ARTICLE AD BOX
ଭୁବନେଶ୍ୱର: ଯଦି ଆପଣଙ୍କ ଗ୍ୟାସର ନିଆଁ ପୂର୍ବ ଭଳି ଜଳୁନାହିଁ, ନୀଳ ପରିବର୍ତ୍ତେ ହଳଦିଆ ରଙ୍ଗର ନିଆଁ ବାହାରୁଛି କିମ୍ବା ରୋଷେଇ ହେବା ପାଇଁ ପୂର୍ବ ଅପେକ୍ଷା ଅଧିକ ସମୟ ଲାଗୁଛି, ତେବେ ଏହାର ମୁଖ୍ୟ କାରଣ ହେଉଛି ଗ୍ୟାସ୍ ବର୍ଣ୍ଣରର ଛୋଟ ଛୋଟ ଛିଦ୍ରଗୁଡ଼ିକ ବନ୍ଦ ହୋଇଯାଇଛି। ସମୟ ସହିତ ଏହି ଛିଦ୍ରଗୁଡ଼ିକରେ ତେଲ, ମସଲା ଏବଂ ମଇଳା ଜମିଯାଏ, ଯାହା ଗ୍ୟାସ୍ ପ୍ରବାହକୁ ପ୍ରଭାବିତ କରିଥାଏ। ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, ଆପଣ କିଛି ସହଜ ଘରୋଇ ଉପାୟରେ ଘରେ ହିଁ ଏହାକୁ ସମ୍ପୂର୍ଣ୍ଣ ସଫା କରିପାରିବେ।
ଘରେ କିପରି ସଫା କରିବେ ଗ୍ୟାସ୍ ବର୍ଣ୍ଣର?
ପ୍ରାଥମିକ ସତର୍କତା: ସର୍ବପ୍ରଥମେ ଗ୍ୟାସ୍ ରେଗୁଲେଟର ବନ୍ଦ କରନ୍ତୁ ଏବଂ ବର୍ଣ୍ଣରକୁ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଦିଅନ୍ତୁ। ଗରମ ଥିବା ଅବସ୍ଥାରେ ଏହାକୁ କେବେ ବି ସଫା କରିବାକୁ ଚେଷ୍ଟା କରନ୍ତୁ ନାହିଁ।
ଆହୁରି ପଢନ୍ତୁ: Vigilance raid ପୁଣି ଭିଜିଲାନ୍ସ ଜାଲରେ କୋଇଡ଼ାର ପୂର୍ବତନ ରେଞ୍ଜନର ପ୍ରସନ୍ନ କୁମାର
ସଫା କରିବା ପ୍ରକ୍ରିୟା: ଗ୍ୟାସ୍ ଷ୍ଟୋଭ୍ରୁ ବର୍ଣ୍ଣର କ୍ୟାପ୍ ଏବଂ ବର୍ଣ୍ଣର ହେଡ୍କୁ ସାବଧାନତାର ସହ ବାହାର କରି ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଉଷୁମ ପାଣି ନେଇ ସେଥିରେ କିଛି ଲିକ୍ଵିଡ୍ ଡିସ୍ୱାଶ୍ କିମ୍ବା ସାବୁନ ମିଶାଇ ବର୍ଣ୍ଣରଗୁଡ଼ିକୁ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ଏହା ଦ୍ୱାରା ସେଥିରେ ଜମି ରହିଥିବା ତେଲ ଓ ମଇଳା ନରମ ହୋଇଯିବ। ଏହାକୁ ବୁଡ଼ାଇ ରଖିବା ପରେ ଏକ ପୁରୁଣା ଟୁଥ୍ବ୍ରଶ୍ ସାହାଯ୍ୟରେ ବର୍ଣ୍ଣରକୁ ହାଲୁକା ଭାବେ ରଗଡ଼ି ସଫା କରନ୍ତୁ। ଯଦି ଦାଗ ଛାଡୁ ନଥାଏ, ତେବେ ବେକିଂ ସୋଡାରେ ଅଳ୍ପ ପାଣି କିମ୍ବା ଭିନେଗାର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଦାଗ ଉପରେ ଲଗାଇ କିଛି ମିନିଟ୍ ଛାଡ଼ିଦେବା ପରେ ବ୍ରଶ୍ ସାହାଯ୍ୟରେ ସଫା କରନ୍ତୁ।
ଆହୁରି ପଢନ୍ତୁ:Bankipur Bypoll: ବାଙ୍କିପୁର ଉପନିର୍ବାଚନ: ତେଜ ପ୍ରତାପ ଯାଦବଙ୍କ ଦଳକୁ ବଡ଼ ଝଟକା
ଛିଦ୍ରଗୁଡ଼ିକୁ ସଫା କରିବା: ବର୍ଣ୍ଣରର ଛୋଟ ଛୋଟ ଛିଦ୍ରଗୁଡ଼ିକୁ ସଫା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଏକ ସେଫ୍ଟିପିନ୍ ବ୍ୟବହାର କରି ପ୍ରତ୍ୟେକ ଛିଦ୍ରରେ ଧୀରେ ଧୀରେ ପୂରାଇ ମଇଳା ବାହାର କରନ୍ତୁ।
ସଫା କରିବା ପରେ କଣ କରିବେ?
ସମସ୍ତ ଅଂଶକୁ ସଫା ପାଣିରେ ଭଲଭାବେ ଧୋଇବା ପରେ ଏକ ଶୁଖିଲା କପଡ଼ାରେ ପୋଛି ସମ୍ପୂର୍ଣ୍ଣ ଶୁଖିବାକୁ ଦିଅନ୍ତୁ। ଓଦା ବର୍ଣ୍ଣରକୁ ପୁଣି ଲଗାଇଲେ ଗ୍ୟାସ୍ ଜଳିବାରେ ସମସ୍ୟା ଦେଖାଦେଇପାରେ। ସମ୍ପୂର୍ଣ୍ଣ ଶୁଖିଯିବା ପରେ ଏହାକୁ ଯଥାସ୍ଥାନରେ ଲଗାଇ ଗ୍ୟାସ୍ ଚଲାନ୍ତୁ। ଯଦି ନୀଳ ରଙ୍ଗର ନିଆଁ ବାହାରୁଛି, ତେବେ ଜାଣିବେ ଯେ ସଫେଇ ସଠିକ୍ ଭାବେ ହୋଇଛି।
ଆହୁରି ପଢନ୍ତୁ:10kg LPG Cylinders: ଆସିବ ୧୦ କେଜିଆ ଏଲ୍ପିିଜି ସିଲିଣ୍ଡର
ପ୍ରତିଦିନ ରୋଷେଇ ସରିବା ପରେ ଗ୍ୟାସ୍ ଷ୍ଟୋଭ୍ ପୋଛିବା, ସପ୍ତାହରେ ଥରେ ହାଲୁକା ସଫା ଏବଂ ମାସକୁ ଥରେ ବର୍ଣ୍ଣରର ସମ୍ପୂର୍ଣ୍ଣ ସଫେଇ କରିବା ଦ୍ୱାରା ଗ୍ୟାସ୍ ଖର୍ଚ୍ଚକମ୍ ହେବା ସହ ରୋଷେଇ ମଧ୍ୟ ଶୀଘ୍ର ହୋଇଥାଏ।

3 weeks ago
9


