FTA: ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ରାଜିନାମା

4 weeks ago 14
ARTICLE AD BOX

ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ ମଧ୍ୟରେ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟ ରାଜିନାମା(ସିଇଟିଏ) ଆସନ୍ତା ୧୫ ତାରିଖରୁ କାର୍ଯ୍ୟକାରୀ ହେବ। ଏହା ପୂର୍ବରୁ କେନ୍ଦ୍ର ସରକାର ନୂଆ ନିୟମ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ସରକାର ଏଥିରେ ସ୍ପଷ୍ଟ କରିଦେଇଛନ୍ତି ଯେ କୌଣସି ସାମଗ୍ରୀ ଉପରେ କେବଳ ମେଡ୍‌ ଇନ୍‌ ଇଣ୍ଡିଆ ବା ମେଡ୍‌ ଇନ୍‌ ୟୁକେ ଲେଖିଦେଲେ ଟିକସ ରିହାତି ବା ଛାଡ଼ ମିଳିବ ନାହିଁ। ଶୁଳ୍କ ରିହାତି ବା ଛାଡ଼ ସୁବିଧା ପାଇବା ପାଇଁ ସାମଗ୍ରୀ ଗୁଡ଼ିକ ସଂପୂର୍ଣ୍ଣ ରୂପେ ଭାରତ କିମ୍ବା ବ୍ରିଟେନରେ ନିର୍ମିତ ହୋଇଥିବା ଆବଶ୍ୟକ। 

ଅର୍ଥ ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ପରୋକ୍ଷ କର ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ଜାରି ବିଜ୍ଞପ୍ତିରେ ଅରିଜିନେଟିଂ ଷ୍ଟାଟସ୍‌ ବା ମୂଳ ଦେଶ ମାନ୍ୟତା ପାଇବା ଲାଗି କଡ଼ା ସର୍ତ୍ତ ରଖାଯାଇଛି। ନୂଆ ନିୟମ ‌ଅନୁଯାୟୀ ସହଯୋଗୀ ଦେଶରେ ପ୍ରସ୍ତୁତ ହୋଇଥିବା ସାମଗ୍ରୀକୁ ଅନ୍ୟ ଦେଶର ଉତ୍ପାଦନ ପ୍ରକ୍ରିୟାରେ ନୂଆ ଉତ୍ପାଦ ପ୍ରସ୍ତୁତି ପାଇଁ ବ୍ୟବହାର ସମୟରେ ସେହି ଦେଶର ସାମଗ୍ରୀ ବୋଲି ବିବେଚନା କରାଯିବ। ସୀମା ଶୁଳ୍କ ଅଧିକାରୀମାନଙ୍କ ପାଖରେ ସାମଗ୍ରୀର ଉତ୍ପତ୍ତି ସଂପର୍କିତ ଦାବି ଯାଞ୍ଚ କରିବାର ଅଧିକାର ରଖାଯାଇଛି। ସର୍ତ୍ତ ପୂରଣ କରୁ ନଥିବା ଉତ୍ପାଦଗୁଡ଼ିକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ ପାଇଁ ଅଧିକାରୀମାନେ ମନା କରି ଦେଇପାରିବେ। ଉଭୟ ଦେଶରେ ସ୍ବୀକୃତିପ୍ରାପ୍ତ ସଂସ୍ଥା ଏ ସଂକ୍ରାନ୍ତ ପ୍ରମାଣପତ୍ର ଜାରି କରିବା ଲାଗି ଅନୁମତି ପାଇବେ।

India and Canada: ଭାରତ ଏବଂ କାନାଡା ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସହମତି

ଉଲ୍ଲେଖଯୋଗ୍ୟ, ଭାରତ-ବ୍ରିଟେନ ବାଣିଜ୍ୟ ରାଜିନାମାରେ ଭାରତର ୯୯ ପ୍ରତିଶତ ସାମଗ୍ରୀ ବିନା ଶୁଳ୍କରେ ବ୍ରିଟେନ ବଜାରରେ ପ୍ରବେଶ ଅନୁମତି ପାଇବ। ଏହାଦ୍ବାରା ଭାରତର ଶ୍ରମଭିତ୍ତିକ ଶିଳ୍ପର ଉତ୍ପାଦଗୁଡ଼ିକ ପାଇଁ ବ୍ରିଟେନରେ ନୂଆ ବ୍ୟବସାୟ ସୁଯୋଗ ମିଳିବ। ଭାରତ ଓ ବ୍ରିଟେନ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୨୦୨୫-୨୬‌ରେ ୮.୬୨ ପ୍ରତିଶତ ବୃଦ୍ଧିପାଇ ୨୫.୧୨ ବିଲିଅନ ଡଲାରରେ ରହିଛି। ସେଥିରେ ଭାରତର ରପ୍ତାନି ୧୩.୪୪ ବିଲିଅନ ଡଲାର ହୋଇଥିବାବେଳେ ଆମଦାନି ୧୧.୬୮ ବିଲିଅନ ଡଲାର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.