ARTICLE AD BOX
ଆଜି ଅପରାହ୍ନ ପ୍ରାୟ ଗୋଟେ ବେଳେ ୧୮ ନଂ ଜାତୀୟ ରାଜପଥ କୁଳିଅଣା ଉପକଣ୍ଠ ଶୁଖୁଆପୋଡ଼ା ଟୋଲ ଗେଟ ନିକଟରେ କଣ୍ଟେନର କ୍ୟାବିନ ଭିତରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଗାଡ଼ିରେ ନିଆଁ ଲାଗି ଯାଇଥିଲା l
A gas cylinder exploded while cooking inside a container cabin near Shukhuaapoda Toll Gate on NH-18 Photograph: (sambad.in)କୁଳିଅଣା: ଆଜି ଅପରାହ୍ନ ପ୍ରାୟ ଗୋଟେ ବେଳେ ୧୮ ନଂ ଜାତୀୟ ରାଜପଥ କୁଳିଅଣା ଉପକଣ୍ଠ ଶୁଖୁଆପୋଡ଼ା ଟୋଲ ଗେଟ ନିକଟରେ କଣ୍ଟେନର କ୍ୟାବିନ ଭିତରେ ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ଗାଡ଼ିରେ ନିଆଁ ଲାଗି ଯାଇଥିଲା l
କପଡା ନେଇ ଯାଉଥିବା ବେଳେ ଅଗ୍ନିକାଣ୍ଡ
ବାଙ୍ଗିରିପୋଷି ଓ ଚାନ୍ଦୁଆ ଅଗ୍ନିସେବା କେନ୍ଦ୍ରରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ l ସୂଚନା ଅନୁଯାୟୀ ଟିଏନ ୮୮ ଏଚ ୮୫୦୩ ନମ୍ବର କଣ୍ଟେନର ତାମିଲନାଡୁରୁ ଗୁଜୁରାଟ ଅଭିମୁଖେ କପଡା ନେଇ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା l ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି l
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

10 hours ago
2


