GDP: ଭାରତ ବିଶ୍ବ ଅଭିବୃଦ୍ଧିର ଇଞ୍ଜିନ: ଆଇଏମ୍‌ଏଫ୍‌ ନୂଆ ଜିଡିପି ହିସାବ ପଦ୍ଧତିକୁ ସ୍ବାଗତ

6 days ago 6
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପ୍ରଶଂସା କରି ଏହାକୁ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ କହିଚି। ଶକ୍ତି ସଙ୍କଟ ଓ ବିଶ୍ବସ୍ତରରେ ବିଭିନ୍ନ ପ୍ରକାର ଆହ୍ବାନ ଲାଗିରହିଥିବା ସତ୍ତ୍ବେ ଭାରତୀୟ ଅର୍ଥନୀତି ଏହାର ଦ୍ରୁତ ଗତି ବଜାୟ ରଖିପାରିଥିବା ଏହି ଅନ୍ତର୍ଜାତୀୟ ସଂସ୍ଥା ଜଣାଇଛି। ଚଳିତ ଆର୍ଥିକବର୍ଷ ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ଦେଶର ବାସ୍ତବ ଜିଡିପି ୭.୮% ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ଆଶାଠାରୁ ଅଧିକ ବୋଲି ଆଇଏମ୍‌ଏଫ୍‌ କହିଛି।

ଆଇଏମ୍‌ଏଫ୍‌ର ମୁଖପାତ୍ର ଜୁଲି କୋଜାକ୍‌ଙ୍କ ଅନୁଯାୟୀ, ଭାରତର ଏହି ଅଭିବୃଦ୍ଧିରେ ସେବା କ୍ଷେତ୍ରର ଦୃଢ଼ ପ୍ରଦର୍ଶନ ଓ ରପ୍ତାନି ବୃଦ୍ଧି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ବିଶ୍ୱ ବଜାରରେ ଶକ୍ତି ମୂଲ୍ୟ ବୃଦ୍ଧି ଭଳି ଆହ୍ବାନ ସତ୍ତ୍ବେ ଭାରତୀୟ ଅର୍ଥନୀତି ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ଦୃଢ଼ତା ପ୍ରଦର୍ଶନ କରିଛି। ଚଳିତ ବର୍ଷର ଏପ୍ରିଲ-ଜୁନ୍‌ ତ୍ରୈମାସିକରେ ୭.୮% ଅଭିବୃଦ୍ଧି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବ ଆକଳନ ୭%ଠାରୁ ମଧ୍ୟ ଅଧିକ। ୨୦୨୫-୨୬ର ଏହି ସମୟରେ ବାସ୍ତବ ଜିଡିପି ୭୫.୪୬ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ତାହା ୮୧.୩୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। 

Petrol Diesel Price: ପେଟ୍ରୋଲ୍‌, ଡିଜେଲ୍‌ ଦର ନିଶ୍ଚିତ ବଢ଼ିବ: ଆଇଏମ୍‌ଏଫ୍‌

ଜିଡିପି ଆକଳନ ପଦ୍ଧତିରେ କରାଯାଇଥିବା ପରିବର୍ତ୍ତନ ପାଇଁ ବିଭିନ୍ନ ମହଲ ସରକାରଙ୍କୁ ସମାଲୋଚନା କରୁଛି। କିନ୍ତୁ ଆଇଏମ୍‌ଏଫ୍‌ ସେଥିପାଇଁ ଭାରତକୁ ପ୍ରଶଂସା କରିଛି। ନୂତନ ପଦ୍ଧତିକୁ ଏହା ସ୍ବାଗତ କରି କହିଛି, ନୂଆ ତଥ୍ୟ ଓ ଅଧିକ ସୂକ୍ଷ୍ମ ମୂଲ୍ୟ ସୂଚକ ବ୍ୟବହାର ଦ୍ୱାରା ଅର୍ଥନୀତିର ପ୍ରକୃତ ଚିତ୍ର ଆହୁରି ସଠିକ୍‌ ଭାବେ ଆକଳନ କରାଯାଇପାରିବ। ବିଶ୍ୱ ଅର୍ଥନୀତିରେ ତେଲ ଦର ଓ ଭୂରାଜନୈତିକ ଅନିଶ୍ଚିତତା ଭଳି ଆହ୍ବାନ ରହିଥିବା ବେଳେ ଆଗାମୀ ଦିନରେ ଭାରତର ଅଭିବୃଦ୍ଧି ଧାରା କିଭଳି ରହିବ, ତାହା ଉପରେ ନଜର ରହିଛି। ଆଇଏମ୍‌ଏଫ୍‌ ଅକ୍ଟୋବରରେ ନିଜର ପରବର୍ତ୍ତୀ ବିଶ୍ୱ ଅର୍ଥନୈତିକ ଆକଳନ ପ୍ରକାଶ କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.