France: ଏମ୍‌ବାପେଙ୍କ ପେନାଲ୍ଟିରେ ଫ୍ରାନ୍ସ କ୍ବାର୍ଟରକୁ ଉନ୍ନୀତ

4 weeks ago 14
ARTICLE AD BOX

ଫିଲାଡେଲଫିଆ: ଚଳିତଫିଫା ବିଶ୍ବକପ୍‌ରେ ଗତ ସଂସ୍କରଣର ଉପବିଜେତା ଫ୍ରାନ୍ସ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଯାଇଛି। ତାରକା ଷ୍ଟ୍ରାଇକର୍‌ ତଥା ଅଧିନାୟକ କିଲିଆନ୍‌ ଏମ୍‌ବାପେଙ୍କ ପେନାଲ୍ଟି ଗୋଲ୍‌ ବଳରେ ଫ୍ରାନ୍ସ ୧-୦ ଗୋଲ୍‌ରେ ପାରାଗୁଏକୁ ପରାସ୍ତ କରିଛି। ଫ୍ରାନ୍ସ ଏବେ ମରକ୍କୋ ସହିତ କ୍ବାର୍ଟରଫାଇନାଲ୍‌ ଖେଳିବା ନିଶ୍ଚିତ ହୋଇଛି। ଗତ ରାତିରେ ମରକ୍କୋ ୩-୦ ଗୋଲ୍‌ରେ କାନାଡ଼ାକୁ ବିଦାୟ ରାସ୍ତା ଦେଖାଇଥିଲା ୪ ବର୍ଷ ତଳେ କତର ବିଶ୍ବକପ୍‌ରେ ମରକ୍କୋକୁ ହରାଇ ଫ୍ରାନ୍ସ ଫାଇନାଲ୍‌ରେ ପହଞ୍ଚିଥିଲା। ଏବେ ଏମମାପେଙ୍କ ଦଳ ଏହାକୁ ଦୋହରାଇବା ଆଶାରେ ରହିବ। ରବିବାରର ଗୋଲ୍‌ ସହ ଏମ୍‌ବାପେ ମଧ୍ୟ ଗୋଲ୍‌ଡେନ୍‌ ବୁଟ୍‌ ଦୌଡ଼ରେ ଲିଓନେଲ ମେସିଙ୍କୁ କଡ଼ା ଟକ୍କର ଦେଇଛନ୍ତି। ଉଭୟ ଏପର୍ଯ୍ୟନ୍ତ ୭ ଲେଖାଏଁ ଗୋଲ୍‌ ଦେଇ ଯୁଗ୍ମ ଅଗ୍ରଣୀ ରହିଛନ୍ତି। କିନ୍ତୁ ଅଧିକ ଦୁଇଟି ଗୋଲ୍‌ରେ ଏମ୍‌ମାପେଙ୍କ ସହଯୋଗ ଥିବାରୁ ସେ ଏହି ଦୌଡ଼ରେ ଏବେ ଶୀର୍ଷକୁ ଉଠିଯାଇଛନ୍ତି। ଏର୍ଲିଙ୍ଗ୍‌ ହାଲାଣ୍ଡ୍‌ ଓ ହ୍ୟାରି କେନ୍‌ ସମାନ ୫ ଲେଖାଏଁ‌ ଗୋଲ୍‌ ସହିତ ଯୁଗ୍ମ ଦ୍ବିତୀୟରେ ରହିଛନ୍ତି।ଫିଲାଡେଲଫିଆ ଷ୍ଟାଡିୟମ୍‌ରେ ରବିବାର ଭୋରୁ ଖେଳାଯାଇଥିବା ଏହି ମ୍ୟାଚ୍‌ର ଅଧିକାଂଶ ସମୟ ବଲ୍‌ ଫ୍ରାନ୍ସ ନିୟନ୍ତ୍ରଣରେ ରହିଥିଲା। ବଲ୍‌ ନିୟନ୍ତ୍ରଣ (୭୬-୨୪) ଓ ସଠିକ୍‌ ପାସ୍‌ ପ୍ରତିଶତ (୯୦-୫୭) ଭଳି ଦୁଇଟି ପରିସଂଖ୍ୟାନ ଅନେକ କଥା ଫ୍ରାନ୍ସକୁ ଆଗରେ ରଖିଥିଲା। ଫ୍ରାନ୍ସ ଏକାଧିକ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ୍‌ ଦେବାରେ କିନ୍ତୁ ବିଫଳ ହୋଇଥିଲା। ପାରାଗୁଏ ଗୋଲି ଅର୍ଲାଣ୍ଡୋ ଗିଲ୍‌ଙ୍କ ଚମତ୍କାର ପ୍ରଦର୍ଶନ ବି ଫ୍ରାନ୍ସକୁ ବଞ୍ଚିତ ରଖିଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟରେ ବିତିଥିଲା। ମ୍ୟାଚ୍‌ର ୭୦ତମ ମିନିଟ୍‌ରେ ଡ଼ିଜାୟର ଡୋଉଙ୍କ ପ୍ରତିବଂଧକ ସାଜିଥିଲେ ଡିଏଗୋ ‌ଗୋମେଜ। ଭାର ରିଭ୍ୟୁ ପରେ ରେଫରି ଏହାକୁ ପେନାଲ୍ଟି ଦେଇଥିଲେ। ପେନାଲ୍ଟିକୁ ଏମ୍‌ବାପେ ଗୋଲ୍‌‌ରେ ପରିଣତ କରିବାରେ କୌଣସି ତ୍ରୁଟି କରିନଥିଲେ। ଚତୁର ଏମ୍‌ମାପେଙ୍କ ଶକ୍ତିଶାଳୀ ସଟ୍‌ ଆଗରେ ପ୍ରତିପକ୍ଷ ଗୋଲି ଗିଲ୍‌ ଅପରପାର୍ଶ୍ବକୁ ପଡ଼ି ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇଥିଲେ। ଏହା ଏମ୍‌ବାପେଙ୍କ ୧୯ତମ ବିଶ୍ବକପ୍‌ ଗୋଲ୍‌ ଥିଲା। ଷ୍ଟପେଜ୍‌ ଟାଇମ୍‌ରେ ଏମ୍‌ବାପେ ଦୁଇ ଥର ଗୋଲ୍ ମୁହଁରେ ପହଞ୍ଚିଥିଲେ ମଧ୍ୟ ଗିଲ୍‌ ଏହାକୁ ପଣ୍ଡ କରିଥିଲେ। ଶେଷରେ ଫ୍ରାନ୍ସ କଷ୍ଟକର ବିଜୟ ଅର୍ଜନ କରିଥିଲା।

Morocco vs Canada: ଆୟୋଜକ କାନାଡ଼ା ବିଦା: ମରକ୍କୋ ପ୍ରଥମେ କ୍ବାର୍ଟରଫାଇନାଲ୍‌ରେ

ମରକ୍କୋ ଯୋଜନା ପଣ୍ଡ

‘ଆମେ ଜାଣିଥିଲୁ କିଭଳି ଖେଳିବାକୁ ଯାଉଛୁ। ଆମେ ସେମାନଙ୍କ ଭଳି ଖରାପ ଫୁଟ୍‌ବଲ୍‌ ଖେଳିପାରିଥାନ୍ତୁ, କିନ୍ତୁ ତା କରିଲୁ ନାହିଁ। ସେମାନେ ଭାବିଥିଲେ ଆମେ ଭିନ୍ନ ବେଶରେ ଆସି ଖେଳିବୁ, କିନ୍ତୁ ଆମେ ଭଲ ଫୁଟ୍‌ବଲ୍‌ ଖେଳି ବିଜୟୀ ହେଲୁ। ସେମାନେ ସେଭଳି ଖେଳନ୍ତି, ଏହା ଭୁଲ୍‌ କି ଠିକ୍‌ କୁହାଯାଇପାରିବ ନାହିଁ।’ ବୋଲି ଏମ୍‌ମାପେ ମ୍ୟାଚ୍‌ ପରେ ପ୍ରକାଶ କରିଥିଲେ। ମୋଟାମୋଟି ଭାବେ ପାରାଗୁଏର ଖେଳ ଶୈଳୀକୁ ସେ ପରୋକ୍ଷରେ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ୨୦୨୨ ସେମିଫାଇନାଲ୍‌ ଏବଂ ୧୯୯୮ ପ୍ରି-କ୍ବାର୍ଟରଫାଇନାଲ୍‌ ପରାଜୟର ପ୍ରତିଶୋଧ ନେବାକୁ ମରକ୍କୋ ରଖିଥିବା ଯୋଜନା ପଣ୍ଡ ହୋଇଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.