ARTICLE AD BOX
ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉକରାଯାଇ ନିକଟସ୍ଥ ଜଙ୍ଗଲରୁ ପ୍ରାୟ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ତେବେ ଚାଲାଣର ମୁଖ୍ୟ କାର୍ପେଟଦାର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।
ସୂଚନାନୁସାରେ, ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଅବକାରୀ ବିଭାଗ ପକ୍ଷରୁ ପେପରମେଟଲା ଥାନା ଅନ୍ତର୍ଗତ ସିଲିଗୁମା ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉ ସମୟରେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ଦେଢ଼କୋଟି ଟଙ୍କା।
Ganja Seized ୪୧ କିଗ୍ରା ଗଞ୍ଜେଇ ଜବତ, ମହିଳା ଗିରଫ
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ କରିବା ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିଲା। ଏହି ଘଟଣାରେ ଏକ ଦାବିହୀନ ମାମଲା ରୁଜୁ କରାଯାଇ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରହିଛି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ,ବିଙ୍ଗରାଜ ଦାମୀ,ଅବକାରୀ ଉପ-ନିରୀକ୍ଷକ ବ୍ରଜ ବିହାରୀ ନାୟକ, ଦୀନବନ୍ଧୁ ସିରା, ଏଏସ୍ଆଇ ରାମଚନ୍ଦ୍ର ହନ୍ତାଲ, କନେଷ୍ଟବଳ ବିପୁଲ ଶେଖର ଯୋଦ୍ଧର, ଜ୍ଞାନ ରଞ୍ଜନ ସାହୁ, ଚନ୍ଦ୍ରକାନ୍ତ ନାୟକ, ମୁରଲୀ ରଜକ, ନାଗେଶ ପଣ୍ଡା, ସରିତା ନାୟକ ଓ ଜୁଲି ସା ପ୍ରମୁଖ ଉପସ୍ଥିତ ଥିଲେ।

1 week ago
6


