ARTICLE AD BOX
ନୂଆଦିଲ୍ଲୀ: ବିମାନ ଇନ୍ଧନ ବା ଆଭିଏସନ୍ ଟର୍ବାଇନ୍ ଫୁଏଲ୍(ଏଟିଏଫ) ସହିତ ଇଥାନଲ୍ ମିଶ୍ରଣ କରିବାକୁ ସରକାର ଯୋଜନା କରୁଥିବା ନେଇ ଚାଲିଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଗୁଜବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି। ସେ କହିଛନ୍ତି ଯେ ସରକାର ବିମାନ ଇନ୍ଧନ ସହ ଇଥାନଲ୍ ମିଶାଇବା ପାଇଁ କୌଣସି ପ୍ରସ୍ତାବ ଦେଇନାହାନ୍ତି।
ଇଥାନଲ୍ ଓ ସସ୍ଟେନେବଲ୍ ଆଭିଏସନ୍ ଫୁଏଲ୍(ଏସଏଏଫ) ସମ୍ପୂର୍ଣ୍ଣ ଅଲଗା। ଏହା ହେଉଛି ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂସ୍ଥା (ଆଇସିଏଓ) ଦ୍ୱାରା ସ୍ବୀକୃତିପ୍ରାପ୍ତ ଏକ ବିମାନ ଇନ୍ଧନ ଯାହା ବିଶ୍ୱସ୍ତରରେ ବ୍ୟବହୃତ ହେଉଛି। ଏହା କଠୋର ପରୀକ୍ଷଣ ଦେଇ ଗତି କରିଥାଏ ଓ ନିରାପତ୍ତା ମାନଦଣ୍ଡ ପୂରଣ କରିଥାଏ।
ସମ୍ପ୍ରତି ଗାଡ଼ି ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିମାନ ଇନ୍ଧନରେ ମଧ୍ୟ ଇଥାନଲ୍ ମିଶାଯାଉଛି ବୋଲି ସୋସିଆଲ୍ ମିଡିଆ ଓ କେତେକ ସ୍ଥାନରେ ଗୁଜବ ସୃଷ୍ଟି ହୋଇଥିଲା। ଏହା ଦ୍ୱାରା ଯାତ୍ରୀମାନଙ୍କ ମନରେ ବିମାନ ସୁରକ୍ଷାକୁ ନେଇ ଭୟ ସୃଷ୍ଟି ହୋଇଥିଲା। ଏହି ନକଲି ଖବରକୁ ଖଣ୍ଡନ କରି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଯାତ୍ରୀଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ ଏପରି ଗୁଜବରୁ ଦୂରେଇ ରହିବାକୁ ସେ ନିବେଦନ କରିଛନ୍ତି।

1 hour ago
2


