Gen-Z: ଜେନ୍-ଜିକୁ ସମର୍ଥନ ସାଙ୍ଗେ ଉପଦେଶ

2 weeks ago 10
ARTICLE AD BOX

ଯୁବପିଢ଼ି ହିଁ ଦେଶର ଭବିଷ୍ୟତ। ତେଣୁ ଦୁର୍ନୀତି ଓ ଅବ୍ୟବସ୍ଥା ବିରୋଧରେ ଜେନ୍-ଜିର ସ୍ବରକୁ ସମର୍ଥନ କରିଛନ୍ତି ଅଭିନେତ୍ରୀ ମନୀଷା କୋଇରାଲା। କାଠମାଣ୍ଡୁରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେଇ ସେ ଯୁବପିଢ଼ିର ରାଜନୈତିକ ଭୂମିକା ଓ ନେତୃତ୍ୱ ନେଇ କିଛି ଭଲ କଥା କହିଛନ୍ତି। ମନୀଷାଙ୍କ କହିବା ଅନୁସାରେ ଦୁର୍ନୀତି ଓ ରାଜନୈତିକ ବିଫଳତା ବିରୋଧରେ ଯୁବପିଢ଼ିର ଶକ୍ତି ଓ ସାହସ ଗୁରୁତ୍ୱପୂର୍ଣ୍ଣ। ନେପାଳ ଓ ଭାରତ ସମେତ ବିଭିନ୍ନ ଦେଶରେ ଯୁବପିଢ଼ି ପରିବର୍ତ୍ତନ ଓ ଉତ୍ତରଦାୟୀ ଶାସନ ବ୍ୟବସ୍ଥା ଦାବିରେ ଆଗକୁ ଆସୁଥିବା କଥାକୁ ସେ ସମର୍ଥନ କରୁଛନ୍ତି। ତେବେ ଏଥି ସହିତ ସେ ସତର୍କ କରାଇ କହିଛନ୍ତି ଯେ ଯୁବ ବୟସ୍କ ବୋଲି ସମସ୍ତଙ୍କ ପାଖରେ ଯେ ନେତୃତ୍ବ ନେବାର କ୍ଷମତା ଥିବ ତାହା କହିହେବ ନାହିଁ। ଜ୍ଞାନ, ଅଭିଜ୍ଞତା ମଧ୍ୟ ଦେଶ ପାଇଁ ଜରୁରି।

Real identity: କଥାଟିଏ-ଯାଯାବର: ଅସଲ ପରିଚୟ

ନେପାଳ ଭଳି ଦେଶରେ ଯୁବପିଢ଼ି ନେତୃତ୍ବ ନେବା ନୂଆ ନୁହେଁ ବୋଲି ମନେ ପକାଇଦେବା ସହିତ ସେ ଉପଦେଶ ଦେଇଛନ୍ତି ଯେ ଉପଯୁକ୍ତ ମାର୍ଗ ନିର୍ଦ୍ଧାରଣ କରି ଯୁବପିଢ଼ି ଆନ୍ଦୋଳନ ଓ ରାଜନୀତିରେ ଯୋଗ ଦିଅନ୍ତୁ। ତାଙ୍କ ମତରେ, ଯୁବ ନେତୃତ୍ୱ ପାଇଁ ସ୍ପଷ୍ଟ ଦୃଷ୍ଟିକୋଣ, ଅଭିଜ୍ଞତା, ଦାୟିତ୍ବବୋଧ ଓ ଠିକ୍‌ ନିଷ୍ପତ୍ତି ନେବାର କ୍ଷମତା ଆବଶ୍ୟକ। ଯୁବପିଢ଼ି ବରିଷ୍ଠମାନଙ୍କ ଅଭିଜ୍ଞତାରୁ ଶିଖି ନିଜ ଶକ୍ତିକୁ ସକାରାତ୍ମକ ଦିଗରେ ବ୍ୟବହାର କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।

Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.