Ganjam Police Arrest ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ପୃଥକ୍‌ ମାମଲାରେ ୫ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

3 weeks ago 10
ARTICLE AD BOX

କଟକ: ବେଆଇନ ଅସ୍ତ୍ର କାରବାର ବିରୋଧରେ ଗଞ୍ଜାମ ପୁଲିସ ପକ୍ଷରୁ ନିଆଯାଉଥିବା ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ଦୁଇଟି ପୃଥକ୍ ମାମଲାରେ ୫ ଅଭିଯୁକ୍ତ ଗିରଫ; ବେଆଇନ ବନ୍ଧୁକ, ମାଗାଜିନ୍ ଓ ଗୁଳି ଜବତ କରାଯାଇଛି। 

ଆଜି (ବୁଧବାର) ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନାନୁସା‌ରେ, ଭଞ୍ଜନଗର ଥାନା ମାମଲା ନଂ-୬୪୩/୨୦୨୬ରେ ପୋଲିସ ଅନିଲ କୁମାର ସ୍ୱାଇଁ, ପିଣ୍ଟୁ ସେଠୀ, ସୁବାସ ଚନ୍ଦ୍ର ପାଢ଼ୀ ଏବଂ ବାଳକୃଷ୍ଣ ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଗୋଟିଏ ୯ ଏମ୍.ଏମ୍. ପିସ୍ତଲ, ଗୋଟିଏ ମାଗାଜିନ୍, ଦୁଇଟି ଗୁଳି ଏବଂ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ବଟି ଆଦାୟ କରୁଥିଲେ।

Police officer: ଶ୍ବାସରୁଦ୍ଧ ହେବାରୁ ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ!

ଅନ୍ୟ ଏକ ମାମଲାରେ, କୋଦଳା ଥାନା ମାମଲା ନଂ-୩୪୬/୨୦୨୬ରେ ଫାସି ଗ୍ରାମର ୨୧ ବର୍ଷୀୟ ଓମ୍ ସ୍ୱାଇଁଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି। ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ ତିନୋଟି ଜୀବନ୍ତ ଗୁଳି ଜବତ କରାଯାଇଛି।

ବେଆଇନ ଅସ୍ତ୍ର କାରବାର, ସଙ୍ଗଠିତ ଅପରାଧ ବିରୋଧରେ ଆଗାମୀ ଦିନରେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଅଧିକ ଜୋରଦାର କରାଯିବ ଏବଂ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଗଞ୍ଜାମ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.