୁଇଁଥିଲେ। ୨୦୦ ମିଟରରେ ଭାରତୀୟ ଜାତୀୟ ରେକର୍ଡଧାରୀ ଅନିମେଷ ବର୍ତ୍ତମାନ ୧୦୦ ମିଟରରେ ମଧ୍ୟ ଦେଶର ଅନ୍ୟତମ ଶ୍ରେଷ୍ଠ ଧାବକ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଭାରତୀୟମାନଙ୍କ ସର୍ବକାଳୀନ ପାଞ୍ଚଟି ଦ୍ରୁତତମ ୧୦୦ ମିଟର ସମୟ ମଧ୍ୟରୁ ତିନିଟି ଏବେ ତାଙ୍କ ନାମରେ ରହିଛି। ଏହି ସଫଳତା ପରେ ଅନିମେଷ କହିଛନ୍ତି ଯେ ସତ କହିବାକୁ ଗଲେ ମୁଁ ଏଠାକୁ ଭଲ ଟାଇମିଂ ପାଇବା ପାଇଁ ଆସିନଥିଲି। ମୋର ପ୍ରଥମ ଲକ୍ଷ୍ୟ ଥିଲା ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ମାନଦଣ୍ଡ ହାସଲ କରିବା। ସେହି ଲକ୍ଷ୍ୟ ଏବେ ପୂରଣ ହୋଇଯାଇଛି। ତେଣୁ ଏବେ ନିଜ ପ୍ରଦର୍ଶନରେ ଆହୁରି ଉନ୍ନତ କରିବା ଉପରେ ଧ୍ୟାନ ଦେବି।
Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼

3 weeks ago
14


