Freeze for humans: କିମାଶ୍ଚର୍ଯ୍ୟମ୍‌: ମଣିଷ ପାଇଁ ଫ୍ରିଜ୍

1 week ago 10
ARTICLE AD BOX

ସମଗ୍ର ପୃଥିବୀରେ ଉଷ୍ଣତା ଦିନକୁ ଦିନକୁ ନୂଆ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫଳସ୍ବରୂପ ବାହାରେ କାମ କରୁଥିବା କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ଏକ ବଡ଼ ଆହ୍ବାନ ଭାବେ ଛିଡ଼ା ହୋଇଛି। ଏହାର ମୁକାବିଲା ପାଇଁ ଜାପାନରେ ଏକ ଅଭିନବ ଉପକରଣ ପ୍ରସ୍ତୁତ କରାଯାଇଛି, ଯାହାକୁ ‘ହୁମ୍ୟାନ୍ ରେଫ୍ରେଜିରେଟର୍’ କୁହାଯାଉଛି। ଫ୍ରିଜ୍ ବା ରେଫ୍ରେଜିରେଟର୍‌ରେ ବିଭିନ୍ନ ଖାଇବା ଜିନିଷ ଦୀର୍ଘ ସମୟ ପାଇଁ ତାଜା ରଖିବା ସମ୍ଭବ ହେଉଥିବା ବେଳେ ଏହି ଜାପାନୀ ଫ୍ରିଜ୍‌ଟିକୁ ମଣିଷଙ୍କୁ ତୁରନ୍ତ ଶୀତଳତା ପ୍ରଦାନ କରିବା ଲାଗି ଡିଜାଇନ୍ କରାଯାଇଛି।

ଏଥିରେ ଏକସମୟରେ ଜଣେ ବ୍ୟକ୍ତି ବସି ପାରିବେ। ବାହାରେ ଉତ୍ତପ୍ତ ପରିବେଶରେ ଦୀର୍ଘ ସମୟ ପରିଶ୍ରମ କଲେ ଅଂଶୁଘାତ ବିପଦ ରହିଥିବା ବେଳେ ସେଥିରୁ ନିସ୍ତାର ପାଇବା ଲାଗି ଏଠାରେ କିଛି ମିନିଟ୍ ବସିବା ଦ୍ବାରା ଶରୀରର ତାପମାତ୍ରା ସାଧାରଣ ସ୍ତରକୁ ଫେରିଆସିଥାଏ। ଏହାର ଆଭ୍ୟନ୍ତରୀଣ ତାପମାତ୍ର ୧୫ଂ ସେଲସିଅସ୍ ରହିଥାଏ। ବିଶେଷ କରି ବେକ, ମୁଣ୍ଡ ଓ ପିଠିକୁ ଶୀର୍ଘ ଥଣ୍ଡା କରିବା ପାଇଁ ଏଥିରୁ ୫ଂ ସେଲ୍‌ସିଅସ୍ ଥଣ୍ଡା ପବନ ସ୍ପ୍ରେ ହୋଇଥାଏ। ଶରୀରକୁ ଅଧିକ ଥଣ୍ଡା କରିବାରୁ ବିରତ ରହିବା ପାଇଁ ଏହି ଉପକରଣଟି ଲଗାତାର ୨୦ ମିନିଟରୁ ଅଧିକ ଚାଲେ ନାହିଁ। ପାରମ୍ପରିକ ଏଆର୍ କଣ୍ଡିସନର୍ ଯେଉଁ ସ୍ଥାନରେ ଚଳାଇବା ସମ୍ଭବ ନୁହେଁ କିମ୍ବା ଖୋଲା ପରିବେଶରେ ତୁରନ୍ତ ଶୀତଳତା ପ୍ରଦାନ ଲାଗି ଏହି ଯନ୍ତ୍ରଟି ବେଶ୍ ଉପାଦେୟ ହେବ ବୋଲି କୁହାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.