Ganesh Chaturthi: ମାଟି ମୂର୍ତ୍ତି ବଦଳରେ ପ୍ଲାଷ୍ଟର ଅଫ ପ୍ୟାରିସ୍‌ ମୂର୍ତ୍ତିର ଆଦର ଅଧିକ

5 days ago 7
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ଆସନ୍ତା ୧୪ତାରିଖରେ ଆସିବେ ଅଗ୍ରପୂଜ୍ୟ ଗଜାନନ। ଏଥି ପାଇଁ ଗାଁରୁ ସହର ପୂଜାକମିଟି ଠାରୁ ଆରମ୍ଭ କରି ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ଘରେ ସବୁ ଠାରେ ଚାଳିଛି ପ୍ରସ୍ତୁତି। ଅପରପକ୍ଷରେ ଗଣେଷ ଏବେ ଶହ ଶହ କଳାକାରଙ୍କ ପରିବାରକୁ ମୁଠାଏ ଦାନା ଯୋଗାଇବେ। ତେବେ ମାଟିର ମୂର୍ତ୍ତିର ଚାହିଦା ଧୀରେ ଧୀରେ କମିଯିବା ଫଳରେ ପ୍ଲାଷ୍ଟର ଅଫ ପ୍ୟାରିସ୍ ମୂର୍ତ୍ତିର ଚାହିଦା ବଢ଼ିବାରେ ଲାଗିଛି। କିଛି ମୂର୍ତ୍ତିଶିଳ୍ପୀ ଓ ଋତୁକାଳୀନ ବ୍ୟବସାୟୀ ହାଇଦ୍ରାବାଦ, କୋଲକାତା, ବିଶାଖାପାଟଣା, ବିଜୟନଗରମ, ଦିଲ୍ଲୀରୁ ଏଠାକୁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ଗଣେଶ ମୂର୍ତ୍ତୀ ଆଣି ବଜାରକୁ କବଜା କରିଛନ୍ତି।  

ଏବେ ଠାରୁ ବହୁ ବଡ ବଡ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ପରବ ଆରମ୍ଭ ହୋଇ ସାରିଛି। କିଛି କମିଟି ପକ୍ଷରୁ ପ୍ଲାଷ୍ଟର ଅଫ୍  ପ୍ୟାରିସ୍‌ରେ ନିର୍ମାଣ ହୋଇଥିବା ମୂର୍ତ୍ତୀ ଗୁଡିକ ବିଶାଖାପାଟଣା, ବିଜୟନଗରମ, ହାଇଦ୍ରାବାଦରୁ ବି କିଣି ଆଣୁଛନ୍ତି। ଗତ କିଛି ବର୍ଷ ହେବ ହାଇଦ୍ରାବାଦର ନରେଶ ମୂର୍ତ୍ତି ଓ କଲିକତାର ସନ୍ତୋଷ ଦେ ଓତାଙ୍କ ଦଳ ଏଠାକୁ ଆସି ଏହି ମୂର୍ତ୍ତୀ ତିଆରି କରି ବିକ୍ରୀ କରୁଛନ୍ତି। ଯଦି କୌଣସି ଲୋକେ ଯଦି  ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ମୂର୍ତ୍ତୀ ବଦଳରେ ମାଟିରେ ତିଆରି ମୂର୍ତ୍ତୀ ମାଗିଲେ ତିଆରି କରି ଦିଆଯାଉଛି ବୋଲି କହିଛନ୍ତି ଏମାନେ। ପ୍ରାୟ ଶହେରୁ ଉର୍ଦ୍ଧ୍ବ ଛୋଟବଡ ମୂର୍ତ୍ତୀ ତିଆରି କରିସାରିଲେଣି ୭ଜଣ କଳାକାର। ଫୁଟକୁ ହଜାର ଟଙ୍କା ହିସାବରେ ମୂର୍ତ୍ତି ବିକ୍ରୀ କରାଯାଉଛି। କିଛି ବରାଦି  ନେଇ ଓ ନିଜେ ବି କିଛି ତିଆରି କରି ରଖାଯାଇଛି। 

ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବରାଦ ଆସିବା ସହ କିଛି କମିଟି ଅଗ୍ରୀମ ଦେଇଥିବା କହିଛନ୍ତି ଏମାନେ। କଂଚାମାଲ ସବୁ ନିଜେ ହାଇଦ୍ରାବାଦ ଓ କୋଲକତାରୁ ନେଇକି ଆସିଥିବା ବେଳେ ଏଠାରୁ କେବଳ ଅଳ୍ପ କିଛି ପାଳ ଓମାଟିକୁ ବ୍ୟବହାର କରାଯାଉଛି ବୋଲି କହିଛନ୍ତି। ମୂର୍ତ୍ତୀ ଗୁଡିକରେ ସ୍ବତନ୍ତ୍ର ଭାବେ ହାଇଦ୍ରାବାଦରୁ ଆଣିଥିବା ଏକରକମର ମାଟି ସହ କିଛି ଔଷଧ ମିଶାଯାଉଛି। ଏହା ଦ୍ବାରା ବିସର୍ଜନ ସମୟରେ ଗଣେଶ ମୂର୍ତ୍ତି ଗୁଡିକ ବି ତୁରନ୍ତ ପାଣିରେ ମିଳେଇ ଯିବା ସହ ସେଭଳି କିଛି ହାନି ଘଟିବ ନି ବୋଲି କହିଛନ୍ତି ଏମାନେ।  ସେହିପରି ସ୍ଥାନୀୟ କଳାକାର ଭଗବାନ ବୈରାଗୀ ବି ପରିବେଶକୁ ସୁହାଇବା ପରି ମୂର୍ତ୍ତି ଆଣିଥିବା କହିଛନ୍ତି। ମୂର୍ତ୍ତି ୪୦ଟଙ୍କାରୁ ଆରମ୍ଭ କରି ୪୦ହଜାର ପର୍ଯ୍ୟନ୍ତ ରହିଥିବା କହିଛନ୍ତି ଭଗବାନ।  

Lord Jagannath: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ

ସୁପ୍ରିମକୋର୍ଟ ଓ ଏନଜିଟିର ନିର୍ଦେଶକ୍ରମେ ପ୍ଲାଷ୍ଟର ଅଫ୍ ପ୍ୟାରିସର ମୂର୍ତ୍ତି ପାଣିରେ ବିସର୍ଜନ କରିବା ପରେ ପାଣି ବିଷାକ୍ତ ହେବା ସହ ଏଥି ଯୋଗୁଁ ବିଭିନ୍ନ ରୋଗ ସୃଷ୍ଟିହେବ ଏବଂ ପରିବେଶ ପ୍ରତି ପ୍ରଭାବ ପକାଇବ ବୋଲି କହିଛନ୍ତି ଆଇନଜୀବୀ ସନ୍ତୋଷ ମିଶ୍ର, ହରିନାରାୟଣ ବେହେରା। ବାହାରର ମୂର୍ତ୍ତିକାରମାନେ ଆସି ପ୍ଲାଷ୍ଟର ଅଫ୍ ପ୍ୟାରିସର ମୂର୍ତ୍ତି ଏଠାରେ ବିକ୍ରି କରିବା ଦ୍ବାରା ସ୍ଥାନୀୟ ମୂତ୍ତିଶିଳ୍ପୀ ମାନେ ନିଜ ଜୀବନ ଓ ଜୀବିକାକୁ ହରାଉଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.