Gautam Adani: ରାୟଗଡ଼ାରେ ଗୌତମ ଆଦାନୀ: ବଡ଼ ପୁଞ୍ଜିନିବେଶ ଯୋଜନା

17 hours ago 1
ARTICLE AD BOX

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବଡ଼ ପୁଞ୍ଜି ନିବେଶ ଯୋଜନା କରିଛି ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଆଦାନୀ ଗ୍ରୁପ। ୧.୦୮ଲକ୍ଷ କୋଟି ବ୍ୟୟରେ ଗ୍ରିନ୍‌ଫିଲ୍ଡ ଆଲୁମିନିୟମ କମ୍ପ୍ଲେକ୍ସ ନିର୍ମାଣ ହେବାକୁ ଥିବାରୁ ରବିବାର ଗ୍ରୁପ ମୁଖ୍ୟ ଗୌତମ ଆଦାନୀ ରାୟଗଡ଼ା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୌତମଙ୍କ ସହ ପୁଅ କରଣ ଆଦାନୀ ମଧ୍ୟ ରାୟଗଡ଼ା ଗସ୍ତରେ ଆସି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଆକାଶ ମାର୍ଗରୁ କାଶୀପୁର ଅଞ୍ଚଳରେ ପାଇଥିବା ବକ୍ସାଇଟ୍‌ ଖଣିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗ୍ରୁପ ମୁଖ୍ୟ ଗୌତମଙ୍କ ଗସ୍ତ ପରେ ଓଡ଼ିଶାରେ ବୃହତ୍ ଆଲୁମିନା ରିଫାଇନାରି ଏବଂ ଆନୁସଙ୍ଗିକ ଖଣିଜ ଶିଳ୍ପ ପ୍ରକଳ୍ପ ସ୍ଥାପନ ନେଇ ଚର୍ଚ୍ଚା ଜୋର ଧରିଛି। 

Blood donation: ରକ୍ତ ଦେଇ ବନ୍ଧୁତା ଦିବସ ପାଳିଲେ, ୪୧ ୟୁନିଟ୍‌ ରକ୍ତ ସଂଗୃହୀତ

୧.୦୮ ଲକ୍ଷ କୋଟି ବ୍ୟୟରେ ହେବ ଗ୍ରିନ୍‌ଫିଲ୍ଡ ଆଲୁମିନିୟମ କମ୍ପ୍ଲେକ୍ସ
ସୃଷ୍ଟି ହେବ ହଜାର ହଜାର ନିଯୁକ୍ତି ସୁଯୋଗ
ବୈଠକ ପରେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ

ସୂଚନାନୁଯାୟୀ, ଓଡ଼ିଶାରେ ଆଦାନୀ ଗ୍ରୁପ୍ ଏବଂ ୟୁଏଇ ଭିତ୍ତିକ କମ୍ପାନି ‘ଇଣ୍ଟରନ୍ୟାସନାଲ୍ ରିସୋର୍ସେସ୍ ହୋଲ୍ଡିଂ’ (ଆଇଆର୍‌ଏଚ୍‌) ମିଳିତ ଉଦ୍ୟୋଗରେ ପ୍ରକଳ୍ପ ନିର୍ମାଣ କରିବେ। ଏହି ପ୍ରକଳ୍ପରେ ବାର୍ଷିକ ୪ ମିଲିୟନ ଟନ୍ କ୍ଷମତା ସମ୍ପନ୍ନ ଆଲୁମିନା ରିଫାଇନାରି, ୨ ମିଲିୟନ ଟନ୍‌ର ଆଲୁମିନିୟମ ସ୍ମେଲଟର, ୧ ମିଲିୟନ ଟନ୍‌ର ଡାଉନଷ୍ଟ୍ରିମ୍ ଆଲୁମିନିୟମ ପାର୍କ ସହ ୪୦୦୦ ମେଗାୱାଟ୍ କ୍ଷମତାର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ଏବଂ ୪୦୦ ମେଗାୱାଟ୍ ଗ୍ରିନ୍ ଏନର୍ଜି ୟୁନିଟ୍ ସ୍ଥାପନ କରିବା ନେଇ ରାଜ୍ୟ ସରକାରଙ୍କ ସହ ପୂର୍ବରୁ ଚୁକ୍ତି ହୋଇଛି। ଏହାବ୍ୟତୀତ ଏକ ବଡ଼ ଥର୍ମାଲ୍ ପାୱାର ପ୍ଲାଣ୍ଟ ଏବଂ ଡିଜିଟାଲ୍ ଡାଟା ସେଣ୍ଟର ପ୍ରତିଷ୍ଠା ନେଇ ମଧ୍ୟ ଗ୍ରୁପ୍ ଲକ୍ଷ୍ୟ ରଖିଛି।

Horoscope 2026 August 03: ଜାଣନ୍ତୁ ଆଜିର ରାଶିଫଳ

ସୂଚନାଯୋଗ୍ୟ, ରାୟଗଡ଼ାକୋରାପୁଟ ଜିଲ୍ଲାରେ ବିଶ୍ୱର ଶ୍ରେଷ୍ଠ ବକ୍ସାଇଟ ଗଚ୍ଛିତ ରହିଛି। ପୂର୍ବରୁ ଆଦାନୀ ଗ୍ରୁପକୁ କାଶୀପୁର ବ୍ଲକରେ ବକ୍ସାଇଟ୍‌ ଖଣି ମିଳିଛି। କମ୍ପାନି ପକ୍ଷରୁ ରାୟଗଡ଼ାରେ ଶିଳ୍ପ ପ୍ରତିଷ୍ଠା ପାଇଁ କୋଲନରା ବ୍ଲକ୍‌ରେ ୧୭୦୦ ଏକର ଜମି ଅଧିଗ୍ରହଣ କରିବାକୁ ସର୍ଭେ ହୋଇଥିଲା। କିନ୍ତୁ ସରକାରୀ ଜମି ଅପେକ୍ଷା ବେସରକାରୀ ଜମି ପରିମାଣ ଅଧିକା ଥିବାରୁ ବିସ୍ଥାପନ ପ୍ରକ୍ରିୟାରେ ଅସୁବିଧା ଆଶଙ୍କା କରି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇନଥିଲା। ଆଜିର ଗସ୍ତ ପରେ ଶିଳ୍ପ ପ୍ରତିଷ୍ଠା ଆଶା ଉଜ୍ଜ୍ବଳ ହୋଇଛି। ବୈଠକରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସ୍‌ପି ରାଜ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.